କାଶ୍ମୀର ଫାଇଲ୍ସ ଉପରେ ମେହବୁବା ମୁଫତିଙ୍କ ବିବାଦୀୟ ବୟାନ; କହିଲେ ମସଜିଦରୁ ମିଳୁଛନ୍ତି ଭଗବାନ
ଲୋକଙ୍କ ଧ୍ୟାନ ହଟାଇବା ପାଇଁ ହିନ୍ଦୁ-ମୁସଲିମ ପ୍ରସଙ୍ଗ ଉଠାଯାଉଛି।
God Found Only in Mosque: ପୁଣି ଥରେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି। ସୋମବାର ଶ୍ରୀନଗର ଠାରେ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ସେ ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ମେହବୁବା ମୁଫତି କହିଛନ୍ତି ଆମକୁ ସେହି ସବୁ ମସଜିଦ ସୂଚୀ ଦିଆଯାଉ ଯାହା ଉପରେ ଆପଣ ନଜର ରଖିଛନ୍ତି। ସେମାନେ ଏବେ ଜ୍ଞାନବ୍ୟାପୀ ମସଜିଦ ପଛରେ ପଡିଛନ୍ତି। ମସଜିଦ ନେବା ପରେ ସବୁକିଛି ଠିକ ହୋଇଯିବ। ବର୍ଷକୁ ୨ କୋଟି ରୋଜଗାର ଦେବାକୁ କରିଥିବା ଘୋଷଣା ପୂରଣ କରିବେ। ସରକାର କହିଥିଲେ ଆମେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବୁ। ଗରିବ ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଦେବୁ। ଏହି ପ୍ରଶ୍ନର କୌଣସି ଜବାବ ସେମାନଙ୍କ ପାଖରେ ନାହିଁ। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ହିନ୍ଦୁ-ମୁସଲିମ ପ୍ରସଙ୍ଗ ଉଠାଯାଉଛି।
ଗଣମାଧ୍ୟମ ବିରୋଧରେ ବର୍ଷି ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ (Former CM of Jammu & Kashmir) ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (Peoples Democratic Party) ପିଡିପି ମୁଖ୍ୟ (PDP Chief) ମେହବୁବା ମୁଫତି (Mehbooba Mufti) କହିଛନ୍ତି ଯେଉଁ ଗଣମାଧ୍ୟମ ହିନ୍ଦୁ-ମୁସଲିମ (Hindu-Muslim) ପ୍ରସଙ୍ଗ ଉଠାଉଛନ୍ତି ତାହାର ଫଳ ସ୍ୱରୂପ ଉଭୟ ସମ୍ପ୍ରଦାୟ ମଧ୍ୟରେ ଦୂରତା ବଢୁଛି। ଆମେ କାଶ୍ନୀର ପଣ୍ଡିତଙ୍କ (Kashmiri Pandit) ଲାଗ ଏକ ସୁରକ୍ଷିତ ମାହୋଲ ସୃଷ୍ଟି କରିଥିଲୁ। ୨୦୧୦, ୨୦୧୬ ବର୍ଷରେ ସୃଷ୍ଟି ହୋଇଥିବା ଅଶାନ୍ତି ବେଳେ କୌଣସି ହତ୍ୟା ହୋଇନଥିଲା। କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର ଏହାକୁ ଆରମ୍ଭ କରିଛି। ହିନ୍ଦୁ-ମୁସଲିମ ସମ୍ପ୍ରଦାୟ ମଧ୍ୟରେ ବଢୁଥିବା ଦୂରତା ପାଇଁ ଏହି ଫିଲ୍ମ ଦାୟୀ। ବିଜେପି କେବଳ ସାମ୍ପ୍ରଦାୟିକତା ରାଜନୀତି କରୁଛି।
Also Read: 'ଯଦି ସାହାସ ଅଛି ତାହେଲେ ତାଜମହଲ-ଲାଲ କିଲ୍ଲା କୁ ମନ୍ଦିର ବନାଇ ଦେଖାଅ'
ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନଙ୍କୁ ଭେଟିବା ପରେ ସେ କାଶ୍ମୀର ଫାଇଲ୍ସ ଫିଲ୍ମ ବାବଦରେ ଚିନ୍ତା ପ୍ରକଟ କରି ପିଡିପି ମୁଖ୍ୟ କହିଛନ୍ତି ଏହି ଚଳଚ୍ଚିତ୍ର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛି। ସରକାର ଗଣାମାଧ୍ୟମ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ମନମାନୀ କରୁଛନ୍ତି। ସଦ୍ୟ ଏଠାରେ ହୋଇଥିବା ଜଣେ ନାଗରିକଙ୍କ ହତ୍ୟା ପରେ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ଚର୍ଚ୍ଚା କରାଯାଇଛି। ଯେ ପର୍ଯ୍ୟନ୍ତ କାଶ୍ମୀର ଘାଟିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନୀତି ଆପଣାଇବେ ନାହିଁ ସେ ପର୍ଯ୍ୟନ୍ତ ରାହୁଲ ଭଟ୍ଟଙ୍କ ହତ୍ୟାକାଣ୍ଡ ଭଳି ଘଟଣା ଘଟିବ।
Also Read: ସାମ୍ପ୍ରଦାୟିକତା ଆଧାରରେ ଦେଶ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ମେହବୁବା ମୁଫତି
ବିକ୍ଷୋଭ କରୁଥିବା କାଶ୍ମୀର ପଣ୍ଡିତଙ୍କୁ ଭେଟିବା ଲାଗି ମୋତେ ଶେଖପୋରା ବଡଗାମ ଯିବାକୁ ଦିଆଯାଇନଥିଲା। କାଶ୍ମୀର ପଣ୍ଡିତ ହେଉଛନ୍ତି ଆମ ସମୁଦାୟର ଅଭିନ୍ନ ଅଙ୍ଗ। ଆକ୍ରୋଶ ବଢାଇବା ଲାଗି ବିଜେପି ସାମ୍ପ୍ରଦାୟିକ ସ୍ଥିତିକୁ ହତିଆର ବ୍ୟବହାର କରୁଛି। ପର୍ଯ୍ୟଟନ ବାହାନାରେ ସରକାର ସ୍ଥିତିକୁ ସାମାନ୍ୟ ଦର୍ଶାଉଛନ୍ତି। କାଶ୍ମୀର ଫାଇଲ୍ସ ଫିଲ୍ମ ଆସିବା ପରେ ମୁସଲମାନ ସୁରକ୍ଷିତ ଅନୁଭବ କରୁନାହାଁନ୍ତି। ଆମକୁ ଭୁଲ ଉପାୟରେ ଟାର୍ଗେଟ କରାଯାଉଛି।