Passport Ranking 2022: ଯଦି ଆପଣ ବିଶ୍ୱର କୌଣସି ଦେଶର ଶକ୍ତି ଏବଂ ପ୍ରତିଷ୍ଠା ବାବଦରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହାର ପାସପୋର୍ଟ ରାଙ୍କିଂ ଦେଖିନିଅନ୍ତୁ। ଏହା ଦର୍ଶାଏ ଯେ ବିଶ୍ୱରେ ଗୋଟିଏ ଦେଶକୁ କେତେ ସମ୍ମାନ ମିଳେ। ବର୍ତ୍ତମାନ ୨୦୨୨ ବର୍ଷ ପାଇଁ ବିଶ୍ୱର ବିଭିନ୍ନ ଦେଶର ପାସପୋର୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତ, ପାକିସ୍ଥାନ ଏବଂ ଚୀନ୍ ସମେତ ବିଶ୍ୱର ଅନେକ ଦେଶ ବାବଦରେ ଏପରି ସୂଚନା ଦିଆଯାଇଛି ଯାହା ବାବଦରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।


COMMERCIAL BREAK
SCROLL TO CONTINUE READING

ଏହି ପାସପୋର୍ଟ ରାଙ୍କିଂ ୨୦୨୨ (Passport Ranking 2022) ଆନ୍ତର୍ଜାତୀୟ ବିମାନ ପରିବହନ ସଂଘରୁ (International Air Transport Association) ନିଆଯାଇଥିବା ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ (Henley Passport Index) ନାମକ ତାଲିକାରେ ମୋଟ ୧୯୯ ଦେଶ ଅନ୍ତର୍ଭୂକ୍ତ କରାଯାଇଛି। ଏହା ଲଣ୍ଡନ ସ୍ଥିତ ଫାର୍ମ 'ହେନଲି ଆଣ୍ଡ ପାର୍ଟନର୍ସ' (Henley & Partners) ଦ୍ୱାରା ଜାରି କରାଯାଇଛି। ଏଥିରେ ବିଶ୍ୱର ପ୍ରାୟ ସମସ୍ତ ଦେଶର ପାସପୋର୍ଟ (Passport) ସ୍ଥିତି ବାବଦରେ ସୂଚନା ଦିଆଯାଇଛି।


ପାସପୋର୍ଟ ରାଙ୍କିଂ ତାଲିକାରେ ଆଫଗାନିସ୍ତାନ ସର୍ବଠାରୁ ନିମ୍ନରେ ରହିଛି। ଆଫଗାନ ପାସପୋର୍ଟ ପାଇଥିବା ବ୍ୟକ୍ତି ବିନା ଭିସାରେ ୨୭ ଦେଶ ପରିଦର୍ଶନ କରିପାରିବେ। ଏହା ଉପରେ ଇରାକ ୨୯ ଦେଶ ଏବଂ ସିରିଆ ୩୦ ଦେଶ ସହ ରହିଛି। ଯଦି ପାକିସ୍ତାନ ପାସପୋର୍ଟ କଥା କୁହାଯାଏ ତାହେଲେ ଏହା ତଳଆଡୁ ଚତୁର୍ଥ ସ୍ଥାନ ଅର୍ଥାତ ୧୦୯ ନମ୍ବର ସ୍ଥାନରେ ରହିଛି। ବିଶ୍ୱରେ ଆତଙ୍କବାଦର କାରଖାନା ଭାବେ ପରିଚିତ ପାକିସ୍ତାନର ପ୍ରତିଷ୍ଠା ଏତେ ଖରାପ ଯେ ଏହି ଦେଶର ପାସପୋର୍ଟ ଧରିଥିବା ବ୍ୟକ୍ତିଙ୍କୁ କେବଳ ବିନା ଭିସାରେ ୩୨ ଦେଶ ପରିଦର୍ଶନ କରିବାକୁ ଅନୁମତି ରହିଛି। ଏହା ହେଉଛି ବିଶ୍ୱର ଚତୁର୍ଥ ଦୁର୍ବଳ ପାସପୋର୍ଟ।


ଯଦି ଭାରତ କଥା କୁହାଯାଏ ତାହେଲେ ଏହି ଦୌଡ଼ରେ ପାକିସ୍ତାନ ଠାରୁ ବହୁତ ଆଗରେ ଅଛି।  ପାସପୋର୍ଟ ତାଲିକାରେ ଭାରତ ୮୭ ତମ ସ୍ଥାନରେ ରହିଛି। ଭାରତୀୟ ପାସପୋର୍ଟ ଧରିଥିବା ବ୍ୟକ୍ତି ବିନା ଭିସାରେ ୬୦ ଦେଶକୁ ଯାତ୍ରା କରିପାରିବେ। ଭାରତ ସହିତ ତାଜିକିସ୍ତାନ ଏବଂ ମୌରିଟାନିଆ ମଧ୍ୟ ସମାନ ମାନ୍ୟତା ପାଇଛନ୍ତି। ଅର୍ଥାତ୍ ସେମାନଙ୍କ ପାସପୋର୍ଟ ଭାରତ ଭଳି ଶକ୍ତିଶାଳୀ। ଏହି ପ୍ରସଙ୍ଗରେ ଚୀନ୍ ଭାରତ ଠାରୁ ସାମାନ୍ୟ ଆଗରେ ରହିଛି। ଚୀନ ପାସପୋର୍ଟ ତାଲିକାରେ ୬୯ ତମ ସ୍ଥାନରେ ରହିଛି। ଚୀନ ପାସପୋର୍ଟ ଧରିଥିବା ଜଣେ ବ୍ୟକ୍ତି ବିନା ଭିସାରେ ୮୦ ଦେଶକୁ ଯାତ୍ରା କରିପାରିବେ।


ପାସପୋର୍ଟ ରାଙ୍କିଂ ତାଲିକାର ଶ୍ରେଷ୍ଠ ୫ ଦେଶକୁ ଦେଖନ୍ତି ତାହେଲେ ଏସୀୟ ଦେଶ ଜାପାନ ପ୍ରଥମ ସ୍ଥାନ ଅଧିକାର କରିଛି। ଜାପାନ ପାସପୋର୍ଟ ଧରିଥିବା ବ୍ୟକ୍ତି ବିନା ଭିସାରେ ୧୯୩ ଦେଶ ଯାତ୍ରା କରିପାରିବେ। ଜାପାନ ପ୍ରଥମ ସ୍ଥାନରେ ଆସିବାର କାରଣ ହେଉଛି ଜାପାନୀ ଶାନ୍ତି ପସନ୍ଦ କରିଥାନ୍ତି ଏବଂ ଝଗଡା ଠାରୁ ନିଜକୁ ଦୂରରେ ରଖିଥାନ୍ତି। ସେମାନେ କେବଳ ବ୍ୟବସାୟ କିମ୍ବା ଯାତ୍ରା ଉଦ୍ଦେଶ୍ୟରେ ବିଦେଶ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଯାତ୍ରା ବେଳେ ମୁକ୍ତ ଭାବରେ ଖର୍ଚ୍ଚ କରିଥାନ୍ତି। ଜାପାନ ପରେ ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ମିଳିତ ଭାବେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ଦେଶର ପାସପୋର୍ଟ ଧରିଥିବା ବ୍ୟକ୍ତି ବିନା ଭିସାରେ ୧୯୨ ଦେଶ ଯାତ୍ରା କରିପାରିବେ। ଜର୍ମାନୀ ଏବଂ ସ୍ପେନ୍ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦେଶର ପାସପୋର୍ଟ ଧରିଥିବା ବ୍ୟକ୍ତି ବିନା ଭିସାରେ ୧୯୦ ଦେଶ ଯାତ୍ରା କରିପାରିବେ। ଫିନଲ୍ୟାଣ୍ଡ, ଇଟାଲୀ ଏବଂ ଲକ୍ସେମବର୍ଗ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ଦେଶର ପାସପୋର୍ଟ ଧରିଥିବା ବ୍ୟକ୍ତି ବିନା ଭିସାରେ ୧୮୯ ଦେଶ ଯାତ୍ରା କରିପାରିବେ।  ଅଷ୍ଟ୍ରିଆ, ଡେନମାର୍କ, ନେଦରଲ୍ୟାଣ୍ଡ ଏବଂ ସ୍ୱିଡେନ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ପାସପୋର୍ଟ ଧରିଥିବା ବ୍ୟକ୍ତି ବିନା ଭିସାରେ ୧୮୮ ଦେଶ ଯାତ୍ରା କରିପାରିବେ। 


Also Read: Passport Ranking 2022: ପାକିସ୍ତାନୀଙ୍କୁ ପ୍ରବେଶ ଦେବାକୁ ଚାହୁଁନାହିଁ ବିଶ୍ୱ