ଉପକୂଳ ରାଜପଥ ନିର୍ମାଣ ଦାବି ନେଇ ପଦଯାତ୍ରା
Advertisement
Article Detail0/zeeodisha/odisha786545

ଉପକୂଳ ରାଜପଥ ନିର୍ମାଣ ଦାବି ନେଇ ପଦଯାତ୍ରା

ଉପକୂଳ ଅଞ୍ଚଳର ସାମାଜିକ, ଅର୍ଥନୈତିକ ବିକାଶ ନେଇ ତୁରନ୍ତ ରାଜପଥ ନିର୍ମାଣ କରିବାକୁ ମଞ୍ଚ ପକ୍ଷରୁ କରାଯିବ ଦାବି ହୋଇଛି। 

ଉପକୂଳ ରାଜପଥ ନିର୍ମାଣ ଦାବି ନେଇ ପଦଯାତ୍ରା

ସଞ୍ଜୟ ମହାପାତ୍ର,ପୁରୀ: ଉପକୂଳ ରାଜପଥ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ ପକ୍ଷରୁ ଉପକୂଳ ରାଜପଥ (Coastal Highway)ନିର୍ମାଣ ଦାବି ନେଇ ପଦଯାତ୍ରା (Demonstration)। ପୁରୀରୁ (Puri)ଭୁବନେଶ୍ୱର (Bhubaneswar)ପର୍ଯ୍ୟନ୍ତ ଆରମ୍ଭ ହୋଇଛି ପଦଯାତ୍ରା।  

ଭାରତମାଳା ପ୍ରକଳ୍ପ (Bharatmala Project)ମାଧ୍ୟମରେ ଉପକୂଳ ରାଜପଥ ନିର୍ମାଣ ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦେବେ ସ୍ମାରକପତ୍ର। ଉପକୂଳ ଅଞ୍ଚଳର ସାମାଜିକ, ଅର୍ଥନୈତିକ ବିକାଶ ନେଇ ତୁରନ୍ତ ରାଜପଥ ନିର୍ମାଣ କରିବାକୁ ମଞ୍ଚ ପକ୍ଷରୁ କରାଯିବ ଦାବି ହୋଇଛି। ଏହି ଶୋଭାଯାତ୍ରାରେ ସାତପଡା ଓ କୃଷ୍ଣପ୍ରସାଦ ଅଞ୍ଚଳର ଶତାଧିକ ଜନସାଧାରଣ ଏଥିରେ ଅଂଶଗ୍ରହଣ କରିଛନ୍ତି।

ଗୋପାଳପୁର (Gopalpur)ଠାରୁ ଦୀଘା (Digha)ପର୍ଯ୍ୟନ୍ତ ଏହି ଭାରତମାଳା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆମ ଅଞ୍ଚଳର ବିକାଶ ହେବ। ରାଜ୍ୟ ସରକାର ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ମଞ୍ଚ ପକ୍ଷରୁ ଦାବୀ ନେଇ ପଦଯାତ୍ରା ଆରମ୍ଭ ହୋଇଛି। ନହେଲେ ଲୋକସେବା ଭବନ ଯାଇ ମଞ୍ଚ ପକ୍ଷରୁ ଘେରାଉ କରାଯିବ ବୋଲି କହିଛନ୍ତି ମଞ୍ଚର ଆବାହକ।