ଆଫଗାନ ସମ୍ମିଳୀନରେ ଭାରତକୁ ପ୍ରଶଂସାରେ ପୋତିଦେଲେ ରାଷ୍ଟ୍ରପତି ଘନି
Advertisement

ଆଫଗାନ ସମ୍ମିଳୀନରେ ଭାରତକୁ ପ୍ରଶଂସାରେ ପୋତିଦେଲେ ରାଷ୍ଟ୍ରପତି ଘନି

ପଡୋଶୀ ଇରାନର ଚାବାହାର ବନ୍ଦରକୁ ବିକଶିତ କରିବା ସହ ୨ ବିଲିୟନ ମୂଲ୍ୟରେ ଆର୍ଥିକ କରିଡର କାର୍ଯ୍ୟକାରୀ କରିବାକୁ ନେଇ ଭାରତର ଭୂମିକାକୁ ପ୍ରଂଶସା କରିଛନ୍ତି ଆଫଗାନ ରାଷ୍ଟ୍ରପତି। 

ଆଫଗାନ ସମ୍ମିଳୀନରେ ଭାରତକୁ ପ୍ରଶଂସାରେ ପୋତିଦେଲେ ରାଷ୍ଟ୍ରପତି ଘନି

ସାଗର ରଥ,ନୂଆଦିଲ୍ଲୀ: ମଙ୍ଗଳବାର ସ୍ୱିଜରଲ୍ୟାଣ୍ଡ (Switzerland)ଜେନିଭା (Geneva) ସହର ଠାରେ ଆୟୋଜିତ ହୋଇଥିବା ଆଫଗାନିସ୍ତାନ ସମ୍ମିଳନୀକୁ (Afghanistan Conference) ସମ୍ବୋଧିତ କରିବା ଅବସରରେ ଭାରତକୁ ପ୍ରଂଶସାରେ ପୋତି ପକାଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି (Afghan President)ଅସରଫ ଘନି (Ashraf Ghani)।

ପଡୋଶୀ ଇରାନର ଚାବାହାର ବନ୍ଦରକୁ ବିକଶିତ କରିବା ସହ ୨ ବିଲିୟନ ମୂଲ୍ୟରେ ଆର୍ଥିକ କରିଡର କାର୍ଯ୍ୟକାରୀ କରିବାକୁ ନେଇ ଭାରତର ଭୂମିକାକୁ ପ୍ରଂଶସା କରିଛନ୍ତି ଆଫଗାନ ରାଷ୍ଟ୍ରପତି। ଏହା ସହିତ ସମୁଦ୍ର ମାର୍ଗ ଦେଇ ଚାବାହାର କରିଡର (Chahbahar Corridor),ଏୟାର କରିଡର (Air Corridor)ଭଳି ପଦକ୍ଷେପ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଗତ ୨୦୧୭ରେ ନୂଆଦିଲ୍ଲୀ ପକ୍ଷରୁ ଭାରତ-ଆଫଗାନିସ୍ତାନ ଏୟାର କରିଡର (India Afghanistan Air Corridor)କାର୍ଯ୍ୟକାରୀ କରାଯାଉଛି।    

ଯାହା ଫଳରେ ଆଫଗାନିସ୍ତାନରେ ଉତ୍ପାଦିତ ହେଉଥିବା ଫଳ ଭଳି କୃଷି ଜାତୀୟକୁ ଭାରତୀୟ ବଜାରରେ ବିକ୍ରି କରାଯାଇପାରିବ। ଚାବାହାର ବନ୍ଦରକୁ ବିକଶିତ କରି ଇରାନ-ଆଫଗାନିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ଭାରତ। ଏପରିକି କୋରୋନା ସଂକଟ ବେଳେ  ଭାରତ ପକ୍ଷରୁ ଆଫଗାନିସ୍ତାନକୁ ୭୫ ହଜାର ମେଟ୍ରିକ ଟନ ଗହମ ମଧ୍ୟ ଯୋଗାଇ ଦିଆଯାଇଥିଲା।   

Alsor Read: ଜମ୍ମୁରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କୀ

ଗତ ୨୦୦୧ରେ ଆଫଗାନିସ୍ତାନରହେ ତାଲିବାନର ପତ୍ତନ ହେବା ପର ଠାରୁ କାବୁଲ ପାଇଁ ନୂଆଦିଲ୍ଲ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଉଭା ହୋଇଛି। ଏପରିକି ଦକ୍ଷତା ବିକାଶ ସହ ଅନେକ ଭିତ୍ତିଭୂମି ଜନିତ ପ୍ରକଳ୍ପ ଭାରତ ପକ୍ଷରୁ ନିର୍ମାଣ କରାଯାଇଛି। ଯାହା ମଧ୍ୟରେ ରହିଛି ହେରାତ ପ୍ରଦେଶରେ ନିର୍ମିତ ବନ୍ଧ ଏବଂ ରାଜଧାନୀ କାବୁଲ ଠାରେ ପ୍ରତିଷ୍ଠା ହୋଇଥିବା ଆଫଗାନିସ୍ତାନର ନୂତନ ସଂସଦ ଗୃହ। 

ଚଳିତ ବର୍ଷ ଜେନିଭା ଠାରେ ଆୟୋଜିତ ହୋଇଥିବା  ଆଫଗାନିସ୍ତାନ ସମ୍ମିଳନୀକୁ ଆଫଗାନ-ଫିନଲ୍ୟାଣ୍ଡ ସରକାର, ମିଳିତ ଜାତିସଂଘ ପକ୍ଷରୁ ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ଶାନ୍ତି ପ୍ରକ୍ରିୟା ଗତିଶୀଳ ହେବା ସହିତ ଆଫଗାନିସ୍ତାନ ପାଇଁ ଅନେକ ଦେଶ ଦ୍ୱାରା ବିଭିନ୍ନ ଆର୍ଥିକ ପ୍ରତିଶ୍ରୁତି ଦିଆଯାଇଛି।

ଏହି ସମ୍ମିଳନୀରେ ଆଫଗାନିସ୍ତାନ ରାଷ୍ଟ୍ରପତି କହିଛନ୍ତି ତାଙ୍କ ଦେଶ "ଏସିଆର ହୃଦୟ", "ଭାରତର ଦ୍ୱାର", "ଏସିଆର ସ୍ୱିଜରଲ୍ୟାଣ୍ଡ" ଭଳି ଅନେକ ନାମରେ ଜଣାଶୁଣା ଏବଂ ସମଗ୍ର ଏସିଆ ମହାଦେଶେ ଏକ ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ସ୍ଥିତିକୁ ଦର୍ଶାଉଛି।