ସରୋଜ ବେହେରା, ଭୁବନେଶ୍ବର: ବିଗତ କିଛି ବର୍ଷ ହେବ ଓଡିଶାକୁ ଆସୁଥିବା ଦୁର୍ଲଭ ପ୍ରଜାତିର ଅଲିଭ ରିଡଲେ କଇଁଛ ରାଜ୍ୟର ଉପକୂଳକୁ ଆସିବା ପରିବର୍ତ୍ତେ ଶ୍ରୀଲଙ୍କା (Srilanka), ମିଆଁମାର (Myanmar) ଆଡକୁ ମୁହାଁଉଥିବା ଦେଖିବାକୁ ମିଳୁଛି। ବିପଦପୂର୍ଣ୍ଣ ଅଲିଭ୍ ରିଡଲେ (Olive Ridley) ସାମୁଦ୍ରିକ କଇଁଛଙ୍କ (Sea Turtles) ଗତିବିଧି ଚିହ୍ନଟ କରିବାକୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ- ଡବ୍ଲ୍ୟୁଆଇଆଇ (Wildlife Institute of India-WII) ସଂସ୍ଥାକୁ ପୁଣି ଥରେ ଅଧ୍ୟୟନ କରିବାକୁ ଅନୁରୋଧ କରିଛନ୍ତି ଓଡିଶା ସରକାର (Odisha Govt)। 


COMMERCIAL BREAK
SCROLL TO CONTINUE READING

ଯାହା ଦ୍ୱାରା ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ (Coastal Area) ସାମୁଦ୍ରିକ ଜୀବଙ୍କ (Sea Creature) ସଂରକ୍ଷଣ ପାଇଁ ଚାଲିଥିବା ପ୍ରୟାସକୁ ନବୀକରଣ କରିବାରେ ସହଯୋଗ କରିବା ନେଇ ଆଶା କରାଯାଉଛି। ଅଲିଭ୍ ରିଡଲେ କଇଁଛଙ୍କ ସଂରକ୍ଷଣ କରିବା କ୍ଷେତ୍ରରେ ଓଡିଶାର ରଣନୀତି ହେଉଛି ବିଶ୍ବର ଅନ୍ୟତମ ସଫଳ ମଡେଲ୍। 


ଆଜକୁ ୧୦ ପୂର୍ବରୁ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ ସଂଖ୍ୟକ କଇଁଛଙ୍କ ମୃତ୍ୟୁ ହେଉଥିଲା। ହେଲେ ଓଡିଶା  ସରକାରଙ୍କ ବନ ବିଭାଗର ଅଧିକାରୀଙ୍କ ମିଳିତ ଉଦ୍ୟମ ପରେ ଏହି ମୃତ୍ୟୁ ସଂଖ୍ୟାକୁ ହ୍ରାସ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ନୌସେନା (Navy), ତଟରକ୍ଷା ବାହିନୀ (Coast Guard), ବନ୍ଦର କର୍ତୃପକ୍ଷ (Port Authority), ପ୍ରତିରକ୍ଷା ପ୍ରତିଷ୍ଠାନ (Defense Institute) ଏବଂ ମତ୍ସ୍ୟ ବିଭାଗ (Department of Fisheries) ସହିତ କାର୍ଯ୍ୟ କରି କଇଁଛଙ୍କ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି।


ଏହା ସତ୍ବେ ରାଜ୍ୟରେ ଅଲିଭ ରିଡଲେ କଇଁଛଙ୍କ ଆସିବା ସଂଖ୍ୟା କମିବା ଚିନ୍ତା ବଢିଯାଇଛି। ଗତ ୨୦୧୯-୨୦ ବର୍ଷରେ ପ୍ରାୟ ୭ ଲକ୍ଷ ୫୦ ହଜାର ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବା ପାଇଁ ଓଡିଶା ଉପକୂଳ ପରିଦର୍ଶନ କରିଥିଲେ। ୨୦୧୭-୧୮ ବର୍ଷରେ ଏହି ସଂଖ୍ୟା ୪ ଲକ୍ଷ ୫୧ ହଜାର ରହିଥିଲା ବୋଲି ଆକଳନ କରାଯାଇଥିଲା। ୨୦୧୫-୧୬ ବର୍ଷରେ କଇଁଛ ମୃତ୍ୟୁ ସଂଖ୍ୟା ୬୯୮୮ ରହିଥିଲା। ହେଲେ କଇଁଛ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଫଳରେ ୨୦୧୮-୧୯ ବର୍ଷରେ ଏହି ସଂଖ୍ୟା ୩୫୧୮ରେ ପହଞ୍ଚିଥିଲା।  


Also Read: ଉପକୂଳ ରାଜପଥ ନିର୍ମାଣ ଦାବି ନେଇ ପଦଯାତ୍ରା


ରାଜ୍ୟ ସରକାର ବର୍ତ୍ତମାନ କଇଁଛ ସଂରକ୍ଷଣ ପାଇଁ ମିଳିତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଋଷିକୁଲ୍ୟା ନଦୀ (Rushikulya River) ମୁହାଣରେ ଏଥିପାଇଁ ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଛି। ମାସେ କିମ୍ବା ଦୁଇ ମାସ ମଧ୍ୟରେ ଅଧ୍ୟୟନ କରିବା ପାଇଁ ଏକ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବାକୁ ଯୋଜନା ରଖିଛି ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗ। ଏଥିପାଇଁ ବିଭାଗୀୟ ସଚିବଙ୍କ ସହିତ ୱାଇଲ୍ଡ ଲାଇଫ ଇଷ୍ଟିଚ୍ୟୁଟ ସହ ବୈଠକ ମଧ୍ୟ ସରିଛି। 


ବିପଜ୍ଜନକ ଅଲିଭ୍ ରିଡଲେ କଇଁଛ ଓଡିଶା ଉପକୂଳରେ ବିଶେଷ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ (Gahirmatha Marine Sanctuary), ଋଷିକୂଲ୍ୟା-ଦେବୀ ନଦୀ ମୁହାଣରେ ବସା ବାନ୍ଧିବା ପାଇଁ ଏକତ୍ରୀତ ହୁଅନ୍ତି। ୨୦୦୭-୨୦୧୦ ମଧ୍ୟରେ ଶେଷ ଥର ପାଇଁ ୱାଇଲ୍ଡ ଲାଇଫ ଇଷ୍ଟିଚ୍ୟୁଟ ପକ୍ଷରୁ ଅଧ୍ୟୟନ କରାଯାଇଥିଲା। ଏହି ଅନୁଧ୍ୟାନରୁ ଯାହା ତଥ୍ୟ ପଦାକୁ ଆସିଛି ତାହା ନିଶ୍ଟିନ୍ତ ଭାବେ ବନ୍ୟ ପ୍ରାଣୀଙ୍କ ପାଇଁ ଚିନ୍ତା ବଢାଇବ।


ଓଡ଼ିଶାରୁ କଇଁଛ ଶ୍ରୀଲଙ୍କା ଯାଉଥିଲେ ଏବଂ କେତେକ ଆଣ୍ଡାମାନ ଯାଉଥିଲେ। ଅଲିଭ୍ ରିଡଲେ କଇଁଛ ଦ୍ୱାରା ବ୍ୟବହୃତ ଦୁଇଟି ପ୍ରମୁଖ ମାର୍ଗକୁ ବିଶେଷଜ୍ଞ ଖୋଜି ପାଇଥିଲେ। ଶ୍ରୀଲଙ୍କା ଉପକୂଳରୁ କଇଁଛ ଓଡିଶାକୁ ଆସୁ ନଥିଲେ। ସେମାନେ ମାଲଦ୍ୱୀପ ଏବଂ ଭାରତର ପୂର୍ବ ଉପକୂଳରେ ଥିବା ଅନ୍ୟ କେତେକ ସ୍ଥାନକୁ ଯାଉଥିଲେ ବୋଲି ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ବୈଜ୍ଞାନିକ ଶ୍ରୀ ସିଭାକୁମାର କହିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଇଁଛଙ୍କ ଅଣ୍ଡା ଦେବା ବେଳେ ଟ୍ରଲର (Trailer), ମେକାନାଇଜଡ୍ ଡଙ୍ଗା ଚାଳକଙ୍କୁ (Mechanized Boat Operators) ଉପକୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ମାରିବା ଉପରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।


ଏହି ନିଷେଧାଦେଶ ଚଳିତ ବର୍ଷ ନଭେମ୍ବର ପହିଲାରୁ ଆସନ୍ତା ବର୍ଷ ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କଇଁଛ ସଂରକ୍ଷଣ ଉଦ୍ୟମ ହେତୁ ପ୍ରାୟ ୧୦,୬୬୬ ମତ୍ସ୍ୟଜୀବୀଙ୍କୁ ୭୫୦୦ ଟଙ୍କା ଯୋଗାଇ ଦିଆଯାଉଛି। କଇଁଛଙ୍କ ବହୁଳ ବସା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସରକାର ୬୧ଟି ଉପକୂଳ, ୫ଟି ଅଫ ସୋର ପାଟ୍ରୋଲିଂ ଶିବିର (Offshore Patrol Camp) ଆୟୋଜନ କରିବେ ରାଜ୍ୟ ସରକାର।