କୋରୋନା ଭ୍ୟାକ୍ସିନକୁ ନେଇ ଭାରତ ପାଇଁ ଆସିଲା ଖୁସି ଖବର

ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, ଭାରତ ସରକାର ସମର୍ଥିତ COVID-19 ଟୀକା ଫେବୃଆରୀରୁ ଲୋକଙ୍କୁ ଦେବା ଆରମ୍ଭ କରାଯାଇପାରେ ।

Tamal Bakchi/ତମାଲ ବାକଚି Nov 05, 2020, 21:11 PM IST
1/7

ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ପରି ବୈଶ୍ୱିକ ମହାମାରୀ ସାରା ଦୁନିଆରେ ବ୍ୟାପି ସାରିଛି । ବର୍ତ୍ତମାନ ଲୋକଙ୍କ ଆଶା ଏହାର ଭ୍ୟାକ୍ସିନ ବା ଟୀକା (COVID-19 Vaccine) ଉପରେ ରହିଛି । ଲୋକମାନେ ଉତ୍ସାହର ସହିତ ଏହାର ଟୀକା (Coronavirus Vaccine) କୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ଭାରତର ଲୋକଙ୍କ ପାଇଁ ଏକ ଖୁସି ଖବର ହେଉଛି ଯେ ଆସନ୍ତା ବର୍ଷ ଫେବୃଆରୀ ମାସରେ ସରକାର କୋରୋନା ଭୂତାଣୁ ଟୀକା ଲଞ୍ଚ କରିପାରେ । ଏହି ଟୀକା ଦେଶର ଲୋକଙ୍କୁ ମାଗଣାରେ ଦିଆଯିବ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।

2/7

ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ, ଭାରତ ସରକାର ସମର୍ଥିତ COVID-19 ଟୀକା ଫେବୃଆରୀରୁ ଲୋକଙ୍କୁ ଦେବା ଆରମ୍ଭ କରାଯାଇପାରେ ।

3/7

ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)) ଓ ଭାରତ ବାୟୋଟେକ୍ ମିଶି COVAXIN ବିକଶିତ କରୁଛନ୍ତି ।  ଏହା ପୂର୍ବରୁ ଏହାକୁ ଆସନ୍ତା ବର୍ଷର ଦ୍ୱିତୀୟ ତ୍ରୈମାସରେ ଲଞ୍ଚ କରିବାର ଯୋଜନା କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ନିର୍ବାଚନ ମଧ୍ୟରେ ଆମେରିକାକୁ ଚେତାବନୀ ଦେଲା ଚୀନ, 'ତାଇୱାନ ସହିତ ଚୁକ୍ତି ଶେଷ କର ନଚେତ୍...'

4/7

COVID-19 ଟାସ୍କଫୋର୍ସ ସଦସ୍ୟ ତଥା ଆଇସିଏମଆର ବୈଜ୍ଞାନିକ ରଜନୀ କାନ୍ତ ଗୁରୁବାର ଦିଲ୍ଲୀରେ କହିଛନ୍ତି, "ଏହି ଟୀକା ଭଲ ଫଳପ୍ରଦତା ପ୍ରଦର୍ଶନ କରିଛି । ଏହା ଆସନ୍ତା ବର୍ଷ ଆରମ୍ଭରେ ଫେବୃଆରୀ କିମ୍ବା ମାର୍ଚ୍ଚରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।" ତେବେ ଏହି ପ୍ରସଙ୍ଗରେ ଭାରତ ବାୟୋଟେକ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଅଧିକ ପଢ଼ନ୍ତୁ:-ଆମେରିକାରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

5/7

ଫେବୃଆରୀରେ COVAXIN ଲଞ୍ଚ କରାଯିବ । ଭାରତର ଏହା ପ୍ରଥମ ଟୀକା ହେବ । ଯାହାକୁ ରୋଲଆଉଟ କରାଯିବ । ଅନ୍ୟପଟେ ଭାରତରେ ଗୁରୁବାର ୫୦,୨୦୧ ନୂଆ କୋରୋନା ଭୂତାଣୁ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିଛି । 

6/7

କୋରୋନା ସଂକ୍ରମଣ ମାମଲାରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ମହାମାରୀ ଯୋଗୁଁ ଭାରତରେ ଏପର୍ଯ୍ୟନ୍ତ ୧,୨୪,୩୧୫ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ମଧ୍ୟଭାଗରୁ ସଂକ୍ରମଣ ଏବଂ ମୃତ୍ୟୁର ଦୈନିକ ବୃଦ୍ଧି ଶିଖରରେ ରହିଛି ।

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ଆଉ ଏକ ବିପଦର ସଙ୍କେତ, ମଣିଷ ଶରୀରରେ ମିଳିଲା ସ୍ୱାଇନ ଫ୍ଲୁର ବିରଳ ଷ୍ଟ୍ରେନ୍

7/7

ଅନେକ ଅଗ୍ରଣୀ କମ୍ପାନୀର ଟୀକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି । ବ୍ରିଟେନର ଆଷ୍ଟ୍ରା ଜେନେକା ଦ୍ୱାରା ବିକଶିତ ହୋଇଥିବା ଏହି ଟୀକାକୁ ସବୁଠାରୁ ଉନ୍ନତ ତଥା ପ୍ରଭାବଶାଳୀ ବୋଲି ମନେ କରାଯାଉଛି । ଡିସେମ୍ବର ଶେଷ କିମ୍ବା ୨୦୨୧ ଆରମ୍ଭରେ ବ୍ରିଟେନ ଏହାକୁ ଲଞ୍ଚ କରିବାକୁ ଆଶା ରଖିଛି । ଆଷ୍ଟ୍ରା ଜେନେଙ୍କା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସମେତ ବିଶ୍ୱର ଅନେକ କମ୍ପାନୀ ଏବଂ ସରକାରମାନଙ୍କ ସହିତ ବହୁ ଯୋଗାଣ ଏବଂ ଉତ୍ପାଦନ ଚୁକ୍ତି ସ୍ୱାକ୍ଷର କରିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link