`ପ୍ରଧାନମନ୍ତ୍ରୀ`ଙ୍କ ବିବାହରେ ବାଧକ ସାଜିଲା ନୂଆ ନିୟମ
ନୂଆ କୋଭିଡ୍ ଗାଇଡଲାଇନ ଅନୁସାରେ, ସର୍ବାଧିକ ୧୦୦ ଜଣଙ୍କୁ ନେଇ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରିବ। କିନ୍ତୁ ସମସ୍ତ ଅତିଥୀ କୋରୋନା ଟିକା ନେଇଥିବା ଆବଶ୍ୟକ।
ୱେଲିଙ୍ଗଟନ୍: ବିଶ୍ୱବ୍ୟାପୀ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି। ଯହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ସାମାଜିକ ଉତ୍ସବ ଉପରେ କଟକଣା ଲଗାଇଛନ୍ତି। ବିଶେଷ କରି ନୂଆ ସଂସାର ଗଠିବାକୁ ଅପେକ୍ଷାରେ ଥିବା ଦମ୍ପତିଙ୍କୁ ଏହା ନିରାଶ କରିଛି। ଏବେ ସେହି କୋରୋନା କଟକଣା ପାଇଁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ Jacinda Ardernଙ୍କ ବିବାହ ପ୍ରଭାବିତ ହୋଇଛି। ଓମିକ୍ରନ୍ ଭ୍ୟାରିଆଣ୍ଟର ବିସ୍ଫୋରଣ ଯୋଗୁଁ କୋରୋନା ପ୍ରତିବନ୍ଧକକୁ କଡାକଡି କରି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ନିଜ ବିବାହ ସ୍ଥଗତି ରଖିଥିବା ଘୋଷଣା କରିଛନ୍ତି।
ନୂଆ କୋଭିଡ୍ ଗାଇଡଲାଇନ ଅନୁସାରେ, ସର୍ବାଧିକ ୧୦୦ ଜଣଙ୍କୁ ନେଇ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରିବ। କିନ୍ତୁ ସମସ୍ତ ଅତିଥୀ କୋରୋନା ଟିକା ନେଇଥିବା ଆବଶ୍ୟକ। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ Jacinda Ardern କହିଛନ୍ତି, “ମୋର ବିବାହ ଆଗକୁ ଯିବ ନାହିଁ... ମୁଁ ବର୍ତ୍ତମାନ ଅନ୍ୟ ଅନେକ ନ୍ୟୁଜିଲାଣ୍ଡବାସୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଯେଉଁମାନେ ମହାମାରୀର ପରିଣାମ ସ୍ୱରୂପ ଅଭିଜ୍ଞତା ପାଇଥିଲେ। କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଅତିଥୀଙ୍କୁ ନେଇ ବିବାହ ଉତ୍ସବ କରିବା ସମ୍ଭବପର ନୁହେଁ, ତେଣୁ ମୁଁ ଦୁଃଖିତ।"
Also Read: ବର୍ଷା ଭାଙ୍ଗିଲା ୩୨ ବର୍ଷର ରେକର୍ଡ, ଆଗକୁ ଜାଡ଼ ବଢ଼ାଇବ ବିପଦ!
ନିକଟରେ ନ୍ୟୁଜିଲାଣ୍ଡର ଗୋଟିଏ ପରିବାରର ୯ ଜଣଙ୍କ ଠାରେ ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସମସ୍ତେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଉଡନ୍ତା ବିମାନରେ ବିବାହ ଅନୁଷ୍ଠିତ ହୋଇଥିଲା। ତଥାପି ବିମାନରେ ସଂକ୍ରମଣ ବ୍ୟପୀଥିଲା। ଏହି ଘଟଣା ପରେ ରବିବାର ମଧ୍ୟରାତ୍ରରୁ
ନ୍ୟୁଜିଲାଣ୍ଡ ସରକାର “ରେଡ୍ ସେଟିଂ” ଘୋଷଣା କରିବା ସହ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଭିଡ଼କୁ ସୀମିତ କରିବା ସହିତ, ସର୍ବସାଧାରଣ ପରିବହନ ଏବଂ ଦୋକାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।
ପ୍ରଧାନମନ୍ତ୍ରୀ Jacinda Ardern ଏବଂ ତାଙ୍କର ଦୀର୍ଘ ଦିନର ସାଥୀ Clarke Gayford ସେମାନଙ୍କର ବିବାହ ତାରିଖ ଘୋଷଣା କରିନାହାଁନ୍ତି। କିନ୍ତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ତାରିଖ ସ୍ଥିର ହେବ ବୋଲି ବିଶ୍ୱାସ କରାଯାଉଥିଲା। ନୂତନ ପ୍ରତିବନ୍ଧକ ଆସନ୍ତା ମାସର ଶେଷ ପର୍ଯ୍ୟନ୍ତ ରହିବ। ତେବେ ସେମାନଙ୍କ ବିବାହ ଫେବୃଆରୀ ପରେ ହିଁ ହେବ। ବିବାହ ସମୟ ଘୁଞ୍ଚିବାକୁ ନେଇ Jacinda Ardern ବିଚଳିତ ନୁହନ୍ତି। ସେ ନିଜକୁ ନ୍ୟୁଜିଲାଣ୍ଡର ସାଧାରଣ ନାଗରିକଙ୍କ ସହ ତୁଳନା କରିଛନ୍ତି।
Also Read: Coronavirus Updates : ଦୈନିକ ସଂକ୍ରମଣକୁ ନେଇ ଆସିଲା ଆଶ୍ୱସ୍ତିକର ଖବର
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଅନ୍ୟ ନ୍ୟୁଜିଲ୍ୟାଣ୍ଡର ଲୋକଙ୍କଠାରୁ ଭିନ୍ନ ନୁହଁ, ଯେଉଁମାନଙ୍କ ଉପରେ ମହାମାରୀ ଦ୍ୱାରା ଅଧିକ ଭୟଙ୍କର ପ୍ରଭାବ ପଡିଛି। ଅଧିକାଂଶ ଲୋକ ନିଜ ଗୁରୁତର ଅସୁସ୍ଥ ପ୍ରିୟଜନଙ୍କ ସହିତ ରହିବାକୁ ଅସମର୍ଥ। ମୁଁ ଦୁଃଖ ଅନୁଭବ କରୁଛି।" ମହାମାରୀ ଆରମ୍ଭରୁ ନ୍ୟୁଜିଲାଣ୍ଡରେ ମୋଟ ୧୫୧୦୪ କୋରୋନା ମାମଲା ଚିହ୍ନଟ ହୋଇଛି। ଏହି ସମୟରେ କୋଭିଡ୍ ଯୋଗୁଁ ୫୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଅନେକଥର ନ୍ୟୁଜିଲାଣ୍ଡରେ କଠୋର ସୀମା ପ୍ରତିବନ୍ଧକ ଏବଂ ସ୍ନାପ୍ ଲକଡାଉନ୍ ରହିଆସିଛି।