ବମ୍ପର ଅଫର: ଏହିଠାରେ ଏକଟଙ୍କାରେ ମିଳୁଛି ପେଟ୍ରୋଲ
ଏହାକୁ ନେଇ ଜନ ଅସନ୍ତୋଷ ଲାଗିରହିଥିବା ବେଳେ ଇତି ମଧ୍ୟରେ ୧୧ ଥର ବଢିସାରିଲାଣି ପେଟ୍ରୋଲ ଦର।
ନୂଆଦିଲ୍ଲୀ: ଦେଶରେ ଗ୍ରାହକଙ୍କ ପକେଟରେ ନିଆଁ ଲଗାଇଛି ପେଟ୍ରୋଲ ଓ ଡିଜେଲ ଦର । କମିବା ବଦଳରେ ଦିନକୁ ଦିନ ତେଲ ଦାମ ବଢି କିଛି କିଛି ସ୍ଥାନରେ ଶତକ ମଧ୍ୟ ପାର୍ କଲାଣି । ତେବେ ଏହାକୁ ନେଇ ଜନ ଅସନ୍ତୋଷ ଲାଗିରହିଥିବା ବେଳେ ଇତି ମଧ୍ୟରେ ୧୧ ଥର ବଢିସାରିଲାଣି ପେଟ୍ରୋଲ ଦର । ଯଦି ଏମିତି ଦେଖାଯାଏ ପ୍ରାୟ ଏକବର୍ଷ ମଧ୍ୟରେ ପେଟ୍ରୋଲରେ ୧୭ ଟଙ୍କା ପ୍ରତି ଲିଟର ଦାମ ବଢିଥିବା ଜଣାପଡ଼ିଛି ।
ତେବେ ଏସିଆ (Asia) ମହାଦେଶ ହିସାବରେ ଦେଖିବାକୁ ଗଲେ, ଭାରତ ସେହି ଦେଶ ଯେଉଁଠାରେ ପେଟ୍ରୋଲର ଦାମ (Petrol Rate) ଅଧିକ ରହିଛି । ଭାରତ ମୁକାବିଲା ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଓ ଭୁଟାନରେ ମଧ୍ୟ ପେଟ୍ରୋଲ ଶସ୍ତା ରହିଛି । ଏହି ସବୁ ଦେଶ ମାନଙ୍କ ମଧ୍ୟରୁ ଭୁଟାନରେ ତେଲବିକ୍ରୀ ଶସ୍ତା ହୋଇଥାଏ । ପାକିସ୍ତାନ (Pakistan) ରେ ପେଟ୍ରୋଲ ତେଲ ଦାମ ଭାରତୀୟ ମୁଦ୍ରା ହିସାବରେ ୫୧ ଟଙ୍କା ୧୪ ପଇସା ପ୍ରତି ଲିଟର ରହିଛି । ସେହିପରି ଭୁଟାନ (Bhutan)ରେ ପେଟ୍ରୋଲ ଲିଟର ପ୍ରତି ୪୯.୫୬ ପଇସା ରହିଛି ।
ଦେଶ ପେଟ୍ରୋଲର ଦାମ
ପାକିସ୍ତାନ ୫୧.୧୪ ପଇସା
ଶ୍ରୀଲଙ୍କା ୬୦.୨୬ ପଇସା
ବାଂଲାଦେଶ ୭୬.୪୧ ପଇସା
ନେପାଳ ୬୮.୯୮ ପଇସା
ଭୁଟାନ ୪୯.୫୬ ପଇସା ରହିଛି ।
ଭାରତରେ ପେଟ୍ରୋଲର ଦାମ ପ୍ରତିଦିନ ବଢିବାରେ ଲାଗିଛି । ହେଲେ ଏମିତି ଏକ ଦେଶ ଯେଉଁଠାରେ ପେଟ୍ରୋଲ ଶସ୍ତାରେ ମିଳୁଛି । ସେହି ଦେଶ ହେଉଛି ବେନଞ୍ଜୁଏଲା (Benguela) । ଏଠାରେ ପେଟ୍ରୋଲର ଦାମ ଲିଟର ପ୍ରତି ୧.୪୫ ପଇସାରେ ମିଳୁଛି । ସେହିଭଳି ଇରାନରେ ୪.୫୦ ପଇସାରେ ଲିଟର ପ୍ରତି ପେଟ୍ରୋଲ (Petrol) ମିଳୁଛି।
Also Read: Metro Man in BJP: ପେବୃଆରୀ ୨୧ ତାରିଖରେ ନେବେ ସଦସ୍ୟତା
ଦେଶ ପେଟ୍ରୋଲର ଦାମ
ବେନଞ୍ଜୁଏଲା ୧.୪୫ ପଇସା
ଇରାନ ୪.୫୦ ପଇସା
ଅଙ୍ଗୋଲା ୧୭.୮୨ ପଇସା
ଅଲ୍ଜିରୀୟା ୨୫.୧୫ ପଇସା
କ୍ୱେତ ୨୫.୨୬ ପଇସା