RT-PCR ରିପୋର୍ଟ ନୁହେଁ, ବରଂ ଏବେ ଟ୍ରେନରେ ଯାତ୍ରା କରିବା ପାଇଁ ଏହାର ପଡ଼ିବ ଆବଶ୍ୟକ! ଜାଣନ୍ତୁ କ`ଣ ରହିଛି ରେଲୱେର ପ୍ଲାନ୍
ଏହାର ସୁବିଧା ହେଉଛି ଯେ ରେଳ ଯାତ୍ରୀମାନେ ଆରୋଗ୍ୟ ସେତୁ (Arogya Setu) ଆପ୍ ମାଧ୍ୟମରେ ସେମାନଙ୍କର କୋଭିଡ ଟିକା (COVID-19 Vaccine) ପ୍ରମାଣପତ୍ର ଦେଖାଇବାକୁ ସକ୍ଷମ ହେବେ ।
ନୂଆଦିଲ୍ଲୀ: Indian Railways/IRCTC: ବର୍ତ୍ତମାନ ସମୟରେ ଯାତ୍ରୀଙ୍କୁ ଟ୍ରେନ (Trains) ରେ ଯାତ୍ରା କରିବା ପାଇଁ RT-PCR ରିପୋର୍ଟ ଆବଶ୍ୟକ ହେଉଛି । କିନ୍ତୁ ଆଗାମୀ ଦିନରେ ଟ୍ରେନରେ ଯାତ୍ରା ପାଇଁ କୋଭିଡ RT-PCR ଯାଞ୍ଚ ରିପୋର୍ଟ ଆବଶ୍ୟକ ହେବ ନାହିଁ । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରେଲୱେ (Indian Railways) କୋରୋନା ରିପୋର୍ଟ (COVID-19 Reports) ବଦଳରେ ରେଳ ଯାତ୍ରୀଙ୍କଠାରୁ କୋଭିଡ ଟିକା (Coronavirus Vaccine) ପ୍ରମାଣପତ୍ର ମାଗିପାରେ ।
ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
ଏହାର ସୁବିଧା ହେଉଛି ଯେ ରେଳ ଯାତ୍ରୀମାନେ ଆରୋଗ୍ୟ ସେତୁ (Arogya Setu) ଆପ୍ ମାଧ୍ୟମରେ ସେମାନଙ୍କର କୋଭିଡ ଟିକା (COVID-19 Vaccine) ପ୍ରମାଣପତ୍ର ଦେଖାଇବାକୁ ସକ୍ଷମ ହେବେ । କୋରୋନା ସଙ୍କଟ (Corona Crisis) ହେତୁ ଗତ କିଛି ଦିନ ଧରି ଲାଗୁ ହୋଇଥିବା କଠୋରତା ବର୍ତ୍ତମାନ ରିହାତି ଦିଆଯାଉଛି । ଏହି କାରଣରୁ ବର୍ତ୍ତମାନ ଲୋକଙ୍କ ଯିବା ଆସିବା ଆରମ୍ଭ ହୋଇସାରିଛି ।
ଅଧିକ ପଢ଼ନ୍ତୁ:-'ଯଦି କୋରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଏ ତେବେ ବଢିପାରେ ବିପଦ'
ଭାରତୀୟ ରେଳ (Indian Railways) ଏହା ଉପରେ ଏକ ଯୋଜନା ପ୍ରସ୍ତୁତ କରୁଛି । ଅନେକ ରାଜ୍ୟ ରେଳ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି ଏବଂ ଜୁନ୍ ୧୫ ସୁଦ୍ଧା ଏହା ଉପରେ ଚିତ୍ର ସ୍ପଷ୍ଟ ହୋଇପାରେ । ଏହାପୂର୍ବରୁ ଜୁନ୍ ୬ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହା ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ମନ୍ତ୍ରଣାଳୟ ଏବଂ ବିଶେଷଜ୍ଞଙ୍କ ମିଳିତ ଟିମ୍ କୋରୋନା ଟିକାର ଉଭୟ ଡୋଜ୍ ଲଗାଇସାରିଥିବା ବ୍ୟକ୍ତିଙ୍କୁ RT-PCR ରିପୋର୍ଟ ବିନା ବିମାନ ଯାତ୍ରାକୁ ଅନୁମତି ଦେବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଲୋଚନା କରୁଛନ୍ତି ।
ଅଧିକ ପଢ଼ନ୍ତୁ:-ଲଘୁଚାପ ଓ ମୌସୁମୀ ସକ୍ରିୟ, ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଯାତ୍ରୀମାନଙ୍କ ସୁବିଧା ପାଇଁ ରେଲୱେ ଧୀରେ ଧୀରେ ଟ୍ରେନ୍ ସେବା ଆରମ୍ଭ କରୁଛି । କୋରୋନା ସଙ୍କଟ ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ଅନେକ ଟ୍ରେନର ଚଳାଚଳ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ଧୀରେ ଧୀରେ ପୁଣି ଆରମ୍ଭ ହେଉଛି । ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବ ନିଶ୍ଚୟ ।