Corona Vaccine Offers: ଯଦି ଆପଣ ପିଜା (Pizza) ଅର୍ଡର କରିବାକୁ ଚାହୁଁଛନ୍ତି ଓ ପୂର୍ବରୁ କୋରୋନା ଟିକା (Corona Vaccine) ନେଇସାରିଛନ୍ତି, ତେବେ ଆପଣ ୪୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଟିକା ନେଇ ସାରିଥିବା ବ୍ୟକ୍ତି Domino’s ମୋବାଇଲ୍ ଆପ୍ ମାଧ୍ୟମରେ ପିଜା ଅର୍ଡର କରି ଏହି ରିହାତି ପାଇପାରିବେ । ଏହା ବ୍ୟତୀତ ଅନ୍ୟ ଅନେକ କମ୍ପାନୀ ଡ୍ରେସ କିଣିବା, ରେସ୍ତୋରାଁରେ ଖାଦ୍ୟ ଖାଇବା ପରେ ମଧ୍ୟ ଟିକା ନେଇଥିବା ଲୋକଙ୍କୁ ରିହାତି ପ୍ରଦାନ କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

Domino’s ଅଫର୍ 
Domino's ଏହାର #HaathBadhao #VaccineLagao ଇଣ୍ଡିଆ ଅଭିଯାନ ମାଧ୍ୟମରେ ୪୦୦ ଟଙ୍କାର ଅଫର ଦେଉଛି । ଯାହାକୁ ୪ ଟି ଅର୍ଡରରେ ୧୦୦-୧୦୦ ଟଙ୍କା ଭାବେ ବ୍ୟବହାର କରି ଲାଭ ନିଆଯାଇ ହେବ । Domino's ଆପ୍ ଜରିଆରେ ଏହି ରିହାତି ଉପଲବ୍ଧ । ଏହା ଯୋଗୁଁ Domino's ଅନଲାଇନ୍ ବିକ୍ରି ବୃଦ୍ଧି ପାଇଛି ।  ଦେଶର ୨୯୩ ଟି ସହରରେ ଡୋମିନୋର ୧,୩୬୦ ରେସ୍ତୋରାଁ ଅଛି । 


ଅଧିକ ପଢ଼ନ୍ତୁ: ବାୟୋ ବବଲ୍ ନିୟମ ଭାଙ୍ଗି ଅପଦସ୍ତ ହେଲେ ୩ ଶ୍ରୀଲଙ୍କା ଖେଳାଳି, ଘରକୁ ଫେରିଯିବାକୁ ମିଳିଲା ନିର୍ଦ୍ଦେଶ 


ଅନେକ ବଡ ବ୍ରାଣ୍ଡ ମଧ୍ୟ ସାମିଲ
Domino's ସେହି ବ୍ରାଣ୍ଡ ସହିତ ସାମିଲ ହୋଇଛି ଯେଉଁମାନେ ପୂର୍ବରୁ ସେମାନଙ୍କର ମାର୍କେଟିଂ ଅଭିଯାନ ମାଧ୍ୟମରେ ଉପଭୋକ୍ତା ବୃଦ୍ଧି ପାଇଁ ଟିକାକରଣକୁ (Vaccination)  ବ୍ୟବହାର କରୁଛନ୍ତି । AB InBev, OkCupid and Tinder ପରି ଅନେକ ବଡ କମ୍ପାନୀ ଟିକାକରଣକୁ ଦୃଷ୍ଟିରେ ରଖି ସେମାନଙ୍କ ମାର୍କେଟିଂ କେମ୍ପେନ ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ମେନସୱେର ବ୍ରାଣ୍ଡ Peter England ଟିକା ନେଇ ସାରିଥିବା ଗ୍ରାହକଙ୍କ ପାଇଁ ୧୦୦୦ ଟଙ୍କା ରିହାତି ଘୋଷଣା କରିଥିଲା । McDonald's ଓ Godrej Appliances ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ସମାନ ଅଫର ଦେବା ଆରମ୍ଭ କରିଛି ।


ଅଧିକ ପଢ଼ନ୍ତୁ: କୋଭିଡ ପ୍ରଭାବିତ କ୍ଷେତ୍ରକୁ ଅର୍ଥମନ୍ତ୍ରୀ ଦେଲେ ୧.୧ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ୍


ରେସ୍ତୋରାଁ ଗୁଡିକରେ ୫୦% ରିହାତି
ଗୁରୁଗ୍ରାମର ସେକ୍ଟର -୨୯ ରେ ଉପସ୍ଥିତ ଥିବା ଅନେକ ରେସ୍ତୋରାଁ ଓ ବାରରେ ମଧ୍ୟ ସମାନ ଅଫର ଉପଲବ୍ଧ । ଏମାନେ ଟିକା ନେଇଥିବା ଲୋକଙ୍କୁ ୫୦ ପ୍ରତିଶତ ରିହାତି ଦେଉଛନ୍ତି । ଯେଉଁମାନେ କୋରୋନା ଟୀକାକରଣର ପ୍ରଥମ ଡୋଜ ନେଇଛନ୍ତି ସେମାନଙ୍କୁ ୨୫ ପ୍ରତିଶତ ଓ ଯେଉଁମାନେ ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି ସେମାନଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଉଛି ।