ନୂଆଦିଲ୍ଲୀ: ତେଲରେ ଲାଗିଥିବା ନିଆଁରୁ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ସୋମବାର କ୍ରମାଗତ ଦ୍ୱାଦଶ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଶେଷ ଥର ପାଇଁ ଏପ୍ରିଲ ୬ ତାରିଖ ବୁଧବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଥିଲା।


COMMERCIAL BREAK
SCROLL TO CONTINUE READING

ପ୍ରାୟ ସାଢେ ଚାରି ମାସର ପରେ ମାର୍ଚ୍ଚ ୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଥର ତୈଳ ଦର ବୃଦ୍ଧି ପାଇଛି। ଏହି ସମୟରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୦ ଟଙ୍କା ଲଖାଏଁ ମହଙ୍ଗା ହୋଇଛି। କିନ୍ତୁ ଗତ ୬ ତାରିଖ ଠାରୁ ତୈଳ ଦର ବୃଦ୍ଧିରେ ଲଗାମ ଲାଗିଛି। ରାଜସ୍ଥାନର ଗଙ୍ଗନଗରରେ ପେଟ୍ରୋଲର ମୂଲ୍ୟ ଦେଶର ସର୍ବାଧିକ ୧୨୨.୯୩ ଟଙ୍କା ଏବଂ ଡିଜେଲ ୧୦୫.୩୪ ଟଙ୍କା ରହିଛି। ଏହି ସମୟରେ ଆଣ୍ଡାମାନର ରାଜଧାନୀ ପୋର୍ଟ ବ୍ଲେୟରରେ ସବୁଠାରୁ ପେଟ୍ରୋଲ ସବୁଠାରୁ ଶସ୍ତା ୯୧.୪୫ ଟଙ୍କା ଓ ଡିଜେଲ ୮୫.୮୩ ଟଙ୍କାରେ ବିକ୍ରି ହେଉଛି।


Also Read: ସୁରିଲା ସୂର୍ଯ୍ୟ ଅସ୍ତମିତ; ପ୍ରଫୁଲ୍ଲ ଥିଲେ କୋଟିଏ ତାରାରେ ଗୋଟିଏ ଜହ୍ନ


ସେପଟେ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଲ୍ଲୀର ଅଟୋ, ଟ୍ୟାକ୍ସି ଏବଂ ମିନିବସ୍ ଡ୍ରାଇଭରର ବିଭିନ୍ନ ସଂଗଠନ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି। ସେମାନେ ଭଡା ବୃଦ୍ଧି ଏବଂ CNG ମୂଲ୍ୟ ହ୍ରାସ କରିବାକୁ ଦାବି କରୁଛନ୍ତି। ଭାରତ ମଜଦୁର ସଂଗଠନର ଏକ ୟୁନିଟ୍ ଦିଲ୍ଲୀ ଅଟୋ ଏବଂ ଟ୍ୟାକ୍ସି ଆସୋସିଏସନ ଏପ୍ରିଲ ୧୮ ଏବଂ ୧୯ରେ ଦିଲ୍ଲୀରେ ଧର୍ମଘଟ ଘୋଷଣା କରିଛି। ନିକଟରେ ଶତାଧିକ ଅଟୋ, ଟ୍ୟାକ୍ସି ଏବଂ କ୍ୟାବ ଡ୍ରାଇଭର ସିଏନଜି ମୂଲ୍ୟରେ କିଲୋଗ୍ରାମ ପିଛା ୩୫ ଟଙ୍କା ସବସିଡି ଦାବି କରି ଦିଲ୍ଲୀ ସଚିବାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


ଦିଲ୍ଲୀ ଅଟୋ ରିକ୍ସା ଆସୋସିଏସନର ସାଧାରଣ ସମ୍ପାଦକ ରାଜେନ୍ଦ୍ର ସୋନିଙ୍କ କହିବା ଅନୁସାରେ, ସହରରେ ୯୦୦୦୦ରୁ ଅଧିକ ଅଟୋ ଏବଂ ୮୦୦୦୦ରୁ ଅଧିକ ପଞ୍ଜୀକୃତ ଟ୍ୟାକ୍ସି ରହିଛି। ସେହିପରି ଭଡା ପୁନଃବିଚାର ଏବଂ CNG ମୂଲ୍ୟ ହ୍ରାସ ଦାବିରେ ପ୍ରାୟ ୧୦୦୦୦ ଆରଟିଭି ବସ୍ ମଧ୍ୟ ବନ୍ଦ ରହିବ ବୋଲି STA ଅପରେଟର୍ସ ଏକତା ମଞ୍ଚର ସାଧାରଣ ସମ୍ପାଦକ ଶ୍ୟାମଲାଲ ଗୋଲା କହିଛନ୍ତି। ତେବେ ଏହି ଧର୍ମଘଟ ଯୋଗୁ ସାଧାରଣ ଜନତା ଅଧିକ ପ୍ରଭାବିତ ହେବେ ବୋଲି ଯାତ୍ରୀମାନେ କହିଛନ୍ତି।