'ଯଦି ସାହାସ ଅଛି ତାହେଲେ ତାଜମହଲ-ଲାଲ କିଲ୍ଲା କୁ ମନ୍ଦିର ବନାଇ ଦେଖାଅ'
Advertisement

'ଯଦି ସାହାସ ଅଛି ତାହେଲେ ତାଜମହଲ-ଲାଲ କିଲ୍ଲା କୁ ମନ୍ଦିର ବନାଇ ଦେଖାଅ'

 ଯଦି ସାହାସ ଅଛି ତାହେଲେ ତାଜମହଲ, ଲାଲକିଲ୍ଲାକୁ ମନ୍ଦିର ବନାଇ ଦେଖାଅ। କେତେ ଲୋକେ ଏହାକୁ ଦେଖିବା ପାଇଁ ଭାରତ ଆସୁଛନ୍ତି ତାହ ଜଣାପଡ଼ିବ।

'ଯଦି ସାହାସ ଅଛି ତାହେଲେ ତାଜମହଲ-ଲାଲ କିଲ୍ଲା କୁ ମନ୍ଦିର ବନାଇ ଦେଖାଅ'

Taj Mahal Controversy: ଉତ୍ତର ପ୍ରଦେଶର ବନାରସ ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ତାଜମହଲ ଉପର ସର୍ଭେ କରିବାକୁ ଦାବି ରହିଛି। ଏଠାରେ ରହିଥିବା ସେହି ୨୨ ବନ୍ଦ କୋଠରୀ ଖୋଲିବାକୁ କୁଯାଇଛି। କାରଣ ସେଠାରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଥିବା କୁହାଯାଉଛି। 

ଏହି ପ୍ରସଙ୍ଗରେ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ (Former CM of Jammu & Kashmir) ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (Peoples Democratic Party) ପିଡିପି ମୁଖ୍ୟ (PDP Chief) ମେହବୁବା ମୁଫତି (Mehbooba Mufti) ବିଜେପି (BJP) ଉଦ୍ଦେଶ୍ୟରେ ଏକ ଆହ୍ୱାନ ଦେଇଛନ୍ତି।  

ବିଜେପି ଉଦ୍ଦେଶ୍ୟରେ ଆହ୍ୱାନ ଦେଇ ସେ କହିଛନ୍ତି ଯଦି ସାହାସ ଅଛି ତାହେଲେ ତାଜମହଲ, ଲାଲକିଲ୍ଲାକୁ ମନ୍ଦିର ବନାଇ ଦେଖାଅ। କେତେ ଲୋକେ ଏହାକୁ ଦେଖିବା ପାଇଁ ଭାରତ ଆସୁଛନ୍ତି ତାହ ଜଣାପଡ଼ିବ। ବିଜେପି ଲୋକଙ୍କୁ ରୋଜଗାର ଦେଇ ପାରୁନାହିଁ। ଦରଦାମ ବୃଦ୍ଧି ନିୟନ୍ତ୍ରିତ ହୋଇ ପାରୁନାହିଁ। ଦେଶର ସମ୍ପତ୍ତିକୁ ବିକ୍ରି କରାଯାଉଛି। ଭାରତ ବର୍ତ୍ତମାନ ବାଂଲାଦେଶ, ପାକିସ୍ତାନ, ନେପାଳ ଠାରୁ ପଛରେ ପଡ଼ିଛି। ହେଲେ ସେମାନେ ଏହା ଉପରେ ଧ୍ୟାନ ଦେଇନାହାଁନ୍ତି।     

Also Read: ସାମ୍ପ୍ରଦାୟିକତା ଆଧାରରେ ଦେଶ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ମେହବୁବା ମୁଫତି

ଲୋକଙ୍କୁ ମୁସଲମାନଙ୍କ ପଛରେ ଲଗାଯାଉଛି। ଏଥିରେ ମସଜିଦ ଠାରୁ ଆରମ୍ଭ କରି ତାଜମହଲ ସାମିଲ ରହିଛି। ଦେଶର ଟଙ୍କା ଲୁଟି ଫେରାର ହୋଇଯାଇଥିବା ଲୋକଙ୍କୁ ଫେରାଇ ଆଣିବା ବଦଳରେ ମୋଗଲ କାଳରେ  ନିର୍ମିତ ହୋଇଥିବା ସମ୍ପତ୍ତିକୁ ନଷ୍ଟ କରିବାକୁ ସେମାନେ ଚାହୁଁଛନ୍ତି। 

ତାଜମହଲ ପରିସରରେ ହିନ୍ଦୁ ମୂର୍ତ୍ତି ରହିଥିବା ଦର୍ଶାଇ ଉତ୍ତର ପ୍ରଦେଶ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚ ଠାରେ ଏକ ପିଟିସନ ଦାଖଲ କରାଯାଇଛି। ଏହା ସହିତ ତାଜମହଲ ଉପରେ ଏକ ସର୍ଭେ କରିବାକୁ ଦାବି ହୋଇଛି। ଏନେଇ କୁହାଯାଇଛି ତାଜମହଲରେ ଏକ ଶିବ ମନ୍ଦିର ଅଛି।  ଏଠାପେ ବନ୍ଦ ରହିଥିବା ୨୨ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଛି। ସେଥିପାଇଁ ଏହି କୋଠରୀ ଖୋଲିବାକୁ ଦାବି କରାଯାଇଛି।

ବନାରସ ଜ୍ଞାନବ୍ୟାପୀ ମସଜିଦ ଉପରେ କରାଯାଉଥିବା ସର୍ଭେ କାମକୁ ନେଇ ବିବାଦ ଉପୁଜିଛି। ବର୍ତ୍ତମାନ ଏହି ବିବାଦ ତାଲିକାରେ ତାଜମହଲ ଯୋଡ଼ି ହୋଇଛି।  ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କୁହାଯାଇଛି ଜ୍ଞାନବ୍ୟାପୀ ମସଜିଦ ଉପରେ ହେଉଥିବା ସର୍ଭେ ହେଉଛି ଠିକ। ମନ୍ଦିର ଭାଙ୍ଗିବା ପରେ ଏଠାରେ କିପରି ଏକ ମସଜିଦ ନିର୍ମାଣ କରାଯାଇଛି ତାହା ଲୋକେ ଜାଣିବା ଦରକାର।