ଭୁବନେଶ୍ୱର: ଚରମ ସୀମାରେ ଓଡିଆ-ଆନ୍ଧ୍ର ସୀମା ବିବାଦ। ଲାଗାତାର ଅନୁପ୍ରବେଶ ଉଦ୍ୟମ କରୁଥିବା ପଡୋଶୀ ଏବେ କୋରାପୁଟ ଜିଲ୍ଲାର କୋଟିଆରେ ନିର୍ବାଚନ କରିବ। ସେପଟେ ଏହି ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ହୋଇଥିବା ଚୁକ୍ତିକୁ ଆନ୍ଧ୍ର ପ୍ରଦେଶ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ସେପଟେ ପ୍ରାଶାସନିକ ଅଧିକାରୀ କୋଟିଆ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ କଥା ନ ହୋଇ ଫେରି ଯାଇଥିବା ନେଇ ଚର୍ଚ୍ଚା ଚାଲିଛି।


COMMERCIAL BREAK
SCROLL TO CONTINUE READING

ଆଲୋଚନା ନୂହେଁ ଆଇନର ତୁଟାଇବ ପଡୋଶୀ ସହ ସୀମା ବିବାଦ (border dispute) ! ସୁପ୍ରମକୋର୍ଟ କାଢିବେ କୋଟିଆ (Kotia) କଣ୍ଟା। ସୀମା ବିବାଦକୁ ନେଇ ଦ୍ୱିତୀୟ ଥର ସର୍ବୋଚ୍ଚ ଅଦାଲତ (Supreme Court) ଙ୍କ ଦ୍ୱାରସ୍ଥ ହେବ ଓଡିଶା। ରବିବାର ମହାଅଧିବକ୍ତା ଅଶୋକ ପରିଜା (Ashok Parija) ଙ୍କ ସହ ବିସ୍ତୃତ ଆଲୋଚନା ପରେ ସରକାର ଏହା ନିଷ୍ପତ୍ତି ନେଇଛନ୍ତି। ତେବେ କେଉଁ ପ୍ରସଙ୍ଗରେ ଓ କିପରି ଆନ୍ଧ୍ରକୁ ଘେରାଯିବ ତାହାକୁ ନେଇ ରଣନୀତି ପ୍ରସ୍ତୁତି ଚାଲିଛି।


Also Read: କୋଟିଆରେ ନିଖୋଜ ୨୦ ବର୍ଷର ବିକାଶ, ଖୋଜିବାକୁ ଯିବେ ରାଜ୍ୟ ମୁଖିଆ


୧୯୩୬ ମସିହାରେ ଓଡିଶାର ସୀମା (Odisha Border) ନିର୍ଦ୍ଧାରଣ ହୋଇଥିଲା। ପରେ ୧୯୫୫ରେ ଆନ୍ଧ୍ରପ୍ରଦେଶ ଗଠନ ହେବା ପରେ ଉଭୟ ରାଜ୍ୟମଧ୍ୟରେ ସୀମାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ନେଇ ୧୯୬୮ରେ ଓଡିଶା ପ୍ରଥମ ଥର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଉ ସେତେବେଳେ ଆପସ ବୁଝାମଣାରେ ସମସ୍ୟାର ସମାଧାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସୀମାରେ ଆନ୍ଧ୍ରପ୍ରଦେଶ ଦ୍ୱରାତ୍ମ୍ୟ କମିଲା ନାହିଁ।


ସମୟ ସମୟରେ ଆନ୍ଧ୍ର ପ୍ରଶାସନ (AP Govt) ଓଡିଶା ସୀମାନ୍ତବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ସରକାରୀ ଯୋଜନାରେ ସାମିଲ କରୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମା ବିବାଦକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସେହି ଚୁକ୍ତି ଅନୁସାରେ ଓଡିଶାର ଅଞ୍ଚଳରେ ଆନ୍ଧ୍ର କୌଣସି ନିର୍ବାଚନ କରିବ ନାହିଁ କି ଲୋକଙ୍କୁ ଭୋଟର କରିବ ନାହିଁ। କିନ୍ତୁ ସେ ବର୍ତ୍ତମାନ ସେହି ଚୁକ୍ତିର ଉଲ୍ଲଙ୍ଘନ କରୁଛି। କୋଟିଆର ୩ଟି ଗାଁକୁ ପଞ୍ଚାୟତ ମାନ୍ୟତା ଦେଇ ଆସନ୍ତା ୧୩ ତାରିଖରେ ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇଛି।


Also Read: ବହୁ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ବିରୋଧୀ କହିଲେ ନିର୍ବାଚନୀ ଚାଲ...


କୋଟିଆ ସୀମା ବିବାଦ ଚରମ ସୀମାରେ ପହଞ୍ଚିଲା ପରେ ଓଡିଶା ସରକାରଙ୍କ ଚେତା ପସିଛି। ଏହି ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଅନ୍ୟପଟେ ପ୍ରଥମ ଥର ପାଇଁ ରବିବାର କୋଟିଆରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ (T.Apang Ao) ଙ୍କ ପାଦ ପଡିଥିଲା। କମିଶନରଙ୍କ ସହ ଆଲୋଚନା କରିବାକୁ ଅଞ୍ଚଳବାସୀ ଅନେଇ ବସିଥିଲେ। କିନ୍ତୁ ସେ କାହା ସହ କଥା ନହୋଇ କେବଳ ବାହାରୁ ବାହାରୁ ଅନେଇ ଫେରିଯାଇଥିବା କୁହାଯାଉଛି।


ସେପଟେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ (Naveen Patnaik) କୋଟିଆରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। କେବଳ ଯେ କାମ କରିଦେଲେ ହେବ ନାହିଁ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ବୁଝିବା ନିହାତି ଜରୁରୀ। ଗୋଟିଏପଟେ ଆନ୍ଧ୍ର ଅଧିକାରୀ କୋଟିଆ ଯାଇ ଭତ୍ତା ବାଣ୍ଟୁଛନ୍ତି, ଅନ୍ୟପଟେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ପର୍ଯ୍ୟଟକଙ୍କ ଭଳି ବ୍ୟବହାର କରିବା ଆଦିବାସୀଙ୍କ ପ୍ରତି ନବୀନ ସରକାରଙ୍କ ଥିବା ବୈମାତୃକ ମନୋଭାବକୁ ସ୍ପଷ୍ଟ ଦର୍ଶାଉଛି। ଏଭଳି ସ୍ଥଳରେ କୋଟିଆବାସୀ ଓଡିଶା ନା ଆନ୍ଧ୍ର ସରକାରଙ୍କ ପକ୍ଷ ନେବେ ତାହା ସମୟ କହିବ।