Coronavirus Updates : ଦୈନିକ ସଂକ୍ରମଣକୁ ନେଇ ଆସିଲା ଆଶ୍ୱସ୍ତିକର ଖବର, ଚିନ୍ତା ବଢ଼ାଇଲା Omicron
Advertisement
Article Detail0/zeeodisha/odisha1077158

Coronavirus Updates : ଦୈନିକ ସଂକ୍ରମଣକୁ ନେଇ ଆସିଲା ଆଶ୍ୱସ୍ତିକର ଖବର, ଚିନ୍ତା ବଢ଼ାଇଲା Omicron

ରାଜ୍ୟରେ ଶୁକ୍ରବାର ୯୮୩୩ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଶନିବାର ଏହା ଆଠ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୪୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜାତୀୟ ଓ ରାଜ୍ୟ ସ୍ତରରେ କୋରୋନା ସଂକ୍ରମଣକୁ ନେଇ ଏକ ପ୍ରକାରର ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି। ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟ୍ରେଣ୍ଡରେ ରହିଛି। କିନ୍ତୁ କିଛି ମାତ୍ରାରେ ମାମଲା ହ୍ରାସ ପାଇଛି। ରାଜ୍ୟରେ ବି ସମାନ ସ୍ଥିତି ଦେଖିବାକୁ ମିଳୁଛି। ଗତ ତିନି ଦିନ ହେବ ଦୈନିକ ପଜିଟିଭ୍ ହାର ଖସିବାରେ ଲାଗିଛି। କିନ୍ତୁ ଓମିକ୍ରନ ଚିନ୍ତା ବଢାଇଛି।

ରାଜ୍ୟରେ ଶୁକ୍ରବାର ୯୮୩୩ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଶନିବାର ଏହା ଆଠ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୪୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସଂଗରୋଧରୁ ୫୧୨୮ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୭୧୭ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୨୭ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨୮, 
ସୁନ୍ଦରଗଡ଼ରୁ ୧୦୦୧ ଓ କଟକରୁ ୬୨୮ ଜଣ କୋରୋନା ପଜିଟିଭ୍ ବାହାରିଛନ୍ତି।

Also Read: ସାଙ୍ଘାତିକ ହେଲାଣି କୋରୋନା ସ୍ଥିତି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଦିନକରେ ଆଖି ବୁଜିଲେ ୭୦୩ ସଂକ୍ରମିତ

ନୂଆ ୮୮୪୫ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୯୬ହଜାର ୧୪୦କୁ ବୃଦ୍ଧି ପାଇଛି। ଏଯାଏ ୧୦ ଲକ୍ଷ ୯୯ ହଜାର ୪୨୩ ରୋଗୀ ସୁସ୍ଥ ହେଲେଣି। ୮୮ ହଜାର ୧୫୦ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟ ୮୫୧୪କୁ ବୃଦ୍ଧି ପାଇଛି। 

ଅନ୍ୟପଟେ, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୭ ହଜାର ୭୦୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୪୮୮ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୫୦କୁ ହ୍ରାସ ପାଇଛି। ଦୈନିକ ସଂକ୍ରମଣ ହାର ୧୭.୨୨ ପ୍ରତିଶତ ରହିଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୮୮୪କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୧ ଲକ୍ଷ ୧୩ ହଜାର ୩୬୫ ରହିଛି।

Also Read: LPG ଗ୍ୟାସ ସିଲିଣ୍ଡରକୁ ନେଇ ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ

ସେହିପରି ଦେଶରେ ଆଉ ୩୫୮ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୫୦କୁ ପହଞ୍ଚିଛି। ଦୈନିକ ଓମିକ୍ରନ ସଂକ୍ରମଣରେ ୩.୬୯% ବୃଦ୍ଧି ପାଇଛି। ଅନ୍ୟପଟେ କୋରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। କୋରୋନାରୁ ସୁସ୍ଥ ହେବାର ତିନି ମାସ ପରେ ଜଣେ ଟିକା ନେଇ ପାରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।