ଜମ୍ମୁରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କୀ
Advertisement

ଜମ୍ମୁରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କୀ

ଜମ୍ମୁରେ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଛି ଆଇଏସଆଇ। 

ଜମ୍ମୁରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କୀ

ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ (Jammu Kashmir)ହେବାକୁ ଯାଉଛି ଜିଲ୍ଲା ବିକାଶ ପରିଷଦ -ଡିଡିସି (DDC-District Development Council)ନିର୍ବାଚନ । ଏହି ସମୟରେ ଆକ୍ରମଣ କରିବାକୁ ବଡ ଧରଣର ଷଡଯନ୍ତ୍ର ରଚିଛି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନ (Pakistan)। ଏହାର ପ୍ରମାଣ ନିକଟରେ
ନଗରୋଟା ଠାରେ  ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ପାଖରୁ ମିଳିସାରିଛି। 

ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଜମ୍ମୁ କାଶ୍ମୀରରେ ବଡ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କ ପକ୍ଷରୁ ବଡ ଧରଣର ଷଡଯନ୍ତ୍ର ହୋଇଥିବା ନେଇ ସ୍ପଷ୍ଟ ହୋଇଛି। କେବଳ ଜମ୍ମୁ ଅଞ୍ଚଳରେ ଅନୁପ୍ରବେଶ କରିବା ଅପେକ୍ଷାରେ ରହିଛନ୍ତି ୧୫୦ ପାକିସ୍ତାନୀ ଆତଙ୍କବାଦୀ (Pakistani Terrorist)। ଏଥିଲାଗି ନିୟନ୍ତ୍ରଣ ସୀମା ରେଖା-ଏଲଓସି (LOC-Line of Control)ଠାରେ ୨୦ଟି ଲଞ୍ଚିଂ ପ୍ୟାଡ ଗଠିତ। ଏହି କାମରେ ପାକିସ୍ତାନୀ ସେନା (Pakistani Troops)ସହଯୋଗ କରୁଛି। 

ବିଗତ କିଛି ଦିନ ମଧ୍ୟରେ ଏଲଓସି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ବାବଦରେ ଖବର ମିଳିସାରିଛି। ସେମାନଙ୍କୁ ପୁଞ୍ଚ, କୃଷ୍ଣା ଘାଟି, ଭିମ୍ବର ଗଲି, ନୌସେରା ଆଦି ଭାରତୀୟ ଅଞ୍ଚଳରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ସେନା ପକ୍ଷରୁ ପ୍ରୟାସ ଜାରି ରହିଛି। ଅନ୍ୟପଟେ ଏଲଓସିସ୍ଥିତ ବଲନବାଲି ଢୋକ, ବରହ ଖୋରୀ, ବତ୍ତା ହଲନ, ଜବରୀ ଢୋକ, କୋପରା ଅଞ୍ଚଳରେ ପ୍ରାୟ ୬୦ ଆତଙ୍କବାଦୀଙ୍କ ଉପସ୍ଥିତି ବାବଦରେ ଖବର ମିଳିସାରିଛି। 

Also Read: ସ୍କୁଲ ନୁହେଁ ପାକିସ୍ତାନରେ ଚାଲୁଛି ଆତଙ୍କୀ ବିଶ୍ୱବିଦ୍ୟାଳୟ, ତାଲିମ ଦେଉଛନ୍ତି ମୌଲନା

ଅନ୍ୟପଟେ କୃଷ୍ଣାଘାଟିକୁ ଲାଗିଥିବା ଦାରୁଚୀନ, ଗୋଇ, ନତ୍ତର,  ଡେରା  ଶେର ଖାନ, ସତବଲ ଆଦି ସ୍ଥାନରେ ୨୦ ଜଣିଆ ଆତଙ୍କୀ ଗୋଷ୍ଠୀ ସକ୍ରିୟ ରହିଛନ୍ତି। ଭିମ୍ବର ଗଲିକୁ ଲାଗିଥିବା ତରଙ୍କୁଡୀ, ଲମଜୋତ, ଖାଡ ତେଲିୟାନ,  ନକିୟାଲ ଲଞ୍ଚିଂ ପ୍ୟାଡ ଠାରେ  ୪୦ ଆତଙ୍କୀ ଛପି ରହିଥିବରା ଖବର ମିଳିଛି। ନୌସେରା ନିକଟସ୍ଥ ସମାହନି, ବଗସର  ଚୌକି ସମାନ ଠାରେ ୧୫ ଆତଙ୍କବାଦୀଙ୍କ ବାବଦରେ ଖବର ମିଳିସାରିଛି। ଭାରତରେ ଅନୁପ୍ରବେଶ କରିବା ଲାଗି ସୁଯୋଗ ଅପେକ୍ଷାରେ ରହିଥିବା ଆତଙ୍କବାଦୀଙ୍କ ସହାୟତାରେ ଜମ୍ମୁରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (Pakistani Intelligence Agency)ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସି -ଆଇଏସଆଇ (ISI-Inter Services Intelligence)।