ଚଳିତ ବର୍ଷ ହେବାକୁ ହେବାକୁ ଯାଉଛି କେରଳ ବିଧାନସଭା ନିର୍ବାଚନ।
Trending Photos
ନୂଆଦିଲ୍ଲୀ: ରାଜନୀତି ପ୍ରବେଶ କରିବାକୁ ଯାଉଛନ୍ତି ଦେଶରେ ମେଟ୍ରୋ ମ୍ୟାନ ଭାବେ ଜଣାଶୁଣା ଶ୍ରୀଧରନ। ସେ ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି। ମେଟ୍ରୋ ମ୍ୟାନ ଶ୍ରୀଧରନ ଆସନ୍ତା ରବିବାର ଅର୍ଥାତ ଚଳିତ ମାସ ୨୧ ତାରିଖରେ ଦଳୀୟ ସଦସ୍ୟତା ଗ୍ରହଣ କରିବେ।
ଚଳିତ ବର୍ଷ ହେବାକୁ ହେବାକୁ ଯାଉଛି କେରଳ ବିଧାନସଭା ନିର୍ବାଚନ (Kerala Assembly Elections)। ହେଲେ ଏହା ପୂର୍ବରୁ ବିଜେପି ଦଳର ରାଜ୍ୟ ଶାଖା କମିଟି ଅଧିନରେ ବିଜୟ ଯାତ୍ରା ଆୟୋଜନ କରିବାକୁ ଯାଉଛି। କେରଳ ବିଜେପି ସଭାପତି କେ.ସୁରେନ୍ଦ୍ରନଙ୍କ କହିଛନ୍ତି ଇ.ଶ୍ରୀଧରନ ଦଳ ପକ୍ଷରୁ ଆୟୋଜିତ ହେଉଥିବା ବିଜୟ ଯାତ୍ରା ଅବସରରେ ଦଳୀୟ ସଦସ୍ୟତା ଗ୍ରହଣ କରିବେ। ସେ ବିଜେପି ସହ କାମ କରିବା ଲାଗି ଆଗ୍ରହୀ ଅଛନ୍ତି।
Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ
ସ୍ଥାନୀୟ ମାଲାୟଲମ ଖବର କାଗଜକୁ ସାକ୍ଷାତକାର ଦେବା ଅବସରରେ ମେଟ୍ରୋ ମ୍ୟାନ ଶ୍ରୀଧରନ (Metro Man Sreedharan) କହିଛନ୍ତି ଏହି ନିଷ୍ପତ୍ତି ଅଚାନକ ନିଆଯାଇନାହିଁ। ମୁଁ ଗତ ୧୦ ବର୍ଷ ଧରି କେରଳରେ ଅବସ୍ଥାନ କରିଆସୁଛି। ମୋ ରାଜ୍ୟ ଲାଗି ମୁଁ କିଛି କରିବାକୁ ଚାହୁଁଛି। ଏହାକୁ ଦୃଷ୍ଟିରେ ରଖି ମୁଁ ଏପରି ନିଷ୍ପତ୍ତି ନେଇଛି। ମୁଁ ରାଜ୍ୟରେ ବିଜେପି କେନ୍ଦ୍ରୀତ ଗତିବିଧି ଉପରେ ଧ୍ୟନ କେନ୍ଦ୍ରୀତ କରିବି।
ଦେଶରେ ମେଟ୍ରୋ ମ୍ୟାନ ଭାବେ ଜଣାଶୁଣା ଶ୍ରୀଧରନ। ତାଙ୍କ ନେତୃତ୍ୱରେ ଦିଲ୍ଲୀ-କୋଲକାତା ଭଳି ବଡ ସହରରେ ମେଟ୍ରୋ ସେବା କାର୍ଯ୍ୟକାରୀ କରାଯାଇଥିଲା। ମେଟ୍ରୋ ସେବା ଉପଲବ୍ଧ କରାଇବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ ବିଭୂଷଣ ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସାମ୍ମାନିତ କରାଯାଇଥିଲା।
Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ
ଏହା ବ୍ୟତୀତ ତାଙ୍କୁ ୨୦୦୫ରେ ଫ୍ରାନ୍ସ ସରକାର ଚାଭାଲିଅର ଡି ଲା ଲେଜିଅନ ଡି'ହନେୟୁର (Chavalier de la Legion d’honneur) ସମ୍ମାନ ଅନ୍ୟପଟେ ଟାଇମ ମାଗଜିନ ତାଙ୍କୁ 'ଏସିଆ ହିରୋ' (Asia Hero) ପ୍ରଦାନ କରିଥିଲେ।
ମେଟ୍ରୋ ମ୍ୟାନ ଶ୍ରୀଧରନ କେରଳର ପଲକ୍କଡ ଜିଲ୍ଲାରେ ଅବସ୍ଥିତ କୁରୁକାପୁଥୁର ଗ୍ରାମରେ ହୋଇଥିଲା। ନିଜ ଗାଁରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ପାଲଘାଟ ସ୍ଥିତ ସିନିୟର ସେକେଣ୍ଡାରୀ ସ୍କୁଲ ଏବଂ ଆନ୍ଧ୍ର ପ୍ରଦେଶ କାକିନାଡାସ୍ଥିତ କଲେଜରୁ ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ।
Also Read: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର
ପାଠ ପଢା ସରିବା ପରେ ସେ ଶିକ୍ଷକତା କରୁଥିଲେ। ହେଲେ କେନ୍ଦ୍ରୀୟ ଲୋକ ସେବା ଆୟୋଗ-ୟୁପିଏସସି (Union Public Service Commission-UPSC) ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଭାରତୀୟ ରେଳବାଇରେ ନିଜର ସେବା ପ୍ରଦାନ କରିଥିଲେ। ବାତ୍ୟାରେ ନଷ୍ଟ ହୋଇଯାଇଥିବା ପାମ୍ବନ ପୋଲକୁ (Pamban Bridge) ପୁନର୍ବାର ନିର୍ମାଣ କରାଯିବାର ଶ୍ରେୟ ତାଙ୍କୁ ଦିଆଯାଏ। ୧୯୭୦ ମସିହାରେ କୋଲକାତା ମେଟ୍ରୋ (Kolkata Metro) ସେବାକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଥିଲେ ସେ। ୧୯୯୫-୨୦୧୨ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ (Delhi Metro) ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।