ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ମାର୍ଚ୍ଚ ୧ରୁ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋରୋନା ଟିକା ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବ ।

Feb 28, 2021, 14:23 PM IST
1/6

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧ରୁ ନୂତନ ମାସର ଆରମ୍ଭ ସହିତ କିଛି ନୂତନ ନିୟମ ମଧ୍ୟ ଲାଗୁ ହୋଇଯିବ । ଆସନ୍ତାକାଲି ଠାରୁ କୋରୋନା ଟିକାକରଣ (Coronavirus Vaccination) ର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବ । ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ କରାଯିବ । ଏହା ବ୍ୟତୀତ ବିଜୟ ଓ ଦେନା ବ୍ୟାଙ୍କ (Vijaya and Dena Bank) ର ଗ୍ରାହକମାନେ ପୁରୁଣା ଆଇଏଫଏସସି କୋଡ (IFSE Code) ରୁ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ । କାରଣ ବ୍ୟାଙ୍କ ଅଫ୍ ବରୋଡା (Bank of Baroda) ରେ ମିଶ୍ରଣ ପରେ ଆସନ୍ତାକାଲି ଠାରୁ ଏହି ନୂତନ ନିୟମ ଲାଗୁ ହେବ ।

2/6

ଆସନ୍ତାକାଲିଠାରୁ ଟିକାକରଣର ପରବର୍ତ୍ତୀ ପର୍ଯ୍ୟାୟ

ମାର୍ଚ୍ଚ ୧ରୁ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋରୋନା ଟିକା ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବ । ଏହି ଟିକା ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ମିଳୁଥିବାବେଳେ ଘରୋଇ ହସ୍ପିଟାଲକୁ ୨୫୦ ଟଙ୍କା ଦେବାକୁ ପଡିବ ।

3/6

ଧ୍ୟାନ ଦିଅନ୍ତୁ ବିଜୟ ଓ ଦେନା ବ୍ୟାଙ୍କ ଗ୍ରାହକ

କେନ୍ଦ୍ର ସରକାର (Central Govt)  ବିଜୟ ଓ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଡା ସହ ମିଶ୍ରଣ କରିଛନ୍ତି । ମିଶ୍ରଣ ପରେ ଆସନ୍ତାକାଲିଠାରୁ ନୂତନ ନିୟମ ଲାଗୁ ହେବ । ଏପରି ପରିସ୍ଥିତିରେ ପୁରୁଣା IFSC କୋଡ୍ ଆଉ କାମ କରିବ ନାହିଁ । ବିଜୟ ଓ ଦେନା ବ୍ୟାଙ୍କ ଗ୍ରାହକଙ୍କୁ ବ୍ୟାଙ୍କ ଅଫ୍ ବରୋଦା ଠାରୁ ଏକ ନୂତନ IFSC କୋଡ୍ ନେବାକୁ  ପଡିବ ।

ଅଧିକ ପଢ଼ନ୍ତୁ:-ସର୍ଭେ: ବଙ୍ଗଳାରେ 'ଦିଦି'ଙ୍କ ହ୍ୟାଟ୍ରିକ୍, ଆସାମରେ ଫେରିବ ବିଜେପି, ଜାଣନ୍ତୁ କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର

4/6

ନୂତନ କୋଡ୍ ପାଇଁ କଣ କରିବେ

ବିଜୟ ଓ ଦେନା ବ୍ୟାଙ୍କର ଗ୍ରାହକ ବ୍ୟାଙ୍କ ଅଫ୍ ବରୋଡାର ଅଫିସିଆଲ୍ ୱେବସାଇଟ୍ www.bankofbaroda.in ରେ ଭିଜିଟ କରିପାରିବେ । ଏହା ବ୍ୟତୀତ, ବ୍ୟାଙ୍କ ଅଫ୍ ବାରୋଡାର ନିକଟତମ ଶାଖାକୁ ଯାଇ ଆପଣ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦେଇ ନୂତନ IFSC କୋଡ୍ ପାଇପାରିବେ ।

ଅଧିକ ପଢ଼ନ୍ତୁ:-ଆସାମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା: BPF ଛାଡିଲା ଏନଡିଏର ସାଥ୍, କଂଗ୍ରେସ ସହ ମିଳାଇଲା ହାତ

5/6

ସିଲିଣ୍ଡରର ନୂଆ ମୂଲ୍ୟ ସ୍ଥିର ହେବ

ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ତୈଳ କମ୍ପାନୀଗୁଡ଼ିକ ସିଲିଣ୍ଡର (LPG Gas Cylinder) ର ନୂତନ ମୂଲ୍ୟ ସ୍ଥିର କରନ୍ତି । ଆସନ୍ତାକାଲିଠାରୁ ଘରୋଇ ସିଲିଣ୍ଡର କେତେ ଟଙ୍କାରେ ମିଳିବ ତାହା ସ୍ଥିର ହେବ । ଏହା ଏକ ଭିନ୍ନ କଥା ଯେ ଫେବୃଆରୀ ମାସରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ମୂଲ୍ୟ ୩ ଥର ବୃଦ୍ଧି କରିଛନ୍ତି । ଯାହା ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାର ଚାଷୀଙ୍କୁ ଦେଲେ ବଡ଼ ଉପହାର! ମିଳିବ ୧୨୦୦୦ ଟଙ୍କା

6/6

ପେଟ୍ରୋଲ-ଡିଜେଲର ମୂଲ୍ୟ ଉପରେ ନଜର ରହିବ

ଯଦିଓ ପେଟ୍ରୋଲ-ଡିଜେଲର ନୂତନ ମୂଲ୍ୟ (Petrol-Diesel Price) ପ୍ରତିଦିନ ସ୍ଥିର ହୋଇଥାଏ । କିନ୍ତୁ ଫେବୃଆରୀର ଶେଷ ଦିନରେ ତୈଳ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ମାର୍ଚ୍ଚରେ ଏହି ରିହାତି ଜାରି ରହିବ ନା ମହଙ୍ଗା ମାଡ଼ ସହ ମାସର ଆରମ୍ଭ ହେବ । ଏହି ବିଷୟରେ ସମସ୍ତଙ୍କ ନଜର ରହିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link