ସାମ୍ପ୍ରଦାୟିକତା ଆଧାରରେ ଦେଶ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ମେହବୁବା ମୁଫତି
Advertisement
Article Detail0/zeeodisha/odisha1131346

ସାମ୍ପ୍ରଦାୟିକତା ଆଧାରରେ ଦେଶ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ମେହବୁବା ମୁଫତି

 ନାଥୁରାମ ଗୋଡ଼ସେ ବିଚାର ଧାରାକୁ ବର୍ତ୍ତମାନ ହଜାର ହଜାର ଗୋଡସେ ସମର୍ଥକ ପାଳନ କରୁଛନ୍ତି। 

ସାମ୍ପ୍ରଦାୟିକତା ଆଧାରରେ ଦେଶ ବିଭାଜିତ କରିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ମେହବୁବା ମୁଫତି

ନୂଆଦିଲ୍ଲୀ: ପୂର୍ବତନ ସହଯୋଗୀ ବିଜେପି ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି। ବିଜେପି ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି ଯେ ସେମାନେ ଧର୍ମ ଆଧାରରେ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି। ସେମାନେ ଦେଶ ଭଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏଭଳି ଲୋକ ଧର୍ମ ଆଧାରରେ ଦେଶବାସୀଙ୍କୁ ଉତ୍ତେଜିତ କରି ଆଉ ଏକ ପାକିସ୍ତାନ ଗଠନ କରିବାକୁ ଚାହୁଁଛନ୍ତି।

ସୋମବାର ଆରଏସପୁର ଠାରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ (Former CM of Jammu & Kashmir) ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (Peoples Democratic Party) ପିଡିପି ମୁଖ୍ୟ (PDP Chief) ମେହବୁବା ମୁଫତି (Mehbooba Mufti) ବିଜେପି (BJP) ନାଁ ନ ନେଇ କହିଛନ୍ତି ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା ଭାରତ ବର୍ଷର ବିଭାଜନ କରିଥିଲେ। ହେଲେ ବର୍ତ୍ତମାନ ପୁଣି ଥରେ ଦେଶକୁ ସାମ୍ପ୍ରଦାୟିକତା ଆଧାରରେ ବିଭାଜିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି। ଏହି ଲୋକ (ବିଜେପି) ଅନ୍ୟ ଏକ ବିଭାଜନ ଚାହୁଁଛି।

ମହାତ୍ମା ଗାନ୍ଧୀଙ୍କ ହତ୍ୟା ନାଥୁରାମ ଗୋଡ଼ସେ କରିଥିଲା। ନାଥୁରାମ ଗୋଡ଼ସେ ବିଚାର ଧାରାକୁ ବର୍ତ୍ତମାନ ହଜାର ହଜାର ଗୋଡସେ ସମର୍ଥକ ପାଳନ କରୁଛନ୍ତି। ବିଜେପି ସମେତ ଅନ୍ୟାନ୍ୟ ଫାଶୀବାଦୀ ଶକ୍ତି ବିରୋଧରେ ଲୋକଙ୍କୁ ଏକାଠି ହୋଇ ଲଢେଇ କରିବାକୁ ପଡ଼ିବ।

Also Read: ଜେଲରୁ ମୁକୁଳି ବିଷ ଓଗାଳିଲେ ମେହବୁବା ମୁଫତି!

ଯଦି ଆମେ ସାମ୍ପ୍ରଦାୟିକତା ଆଧାରରେ ହେଉଥିବା ବିଭାଜନକୁ ସ୍ୱୀକାର କରିନେବା ତାହେଲେ ଭଗତ ସିଂହଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ବୃଥା ହେବ। ମହାତ୍ମା ଗାନ୍ଧୀଙ୍କୁ ଆଉ ଥରେ ମରିବାକୁ ଦିଅନ୍ତୁ ନାହିଁ। ଆମ ଦଳ ଗାନ୍ଧୀବାଦୀ ବିଚାରଧାରାର ମୃତ୍ୟୁ ହେବାକୁ ଅନୁମତି ଦେବ ନାହିଁ। କାଶ୍ମୀର ମାଟିରେ ବିଜେପି କୌଣସି ସ୍ଥାନ ପାଇବ ନାହିଁ। ଭଡାରେ ଆସିଥିବା ଲୋକେ କାଶ୍ମୀର ଘାଟିରେ ବିଜେପି ପତାକା ଉଡ଼ାଉଛନ୍ତି। ଜାମୁ କ୍ଷେତ୍ରରେ ସାମ୍ପ୍ରଦାୟିକ ବାହିନୀ ସହିତ ଲଢେଇ କରିବା ପାଇଁ ଛିଡା ହେବା ଆବଶ୍ୟକ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଧର୍ମନିରପେକ୍ଷତା ନୀତିରେ ବିଶ୍ୱସନୀୟତା ଏବଂ ଭାରତକୁ ବିକାଶ ଏବଂ ସମୃଦ୍ଧିର ପଥରେ ଆଗେଇ ନେଇଥିବାରୁ ପିଡିପି ମୁଖ୍ୟ ମେହବୁବା ମୁଫତି ତାଙ୍କର ପ୍ରଶଂସା କରିଥିଲେ।