ନୂଆଦିଲ୍ଲୀ: କୋରୋନା ବିରୋଧି ଲଢେଇ ଶେଷ ହେବା ପୂର୍ବରୁ ହାର ମାନିଯାଇଛନ୍ତି ପାକିସ୍ତାନ ସରକାର। ବଞ୍ଚିବା ଲାଗି କୋଭିଡ୧୯ ସଂକ୍ରମଣ ସହ ସଂଘର୍ଷ କରୁଥିବା ଦେଶର ଜନତାଙ୍କୁ ଭଗବାନଙ୍କ ଭରସାରେ  ଛାଡି  ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନେତୃତ୍ୱାଧିନ ସରକାର। 
 
କୋରୋନା ମୁକାବିଲା ପାଇଁ କୋଭିଡ୧୯ ଟିକା କିଣାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର। ଏହା ବଦଳରେ ଏହି ମହାମାରୀର ମୁକାବିଲା କରିବା ପାଇଁ ହର୍ଡ ରୋଗ ପ୍ରତିରୋଧକ ଶକ୍ତି ଅର୍ଥାତ  ଇମ୍ୟୁନିଟି (Herd Immunity) ଏବଂ ବନ୍ଧୁ ଦେଶଙ୍କ ପକ୍ଷରୁ ମିଳୁଥିବା ମାଗଣା କୋରୋନା ଟିକା (Free Corona Vaccine) ଉପରେ ନିର୍ଭର ରହିବ ପାକିସ୍ତାନ।


COMMERCIAL BREAK
SCROLL TO CONTINUE READING

ଏନେଇ ଦେଶର ସ୍ୱାସ୍ଥ୍ୟ ସେବା ସଚିବ (Health Services Secretary) ଅମିର ଅସରଫ୍ ଖ୍ୱାଜା (Amir Ashraf Khawaja) ପବ୍ଲିକ ଆକାଉଣ୍ଟ କମିଟିକୁ ଜଣାଇଛନ୍ତି କୋରୋନା ଟିକା କିଣିବା ଲାଗି କୌଣସି ନିଷ୍ପତ୍ତି ନିଆଯାଇନାହିଁ। ହର୍ଡ ଇମ୍ୟୁନିଟି ଏବଂ ବନ୍ଧୁ ଦେଶଙ୍କ ପକ୍ଷରୁ ମିଳୁଥିବା ମାଗଣା କୋରୋନା ଟିକା ମାଧ୍ୟମରେ ଦେଶରେ କୋରୋନା ମୁକାବିଲା କରାଯିବ। ହର୍ଡ ଇମ୍ୟୁନିଟି ସେତେବେଳେ ମିଳିଥାଏ ଯେତେବେଳେ ଲୋକେ ସଂକ୍ରମିତ ରୋଗ ଦ୍ୱାରା ଆକ୍ରାନ୍ତ ହେବା ପରେ ନିଜେ ବଞ୍ଚିବା ଲାଗି ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାନ୍ତି। 


Also Read: China ଉପରେ ନାହିଁ ଭରସା; ଏହି ଦେଶର ଟିକା ନେଲେ Nepal ପ୍ରଧାନମନ୍ତ୍ରୀ


 


ଟିକା କିଣାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦେଶର ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ (National Institutes of Health) କାର୍ଯ୍ୟକାରୀ ନିର୍ଦ୍ଦେଶକ ମେଜର ଜେନେରାଲ ଆମିର ଅମର ଇକରାମ (Major General Aamir Aamer Ikram) କହିଛନ୍ତି ଚୀନ ନିର୍ମିତ କୋରୋନା ଟିକାର (Chinese Made Corona Vaccine) ଗୋଟିଏ ଖୋରାକ (Dose) ଦାମ ହେଉଛି ୧୩ ଆମେରିକୀୟ  ଡଲାର। ଏହାକୁ ଦୃଷ୍ଟିରେ ରଖି କୋରୋନା ଟିକା କିଣିବା ଲାଗି  କୌଣସି ନିଷ୍ପତ୍ତି ନିଆଯାଇନାହି। ସହଯୋଗୀ ଦେଶଙ୍କ ଦ୍ୱାରା ଦିଆଯାଉଥିବା ମାଗଣା କୋରୋନା ଟିକା ଉପରେ ଦେଶ ନିର୍ଭରଶୀଳ ରହିବ।   


ପାକିସ୍ତାନ ସ୍ୱାସ୍ଥ୍ୟ ସେବା ସଚିବ କହିଛନ୍ତି ଚୀନ ଫାର୍ମାଟିସ୍ୟୁକାଲ କମ୍ପାନୀ (Chinese Pharmaceutical Company) ସିନୋଫାର୍ମ (Sinopharm) ପାକିସ୍ତାନକୁ ୧୦ ଲକ୍ଷ କୋରୋନା ଟିକା ଖୋରାକ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲା। ସେଥିମଧ୍ୟରୁ ପ୍ରାୟ ୫ ଲକ୍ଷ ମିଳିସାରିଛି। ବାକି ଖୁବଶୀଘ୍ର ମିଳିଯିବ। ପ୍ରାୟ ୨ ଲକ୍ଷ ୭୫ ହଜାର ଖୋରାକ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି।  ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ପ୍ରାୟ ୭ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରିଛନ୍ତି ପାକିସ୍ତାନ ସରକାର।


ଗ୍ଲୋବାଲ ଆଲାଏନ୍ସ  ଫର୍ ଭ୍ୟାକିସିନ ଇମ୍ୟୁନାଇଜେସନ-ଜିଏଭିଆଇ (Global Alliance for Vaccines and Immunisation-GAVI) ମାଧ୍ୟମରେ ଅକ୍ସଫୋର୍ଡ ଏଷ୍ଟ୍ରୋ ଜେନକା (Oxford Astra Zeneca) ପକ୍ଷରୁ ଭାରତରେ ନିର୍ମିତ ହେଉଥିବା  ପ୍ରାୟ ୧  କୋଟି ୬୦ କୋରୋନା ଟିକା  ପାକିସ୍ତାନକୁ ମାଗଣା ମିଳିଭ। ଯାହା ଦ୍ୱାରା ଦେଶର ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ଲୋକଙ୍କ ମାଗଣା ଟିକାକରଣ କରା ଯାଇପାରିବ।  


Also Read: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ


 


ଆଜକୁ ୨୧ ବର୍ଷ ପୂର୍ବେ ଅର୍ଥାତ ୨୦୦୦ ମସିହାରେ ଗଠିତ ହୋଇଥିବା ଜିଏଭିଆଇ ନାମକ ଆନ୍ତର୍ଜାତୀୟ ସଂସ୍ଥାର ଉଦ୍ଦେଶ୍ୟ ହେଉଛି ଗରିବ ଦେଶଙ୍କୁ ବିଭିନ୍ନ ମହାମାରୀ ସହ ଲଢେଇ କରିବା ପାଇଁ ମାଗଣା ଟିକା  ଯୋଗଇବା। ଏହି ସଂସ୍ଥା ମାଧ୍ୟମରେ ମାଗଣା କୋରୋନା ଟିକା ପାଇବାକୁ ଜଗିବସିଛି ପାକିସ୍ତାନ।   


କୋରୋନା ଆସିବା ପରେ ଦୋହଲି ଯାଇଛି ପାକିସ୍ତାନର ଆର୍ଥିକ ସ୍ଥିତି। ଅନ୍ୟପଟେ ଦେଶରେ ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସେପରି କୌଣସି କଠୋର ପଦକ୍ଷେପ ନେଇନାହାଁନ୍ତି ପାକିସ୍ତାନ ସରକାର। ଅନ୍ୟପଟେ ଦେଶର ସ୍ଥିତିକୁ ନଜରରେ ଟିକା କିଣିବା ଲାଗି ପଇସା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି ପାକିସ୍ତାନ ସରକାର। ମାଗଣାରେ ମିଳିବାକୁ ଥିବା ଚିକା ସହାୟତାରେ କୋରୋନା ମୁକାବିଲା କରିବାକୁ ଯୋଜନା କରିଛନ୍ତି ପାକିସ୍ତାନ ସରକାର।    


Also Read: ଔକାତକୁ ଆସିଗଲା ପାକିସ୍ତାନ; ଭାରତରୁ ମାଗଣାରେ ନେବ କୋରୋନା ଟିକା!


କୋରୋନା ଟିକା ନିର୍ମାଣରେ ଭାରତ ବିଶ୍ୱରେ ଏକ ଅଗ୍ରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (Serum Institute of India), ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ (Bharat Biotech) ପକ୍ଷରୁ କୋରୋନା ଟିକା ନିର୍ମାଣ କରାଯାଉଛି। ଏହି ଦୁଇ କମ୍ପାନୀ ପକ୍ଷରୁ ନିର୍ମିତ ହେଉଥିବା ବିଶ୍ୱରେ ସବୁଠାରୁ ଶସ୍ତା ସହ ପ୍ରଭାବଶାଳୀ ଭାବେ ବିଶ୍ୱ ଦରବାରରେ ଉଭା ହୋଇଛି। ବ୍ରିଟେନ ଭଳି ଦେଶ  ମଧ୍ୟ ୧୦ କୋଟି ଖୋରାକ କିଣିବା ଭାରତ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି।  


ଭ୍ୟାକ୍ସିନ ମୈତ୍ରୀ (Vaccine Maitri) ଅଭିଯାନ ମାଧ୍ୟମରେ ଭାରତ, ବିଶ୍ୱର ଅନେକ ନିମ୍ନ ବିକଶିତ ତଥା ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଦେଶଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇ ଦିଆଯାଉଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିତ୍ର ଦେଶଙ୍କୁ ମଧ୍ୟ କୋରୋନା ଟିକା ଯୋଗାଇଦେଉଛି। ଭାରତ ପକ୍ଷରୁ ନେପାଳକୁ ୧୦ ଲକ୍ଷ ଟିକା ଉପହାର ସ୍ୱରୂପ ଦିଆଯାଇଛି। ଅନ୍ୟପଟେ ଯଦିଓ ଚୀନ ଦ୍ୱାରା ନେପାଳକୁ ୫ ଲକ୍ଷ  ଟିକା ଦିଆଯାଇଛି ହେଲେ ଏହାର କାର୍ଯ୍ୟକାରିତା ଉପରେ ସନ୍ଦେହ କରୁଛନ୍ତି ନେପାଳ ସରକାର। ଏହାକୁ ଦୃଷ୍ଟିରେ ରଖି ନେପାଳ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ବିଭିନ୍ନ ମନ୍ତ୍ରୀ ଭାରତ ନିର୍ମିତ ଟିକା ନେଇଛନ୍ତି।