ୟୁକ୍ରେନ ସଙ୍କଟ: ପୁଟିନ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ବାଇଡେନ, କିନ୍ତୁ ରଖିଲେ ଏହି ବଡ଼ ସର୍ତ୍ତ

Ukraine Russia Conflict: ରବିବାର ଫ୍ରାନ୍ସର ରାଷ୍ଟ୍ରପତି ଭବନ ଏଲିସି ପ୍ୟାଲେସ (Elysee Palace ) ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ସାକ୍ଷାତ କରିବାକୁ ରାଜି ହୋଇଛନ୍ତି ।

Tamal Bakchi/ତମାଲ ବାକଚି Mon, 21 Feb 2022-10:15 am,
1/7

ନୂଆଦିଲ୍ଲୀ: Ukraine Russia Conflict: ୟୁକ୍ରେନ (Ukraine) ପ୍ରସଙ୍ଗକୁ ନେଇ ଉତ୍ତେଜନା ଆହୁରି ଗଭୀର ହେବାକୁ ଲାଗିଛି । ୟୁକ୍ରେନ ଉପରେ ଋଷ (Russia) ଆକ୍ରମଣ କରିପାରେ ବୋଲି ଆମେରିକା (US) ଆଶଙ୍କା କରୁଛି । ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱରେ ସଙ୍କଟର କଳା ବାଦଳ ଘୂରି ବୁଲିବା ଆରମ୍ଭ କରିଛି । ଅନ୍ୟପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଏଡ଼ାଇବା ପାଇଁ ସମସ୍ତ ଉଦ୍ୟମ ମଧ୍ୟ ଚାଲିଛି । ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଅନ୍ୟ ଅନେକ ଦେଶ ସେମାନଙ୍କ ସ୍ତରରେ ନିରନ୍ତର ଉଦ୍ୟମ କରୁଛନ୍ତି । ଏହି ପର୍ଯ୍ୟାୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ (French President Emmanuel Macron) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । 

2/7

ସେପଟେ ଆମେରିକା (America) କହିଛି ଯେ ଯଦି ଋଷ (Russia) ୟୁକ୍ରେନ (Ukraine) ଉପରେ ଆକ୍ରମଣ ନକରେ, ତେବେ ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଋଷର ରାଷ୍ଟ୍ରପତି ପୁଟିନ (Russian President Vladimir Putin) ଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି ।

3/7

ରବିବାର ଫ୍ରାନ୍ସର ରାଷ୍ଟ୍ରପତି ଭବନ ଏଲିସି ପ୍ୟାଲେସ (Elysee Palace ) ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ସାକ୍ଷାତ କରିବାକୁ ରାଜି ହୋଇଛନ୍ତି । 

4/7

ମାକ୍ରୋନ୍ (Emmanuel Macron) ଦ୍ୱାରା ପ୍ରସ୍ତାବିତ ଶିଖର ସମ୍ମିଳନୀ ପାଇଁ ଉଭୟ ପ୍ରସ୍ତୁତ ହୋଇଛନ୍ତି । ମାକ୍ରୋନ୍ ୟୁରୋପରେ ସୁରକ୍ଷା ଓ ରଣନୈତିକ ସ୍ଥିରତା ଉପରେ ଆଲୋଚନା କରିବାର ପ୍ରସ୍ତାବ  ରଖିଛନ୍ତି । ତେବେ ଏହି ପ୍ରସ୍ତାବ ସହିତ ସେ ଉଭୟଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଛନ୍ତି ଯେ ଋଷ ଯଦି ୟୁକ୍ରେନ ଉପରେ ଆକ୍ରମଣ ନକରେ ତେବେ ଏହି ବୈଠକ ସମ୍ଭବ ହେବ ।

5/7

ରିପୋର୍ଟ ଅନୁଯାୟୀ, ଏହି ସମ୍ମତି ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା । ରବିବାର ପୁଟିନଙ୍କ ସହ ମାକ୍ରୋନଙ୍କର ଦୁଇଟି ଲମ୍ବା ଫୋନ୍ କଲ ହୋଇଥିଲା । ପୁଟିନଙ୍କ ବ୍ୟତୀତ ସେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ମଧ୍ୟ ଦୀର୍ଘ ସମୟ ଧରି କଥା ହୋଇଥିଲେ ।

6/7

ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରକାଶିତ ଏକ ବୟାନରେ କୁହାଯାଇଛି ଯେ ବହୁ ଉଦ୍ୟମ ପରେ ପୁଟିନ ଓ ବାଇଡେନ ଏହି ଶିଖର ସମ୍ମିଳନୀ ପାଇଁ ରାଜି ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଫେବୃଆରୀ ୨୪ରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ (Antony Blinken) ଓ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ (Sergei Lavrov) ପରସ୍ପରକୁ ଭେଟିବେ ।

ଏହା ବି ପଢ଼ନ୍ତୁ:-'ଆକ୍ରମଣ ପାଇଁ ଆଦେଶ ଦେଇଛନ୍ତି ପୁଟିନ, ୟୁକ୍ରେନ ଆଡ଼କୁ ଯାଉଛି ଯୁଦ୍ଧ ଟ୍ୟାଙ୍କ'

ଏହା ବି ପଢ଼ନ୍ତୁ:-୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!

ଏହା ବି ପଢ଼ନ୍ତୁ:-ନିଜ ଝିଅକୁ ବିବାହ କଲେ ବାପା, ଯୁବତୀ କହିଲେ ପୂରା କାହାଣୀ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ସହ ଛାଇ ପରି ରହିଥାଏ ଏହି ବ୍ରିଫକେସ୍, ପୁରା ଦୁନିଆକୁ କରିପାରେ ଧ୍ୱଂସ, ଜାଣନ୍ତୁ କାହିଁକି ଏହା ଏତେ ଖାସ୍

7/7

ଏହି ସମୟ ମଧ୍ୟରେ ଏହି ଶିଖର ସମ୍ମିଳନୀ ସମ୍ବନ୍ଧୀୟ ଅଧିକ ନିଷ୍ପତ୍ତି ନିଆଯିବ । ଏହାପୂର୍ବରୁ ରବିବାର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ୟୁକ୍ରେନ ସହ ଯୁଦ୍ଧକୁ ଏଡାଇବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ଭେଟିବାକୁ ପ୍ରସ୍ତୁତ ଅଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link