Patanjali Product Ban: ସୁପ୍ରିମକୋର୍ଟଙ୍କ ଶକ୍ତ ପ୍ରହାର ପରେ ଏବେ ବାଟକୁ ଆସିଛି ପତଞ୍ଜଳି । କେବଳ ସୁପ୍ରିମକୋର୍ଟ ନୁହଁନ୍ତି ଏବେ ପତଞ୍ଜଳିକୁ ଉତ୍ତରାଖଣ୍ଡ ସରକାର ଦେଇଛନ୍ତି ଝଟକା।  ଉତ୍ତରାଖଣ୍ଡ ଡ୍ରଗ୍ କଣ୍ଟ୍ରୋଲ୍ ବିଭାଗର ଲାଇସେନ୍ସ କର୍ତ୍ତୃପକ୍ଷ ପତଞ୍ଜଳିର ଦିବ୍ୟ ଫାର୍ମାସି କମ୍ପାନୀର ୧୪ ଟି ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଦିବ୍ୟ ଫାର୍ମାସିର ଏହି ଉତ୍ପାଦଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବ୍ୟାନ ହୋଇଥିବା ଦିବ୍ୟ ଫାର୍ମାସିର ଉତ୍ପାଦଗୁଡ଼ିକ ମଧ୍ୟରେ ଶ୍ୱାସରୀ ଗୋଲ୍ଡ, ଶ୍ୱାସରୀ ଭଟି, ଦିବ୍ୟ ବ୍ରୋଙ୍କମ୍, ଶ୍ୱାସରୀ ପ୍ରଭାହି, ଶ୍ୱାସାରୀ ଅବଲେହ, ମୁକ୍ତା ଭଟି ଏକ୍ସଟ୍ରା ପାୱାର, ଲିପିଡମ୍, ବିପି ଗ୍ରୀଟ୍, ମଧୁଗ୍ରୀଟ, ମଧୁନାଶି ଭଟି ଏକ୍ସଟ୍ରା ପାୱାର, ଲିଭାମ୍ରାଇଟ୍ ଆଡଭାନ୍ସ, ଲିଭୋଗ୍ରିଟ୍, iGrit ଗୋଲ୍ଡ, ଏବଂ ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ।


COMMERCIAL BREAK
SCROLL TO CONTINUE READING

ଉତ୍ତରାଖଣ୍ଡ ଡ୍ରଗ୍ କଣ୍ଟ୍ରୋଲ୍ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଏହାର ଉତ୍ପାଦର ପ୍ରଭାବ ବିଷୟରେ ବାରମ୍ବାର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିବା ପାଇଁ ଦିବ୍ୟ ଫାର୍ମାସିର ଲାଇସେନ୍ସ ବନ୍ଦ କରାଯାଇଛି। ସୁପ୍ରିମକୋର୍ଟ ଗତ ସପ୍ତାହରେ ପତଞ୍ଜଳି ଆୟୁର୍ବେଦଙ୍କୁ ଏହାର କିଛି ଉତ୍ପାଦର ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ପାଳନ ନକରିବାରୁ ତାଗିଦ କରିଥିଲେ। ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ଅବମାନନା ଅଭିଯୋଗ ଦାଖଲ କରାଯିବ କି ନାହିଁ ତାହା ସ୍ଥିର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ। 


Also Read:  T20 World Cup: ଭାରତୀୟ ବିଶ୍ୱକପ ଦଳ ଘୋଷଣା, ଜାଣନ୍ତୁ ଟିମ୍ ରେ କିଏ କିଏ ସାମିଲ?


Also Read: Vastu Tips: ଘର ଦୁଆର ମୁହଁରେ ରଖନ୍ତୁ ଏହିସବୁ ଜିନିଷ, ଲକ୍ଷ୍ମୀ ମାଆ ହେବେ ପ୍ରସନ୍ନ