ବର୍ଷା ଭାଙ୍ଗିଲା ୩୨ ବର୍ଷର ରେକର୍ଡ, ଆଗକୁ ଜାଡ଼ ବଢ଼ାଇବ ବିପଦ!
Advertisement

ବର୍ଷା ଭାଙ୍ଗିଲା ୩୨ ବର୍ଷର ରେକର୍ଡ, ଆଗକୁ ଜାଡ଼ ବଢ଼ାଇବ ବିପଦ!

IMD ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି ସେଢେ ୯ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୮୯.୮ ମିଲିମିଟର ବର୍ଷା ହୋଇଛି। ଏହାପୂର୍ବରୁ ୧୯୮୯ ଜାନୁଆରୀରେ ଜାତୀୟ ରାଜଧାନୀରେ ୭୯.୭ ମିଲିମିଟର ବର୍ଷା ହୋଇଥିଲା।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡା ମଧ୍ୟରେ ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଦିଲ୍ଲୀରେ ବର୍ଷାକୁ ନେଇ ଗତ ୩୨ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ଶନିବାର ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି, ଯାହାକି ଏହି ମାସରେ ୩୨ ବର୍ଷ ମଧ୍ୟରେ ସର୍ବାଧିକ ପରିମାଣ ବୋଲି ଭାରତ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।

IMD ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି ସେଢେ ୯ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୮୯.୮ ମିଲିମିଟର ବର୍ଷା ହୋଇଛି। ଏହାପୂର୍ବରୁ ୧୯୮୯ ଜାନୁଆରୀରେ ଜାତୀୟ ରାଜଧାନୀରେ ୭୯.୭ ମିଲିମିଟର ବର୍ଷା ହୋଇଥିଲା। ଶୀତ ଦିନେ ଉତ୍ତର ଭାରତରେ ବର୍ଷା ଏକ ବଡ ସମସ୍ୟା ସୃଷ୍ଟି କରିଛି। ପାଣିପାଗ ବିଭାଗ ଅନୁଯାୟୀ ଜାମ୍ମୁ କାଶ୍ମୀର ତଥା ଏହାର ଆଖପାଖ ଅଞ୍ଚଳରେ ଟ୍ରପ ଲାଇନ ଲମ୍ବିଛି ଏବଂ ପଶ୍ଚିମ ରାଜସ୍ଥାନର କିଛି ଅଂଶରେ ଏହି ଘୁର୍ଣ୍ଣିବଳୟ ବାୟୁ ପ୍ରବାହିତ ହେଉଛି। ଯେଉଁଥିପାଇଁ ସମତଳ ଅଞ୍ଚଳରେ ବର୍ଷା ଜାରି ରହିଛି ଏବଂ ପାହାଡ ରାଜ୍ୟରେ ତୁଷାରପାତ ହେଉଛି।

Also Read: ରୋଷେଇ ଘରେ ରୂପି ସମସ୍ୟାର ଉପଚାର, ଶୀତ ଦିନେ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

IMD ଅନୁଯାୟୀ, ରବିବାର ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ପଶ୍ଚିମ ୟୁପି, ଚଣ୍ଡିଗଡ଼ରେ ବର୍ଷା ହେବ। ଗତ ଦୁଇ ଦିନ ଧରି ବର୍ଷା ଲାଗିରହିଥିବାକୁ ତାପମାତ୍ରାରେ ହ୍ରାସ ଘଟିଛି। ଫଳରେ ଶୀତ ଲହରୀ ସୃଷ୍ଟି ହୋଇଛି। ଯାହା ସାଧାରଣ ଜୀବନ ପ୍ରଣାଳୀକୁ ଅଧିକ ମାତ୍ରାରେ ପ୍ରଭାବିତ କରୁଛି। ଆଗାମୀ ଦିନରେ ଉତ୍ତର ଭାରତରେ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ କହିଛି। ଜାନୁଆରୀ ୨୬ରେ ରାଜଧାନୀ ଦିଲ୍ଲୀ ଘନ କୁହୁଡି ଦେଖିପାରେ। ଏଥି ସହିତ ସୋମବାର ଠାରୁ ହାଲୁକା କୁହୁଡ଼ି ଦେଖାଯିବା ଆରମ୍ଭ କରିବ ବୋଲି ପୂର୍ବାନୁମାନ କରାଯାଇଛି।

ରବିବାର ଆକାଶ ମେଘୁଆ ରହିବା ସହିତ ହାଲୁକା ବର୍ଷା ହୋଇପାରେ। ଲଗାତାର ବର୍ଷା ହେତୁ ପଥଚାରୀ ଏବଂ ଦୁଇ ଚକିଆ ଡ୍ରାଇଭର ଅସୁବିଧାର ସମ୍ମୁଖୀନ ହେବେ। ପାଣିପାଗର ପରିବର୍ତ୍ତନ ପରେ ଆରମ୍ଭ ହୋଇଥିବା ବର୍ଷା ଲୋକଙ୍କ ସମସ୍ୟାକୁ ବଢାଇ ଦେଇଥିବା ବେଳେ ପ୍ରବଳ ପବନ ମଧ୍ୟ ଲୋକଙ୍କୁ ଥରାଇ ଦେଉଛି। ଦିଲ୍ଲୀ ବ୍ୟତୀତ ଗାଜିଆବାଦ, ଫରିଦାବାଦ, ନୋଏଡା ଏବଂ ଗୁରୁଗ୍ରାମରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ସର୍ବନିମ୍ନ ପାରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।