ନୂଆଦିଲ୍ଲୀ:  ନବମ ଶିଖ୍ ଧର୍ମଗୁରୁ  ଗୁରୁ  ତେଗ ବାହାଦୂରଙ୍କ  ୪୦୦ ତମ ଜୟନ୍ତୀ ଅବସରରେ ଲାଲ କିଲ୍ଲା ପରିସରରୁ ଦେଶକୁ ସମ୍ବୋଧିତ  କରିଛନ୍ତି ପ୍ରଧାନମନ୍ତ୍ରୀ  ମୋଦି।  ସ୍ୱାଧିନତା ପରେ ପିଏମ ମୋଦି ହେଉଛନ୍ତି ଦେଶର ପ୍ରଥମ  ପ୍ରଧାନମନ୍ତ୍ରୀ ଯିଏ ସୂର୍ଯ୍ୟାସ୍ତ ପରେ  ମୋଗଲକାଳୀନ ସ୍ମାରକରୁ  ଦେଶକୁ ସମ୍ବୋଧିତ  କରିଛନ୍ତି।   ସ୍ୱାଧିନତା ଦିବସ ବ୍ୟତୀତ  ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ଲାଗି ଏହି ଐତିହାସିକ ସ୍ମାରକୀରୁ ଅଭିଭାଷଣ ପ୍ରଦାନ କରିଛନ୍ତି।   
 
ଲାଲକିଲ୍ଲା ଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ଜୟନ୍ତୀ ଅବସରରେ ଗୁରୁ  ତେଗ ବାହାଦୂରଙ୍କ  ପ୍ରଣାମ କରିଛନ୍ତି। ଏହି ଅବସରରେ ପ୍ରଧାମନ୍ତ୍ରୀ ଦେଶକୁ  କରିବାକୁ ଯାଉଥିବା ସମ୍ବୋଧନ  ଲାଲକିଲ୍ଲା ପ୍ରାଚୀର ବଦଳରେ ଲନ୍ ଠାରେ କରିଛନ୍ତି।  ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି  ୪୦୦  ଶିଖ୍ ଧାର୍ମିକ ନେତାଙ୍କୁ ନିମନ୍ତ୍ରିତ କରାଯାଇଛି।  ଯେଉଁଥିରେ ଅମୃତସରସ୍ଥିତ  ସ୍ୱର୍ଣ୍ଣ ମନ୍ଦିର ସହ ଜଡି଼ତ ନେତା ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏନେଇ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ  ଶିଖ୍ ସଙ୍ଗୀତକାରଙ୍କ ଦ୍ୱାରା  ସଙ୍ଗୀତ ପ୍ରଦର୍ଶିତ ହେବା ସହ ଲଙ୍ଗର ଆୟୋଜିତ ହୋଇଛି।  ପ୍ରକାଶ ପର୍ବ ଅବସରରେ  ସ୍ମରଣୀୟ ମୁଦ୍ରା ଏବଂ ଏକ ଡାକ ଟିକେଟ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।  ଏହା ସହିତ  ପ୍ରଧାନମନ୍ତ୍ରୀଙ୍କୁ  ସ୍ୱର୍ଣ୍ଣ ମନ୍ଦିର ପ୍ରତିମା, ଶାଲ୍  ଏବଂ ତଲୱାର  ଭେଟି ଦେଇଛନ୍ତି।   


ଦେଶକୁ ସମ୍ବୋଧିତ  କରି ପ୍ରଧାନମନ୍ତ୍ରୀ ମୋଦି  କହିଛନ୍ତି  ଏହି ଭାରତ ଭୂମି କେବଳ ଗୋଟିଏ ଦେଶ ନୁହେଁ  ବରଂ ଆମର ଏକ ମହାନ  ପରମ୍ପରା ଏବଂ ଐତିହ୍ୟ।   ଯାହା ଆମର  ମୁନି ଋଷି, ସାଧୁ ସନ୍ଥ, ଗୁରୁଙ୍କ ଦ୍ୱାରା ଶହ ଶହ ହଜାର ହଜାର ବର୍ଷର  ତପସ୍ୟାରୁ ସମୃଦ୍ଧ ହୋଇଛି।  ଲାଲ କିଲ୍ଲା  ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାର ସାକ୍ଷୀ ହୋଇରହିଛି।  ଏହି ଦୁର୍ଗ  ଗୁରୁ ତେଗ ବାହାଦୂରଙ୍କୁ ଶହୀଦ ହେବାର ଦେଖିଛି।  ଦେଶ ପାଇଁ  ପ୍ରାଣବଳୀ ଦେଇଥିବା ଲୋକଙ୍କ ସାହାସକୁ ମଧ୍ୟ  ପରୀକ୍ଷା କରିଛି।  


ବର୍ତ୍ତମାନ ଶବଦ କୀର୍ତ୍ତନ ଶୁଣି ମୁଁ ଯେଉଁ ଶାନ୍ତି ପାଇଛି ତାହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ।  ପ୍ରକାଶ  ପର୍ବ ଅବସରରେ ମୁଁ  ମୋର ଗୁରୁଙ୍କ ଉଦ୍ଦେଶ୍ୟରେ  ଏକ ସ୍ମରଣୀୟ ଡାକ ଟିକେଟ  ଏବଂ ମୁଦ୍ରା ପ୍ରକାଶ କରିବାର ସୌଭାଗ୍ୟ ପାଇଛି।  ମୁଁ ଏହାକୁ ଆମର ଗୁରୁଙ୍କ ଏକ ବିଶେଷ କୃପା ବୋଲି  ବିବେଚନ କରୁଛି। ମୁଁ   ସମସ୍ତ ୧୦ ଶିଖ ଗୁରୁଙ୍କ  ଚରଣରେ  ସମ୍ମାନର ସହ ପ୍ରଣାମ କରୁଛି। ମୁଁ ପ୍ରକାଶ ପର୍ବ ଅବସରରେ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। 


ଯେତେବେଳେ  ଦେଶରେ ଧାର୍ମିକ କଟ୍ଟରତାର  ଝଡ଼ ଆସିଥିଲା ସେତେବେଳେ  ସେତେବେଳେ ଗୁରୁ ତେଗ ବାହାଦୂର ଭାରତ ବର୍ଷର ଭରସା ଥିଲେ। 


Also Read: ୭୫ ବର୍ଷ ପରେ ଚେତିଲା ଦେଶ; ପୁରୁଣା ଭୁଲ ସୁଧାରିବେ ମୋଦି ସରକାର


ଗତ ୨୦୧୯ ରେ ମୋତେ  ଗୁରୁ ନାନକଙ୍କ ୫୫୦ ତମ  ଏବଂ ୨୦୧୭ ରେ  ଗୁରୁ ଗୋବିନ୍ଦ ସିଂହଙ୍କ  ୩୫୦ ତମ  ପ୍ରକାଶ ପର୍ବ  ପାଳନ କରିବାର  ସୁଯୋଗ ମିଳିଥିଲା।  ମୁଁ ବର୍ତ୍ତମାନ ଖୁସି  ଯେ ଆମର ଦେଶ  ଆମ ଗୁରୁଙ୍କ  ଆଦର୍ଶର ସହ ଆଗକୁ ବଢୁଛି।  


ଲାଲକିଲ୍ଲା ପାଖରେ  ଗୁରୁ ତେଗ ବାହାଦୂରଙ୍କ ଅମର  ବଳିଦାନର ପ୍ରତୀକ ଗୁରୁଦ୍ୱାର  ଶିଶଗଞ୍ଜ ସାହିବ ମଧ୍ୟ ରହିଛି।  ଏହି ପବିତ୍ର ଗୁରୁଦ୍ୱାର  ଆମକୁ ମନେ ପକାଇଥାଏ ଯେ ଆମର ମହାନ ସଂଂସ୍କୃତିର ସୁରକ୍ଷା  ପାଇଁ  ଗୁରୁ ତେଗ ବାହଦୂରଙ୍କ  ବଳିଦାନ କେତେ ମହାନ ଥିଲା।  ତାଙ୍କ ସମୟରେ ଦେଶରେ  ଧାର୍ମିକ କଟ୍ଟରତାର  ଝଡ଼ ଆସିଥିଲା।  ସେତେବେଳେ ଭାରତ ବର୍ଷରେ ଏପରି କିଛି ଲୋକ ଥିଲେ ଯେଉଁମାନେ  ଧର୍ମକୁ ଦର୍ଶନ, ବିଜ୍ଞାନ,   ଆତ୍ମ
 ଅନୁସନ୍ଧାନ ବିଷୟ  ଭାବେ ବିବେଚନା କରୁଥିଲେ।  ଅନ୍ୟପଟେ ଆଉ କିଛି ଲୋକଥିଲେ ଯେଉଁମାନେ ଧର୍ମ ନାମରେ ଅତ୍ୟାଚାର କରିଥିଲେ।  ସେହି ସମୟରେ ଭାରତ  ବର୍ଷର ପରିଚୟ ବଞ୍ଚାଇବା ପାଇଁ  ସାମ୍ନାକୁ ଆସିଥିଲେ ଗୁରୁ ତେଗ ବାହାଦୂର। ସେ  ମୋଗଲ ଶାସକ ଔରଙ୍ଗଜେବଙ୍କ ଅତ୍ୟାଚାର ଚିନ୍ତାଧାରା ବିରୋଧରେ ଉଠାଇଥିଲେ। 
 
ଆମେ ସାହିବଜାଦେଙ୍କ ବଳିଦାନ  ଦିବସ ୨୬ ଜନୁଆରୀକୁ  ବୀର ଶିଶୁ ଦିବସ ଭାବେ  ପାଳନ କରିବାକୁ ନିଷ୍ପତ୍ତି ନେଇଛି।    ଶିଖ୍  ପରମ୍ପରା ସହ ଜଡିତ ତୀର୍ଥ କ୍ଷେତ୍ରକୁ ଯୋଡିବା ପାଇଁ ଆମ  ସରକାର ନିରନ୍ତର  ପ୍ରୟାସ କରୁଛନ୍ତି।  ଗୁରୁ ତେଗ ବାହାଦୂରଙ୍କ ବଳିଦାନ ଦେଶର ଆଗାମୀ ଭବିଷ୍ୟତ ପିଢ଼ିକୁ  ସେମାନଙ୍କ  ସଂସ୍କୃତିର ସମ୍ମାନ  ପାଇଁ ବଞ୍ଚିବା ଲାଗି ପ୍ରେରଣା ଯୋଗାଇଛି।  ଅନେକ ଶକ୍ତି ଆସିଛନ୍ତି ଯାଇଛନ୍ତି ହେଲେ ଭାରତ  ଅମର ହୋଇ ଠିଆ ହୋଇଛି। ଭାରତ କୌଣସି ଦେଶ ଲାଗି ବିପଦ ସୃଷ୍ଟି କରିନାହିଁ।  ବର୍ତ୍ତମାନ ଆମେ ସାରା ବିଶ୍ୱର  କଲ୍ୟାଣ ଲାଗି ଚିନ୍ତା କରୁଛୁ।  ଆମେ ଆତ୍ମ ନିର୍ଭର ଭାରତ କଥା କହୁଛି।  ଯାହା ମାଧ୍ୟମରେ  ସାରା ବିଶ୍ୱର ଅଗ୍ରଗତି ଲକ୍ଷ୍ୟକୁ ଆଗରେ ରଖିଛୁ।