ନୂଆଦିଲ୍ଲୀ: Today Petrol-Diesel Rate 5th July 2021: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି । ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଜାରି ରହିଛି । ତୈଳ କମ୍ପାନୀଗୁଡିକ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି (ସୋମବାର) ଅର୍ଥାତ ଜୁଲାଇ ୫ରେ ପେଟ୍ରୋଲ ଦରରେ ବୃଦ୍ଧି କରିଛନ୍ତି । ସରକାରୀ ତୈଳ କମ୍ପାନୀଗୁଡିକ ଆଜି (ସୋମବାର) ଘରୋଇ ବଜାରରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଦିଲ୍ଲୀ ବଜାରରେ ପେଟ୍ରୋଲ ଲିଟର ପିଛା ୯୯.୮୬ ଟଙ୍କା ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୮୯.୩୬ ଟଙ୍କାରେ ବିକ୍ରି ହେଉଛି । ଏହାପୂର୍ବରୁ ରବିବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ଓ ଭ୍ୟାକ୍ସିନକୁ ନେଇ ଏ କ'ଣ କହିଗଲେ WHO ମୁଖ୍ୟ


ତୈଳ କମ୍ପାନୀଗୁଡିକ ରବିବାର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୩୫ ପଇସା, ୩୪ ପଇସା, ୩୯ ପଇସା ଏବଂ ୨୨ ପଇସା ବୃଦ୍ଧି କରିଛନ୍ତି । ସେପଟେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ ।


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୯.୮୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୫.୯୨ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୯.୮୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୦.୭୫ ଟଙ୍କା ରହିଛି । ସେହିପରି ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୩.୨ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୬.୬୪ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୨.୦୧ ଓ ଇନ୍ଦୌରରେ ୧୦୮.୨୩ ଟଙ୍କା ପ୍ରତି ଲିଟର ଦରରେ ପେଟ୍ରୋଲ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୧୧.୧୪ ଟଙ୍କା ପହଞ୍ଚିଛି । ଅନୁପପୁରରେ ୧୧୦.୭୩ ଟଙ୍କା ଓ ରୀବାରେ ୧୧୦.୩୭ ଟଙ୍କା ଦରରେ ପେଟ୍ରୋଲ ବିକ୍ରି ହେଉଛି ।


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ଆକାଉଣ୍ଟରେ ଆସିବ ୨,୧୮,୨୦୦ ଟଙ୍କା ଆସିବ, ଜାଣନ୍ତୁ କିପରି


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୩୬ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୯୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୨.୨୭ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୯୨ ଟଙ୍କା ରହିଛି । ଶ୍ରୀଗଙ୍ଗାନଗର ଜିଲ୍ଲାରେ ଡିଜେଲ ୧୦୨.୬ ଟଙ୍କା ରହିଛି । ସେହିପରି ଅନୁପପୁରରେ ଡିଜେଲ ଲିଟର ପିଛା ୧୦୦.୫୧ ଟଙ୍କା ରହିଛି । ରୀବାରେ ଡିଜେଲ ୧୦୦.୧୮ ଟଙ୍କା ଦରରେ ବିକ୍ରି ହେଉଛି ।


ଅଧିକ ପଢ଼ନ୍ତୁ:-କୋରୋନାର ତୃତୀୟ ଲହର ଆସିବ କି ନାହିଁ? ଜାଣନ୍ତୁ କ'ଣ କହିଛନ୍ତି ସରକାର


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।