Twitter CEO: ଭାରତୀୟ ଦାୟିତ୍ୱ ଗ୍ରହଣ କରିବା ପରେ ଉଡିଲା ପାକିସ୍ତାନ ମଜାକ
Advertisement
Article Detail0/zeeodisha/odisha1038803

Twitter CEO: ଭାରତୀୟ ଦାୟିତ୍ୱ ଗ୍ରହଣ କରିବା ପରେ ଉଡିଲା ପାକିସ୍ତାନ ମଜାକ

କୌତୂହଳର ବିଷୟ ଏହା ଯେ ଯେଉଁଲୋକ ପାକିସ୍ତାନକୁ ଏହି ଉପାୟରେ ପରିହାସ କରୁଛନ୍ତି ସେମାନଙ୍କ ମଧ୍ୟରେ ଅନେକ ପାକିସ୍ତାନୀ ନାଗରିକ ଅଛନ୍ତି।

Twitter CEO: ଭାରତୀୟ ଦାୟିତ୍ୱ ଗ୍ରହଣ କରିବା ପରେ ଉଡିଲା ପାକିସ୍ତାନ ମଜାକ

ନୂଆଦିଲ୍ଲୀ: ଯେବେଠାରୁ ଟ୍ୱିଟର ସିଇଓ ଭାବେ ପ୍ରବାସୀ ଭାରତୀୟ ପରାଗ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି ସେବେଠାରୁ ସାମାଜିକ ଗଣମାଧ୍ୟମରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଭଳି ଦେଶକୁ ତୁଳନା କରୁଥିବା ମଜାଳିଆ ପୋଷ୍ଟ ତଥ ମୀମ୍ସ ଜୋରସୋରରେ ସେୟାର କରାଯାଉଛି। ଏହି ପୋଷ୍ଟ ଜରିଆରେ ଲୋକେ ଗୋଟିଏ ପଟେ ଦୁନିଆର ସବୁଠୁ ବଡ କମ୍ପାନୀକୁ ସମ୍ଭାଳୁଥିବା ଭାରତୀୟ ଏବଂ ଅନ୍ୟ ପଟେ ଆତଙ୍କବାଦ ସଙ୍ଗଠନକୁ ପରିଚାଳନା କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ଦର୍ଶାଇଛନ୍ତି। 

କୌତୂହଳର ବିଷୟ ଏହା ଯେ ଯେଉଁଲୋକ ପାକିସ୍ତାନକୁ ଏହି ଉପାୟରେ ପରିହାସ କରୁଛନ୍ତି ସେମାନଙ୍କ ମଧ୍ୟରେ ଅନେକ ପାକିସ୍ତାନୀ ନାଗରିକ ଅଛନ୍ତି। ନିକଟରେ ଟ୍ୱିଟର ସିଇଓ ଭାବେ ପ୍ରବାସୀ ଭାରତୀୟ ପରାଗ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ  କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନୂତନ ପାକିସ୍ତାନର ମଜାକ ସୋସିଆଲ ମିଡିଆରେ ଉଡିବାରେ ଲାଗିଛି। ସୁନ୍ଦର ପିଚାଇ, ପାରାଗ ଅଗ୍ରୱାଲ ଏବଂ ସତ୍ୟ ନାଡେଲାଙ୍କ ପରି ପ୍ରବାସୀ ଭାରତୀୟ ଆନ୍ତର୍ଜାତୀୟ ସ୍ତରରେ ଭାରତର ମାନ ସମ୍ମାନ ଗର୍ବ ଗୌରବ ବଢାଇ ଥିବା ବେଳେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିବାଦୀୟ ହୋଇପଡି଼ଛି। ଅନେକ ପାକିସ୍ତାନୀ ଆତଙ୍କବାଦୀ ଆତଙ୍କୀ ହମଲା କରି ସମଗ୍ର ବିଶ୍ୱରେ ନିଜ ଦେଶର ଇଜତକୁ ତଳି ତଳାନ୍ତ କରିଦେଇଛନ୍ତି। ଆମେରିକା ଏବଂ ବ୍ରିଟେନ ଭଳି ଦେଶ ମଧ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Also Read: Twitter CEO ପଦରୁ ହଟିଲେ Jack Dorsey; ଏହି ଭାରତୀୟଙ୍କୁ ମିଳିପାରେ ଦାୟିତ୍ୱ

ଆନ୍ତର୍ଜାତୀୟ  ନିଜ ଦେଶର ଏପରି ସଫଳତାକୁ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି ପାକିସ୍ତାନୀ ସାମ୍ବାଦିକା ନାଇଲା ଇନାୟତ। ଏନେଇ ସେ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଭଳି ଦେଶର କିଛି ଚେହେରା ଅଛି ଯାହାଙ୍କ ପରିଚୟ ବାବଦରେ ସମଗ୍ର ବିଶ୍ୱ ଜାଣିଛି।  ଏଥିରେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣା, ଆଡୋବ ସିଇଓ ଶାନ୍ତନୁ ନାରାୟଣ ଏବଂ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଅଛନ୍ତି। 

ଅନ୍ୟପଟେ  ଲଶ୍କର-ଇ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦ, ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହର, ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକୀଉର ରେହମାନ ଲଖଭି ଏବଂ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଭଳି ଆତଙ୍କବାଦୀଙ୍କ ଫଟୋ ରହିଛି। ଏହି ଟ୍ୱିଟ ଆସିବା ପରେ ଏହାକୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ରଖୁଛନ୍ତି ଲୋକେ। ଏହି ଟ୍ୱିଟ ଉପରେ ମତ ରଖି ଜଣେ ବ୍ୟକ୍ତି ଲେଖିଛନ୍ତି ଆତଙ୍କବାଦ ବର୍ଗରେ ଭାରତ କଦାପି ପାକିସ୍ତାନକୁ ପରାସ୍ତ କରିପାରିବ ନାହିଁ। ଏଭଳି ଟ୍ୱିଟ ପାଇଁ କେତେକ ପାକିସ୍ତାନୀ ଲୋକ ନିଜ ଦେଶର ସାମ୍ବାଦିକାଙ୍କୁ ସମାଲୋଚନା କରିଛନ୍ତି।