୭୫ ବର୍ଷ ପରେ ଚେତିଲା ଦେଶ; ପୁରୁଣା ଭୁଲ ସୁଧାରିବେ ମୋଦି ସରକାର
Advertisement
Article Detail0/zeeodisha/odisha1139689

୭୫ ବର୍ଷ ପରେ ଚେତିଲା ଦେଶ; ପୁରୁଣା ଭୁଲ ସୁଧାରିବେ ମୋଦି ସରକାର

ଭାରତୀୟ ଇତିହାସରେ ଯେଉଁ ମହାନାୟକଙ୍କୁ ଜଣିଶୁଣି ଗାଏବ କରାଯାଇଥିଲା ସେମାନଙ୍କୁ ଏବେ ପାଠ୍ୟକ୍ରମରେ ସାମିଲ କରାଯିବ।

୭୫ ବର୍ଷ ପରେ ଚେତିଲା ଦେଶ; ପୁରୁଣା ଭୁଲ ସୁଧାରିବେ ମୋଦି ସରକାର

ନୂଆଦିଲ୍ଲୀ: କ୍ଷମତାସୀନ ଥିବା ସମୟରେ କଂଗ୍ରେସ ସରକାର ଦ୍ୱାରା କରାଯାଇଥିବା ଭୁଲକୁ ସୁଧାରିବାକୁ ଯାଉଛନ୍ତି ମୋଦି ସରକାର। ଭାରତୀୟ ଇତିହାସରେ ଯେଉଁ ମହାନାୟକଙ୍କୁ ଜଣିଶୁଣି ଗାଏବ କରାଯାଇଥିଲା ସେମାନଙ୍କୁ ଏବେ ପାଠ୍ୟକ୍ରମରେ ସାମିଲ କରାଯିବ। ସେମାନଙ୍କ ବାବଦରେ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ। 

ଜାତୀୟ ଶିକ୍ଷା ଗବେଷଣା ଏବେ ପ୍ରଶିକ୍ଷଣ ପରିଷଦ (National Council of Educational Research & Training) ଏନସିଇଆରଟି (NCERT) ସାମାଜିତ ବିଜ୍ଞାନ ପୁସ୍ତକରେ ଲିପିବଦ୍ଧ ହୋଇଥିବା ଭୁଲ ଇତିହାସକୁ ସୁଧାରିବା ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସ ବିଷୟରେ ପଚାରିଥିଲେ ଶିବସେନା ସାଂସଦ ଅନୀଲ ଦେଶାଇ ।

ବୁଧବାର ଏହି ପ୍ରଶ୍ନର ଜବାବ ରଖି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନପୂର୍ଣ୍ଣା ଦେବୀ ସଂସଦକୁ ଜଣାଇଛନ୍ତି ଏନସିଇଆରଟି ସାମାଜିତ ବିଜ୍ଞାନ ପୁସ୍ତକକୁ ସଂଶୋଧନ କରି ଏହାର ପୁନ ମୁଦ୍ରଣ କରିବା ପାଇଁ ପଠାଯାଇଛି। ଆସନ୍ତା ୨୦୨୨-୨୩ ଶିକ୍ଷା ବର୍ଷରୁ ସଂଶୋଧିତ ଇତିହାସ ପଢାଇବା ଆରମ୍ଭ ହେବ। 

ମୋଗଲ ଶାସନକୁ ମହାନ ଦର୍ଶାଇବା ଦେଶର ଐତିହାସିକ ତଥ୍ୟକୁ ଭୁଲ ଉପାୟରେ ପ୍ରଦର୍ଶିତ କରିବାକୁ ନେଇ ବିବାଦରେ ରହିଛି ଏନସିଇଆରଟି। ଏନେଇ ସମାଲୋଚକ କହିଛନ୍ତି ଯେ ଲାଲ କିଲ୍ଲା, କୁତୁବ ମୀନାର ଏବଂ ତାଜମହଲ କିଏ ନିର୍ମାଣ କରିଛି ଇତିହାସ ପୁସ୍ତକରେ କୁହାଯାଇଛି। ହେଲେ ଏହାର ସତ୍ୟକୁ ସୁଚିନ୍ତିତ ଭାବେ ଲୁଚାଯାଇଛି। କୁତୁବ ମୀନାର ନିର୍ମାତା କୁତୁବୁଦ୍ଦିନ ଆଇବାକ  କୁତୁବ୍ ମୀନାର ନିର୍ମାଣ ପାଇଁ ମେହରୌଲି ଠାରେ ଥିବା ୪୧ ହିନ୍ଦୁ-ଜୈନ ମନ୍ଦିରକୁ ଭାଙ୍ଗିବା ସହ ଏହାର ଅବଶେଷ ଉପରେ ଏହାକୁ ନିର୍ମାଣ କରିଥିଲେ। 

Also Read: କୋରୋନା ଟିକା ପାଇଁ କାହିଁକି ବିଦେଶୀ କମ୍ପାନୀ ଆଗରେ ମୁଣ୍ଡ ନୁଆଁଇଲା ନାହିଁ ଭାରତ; ଜାଣନ୍ତୁ କାରଣ

ଭାରତୀୟ ଇତିହାସରେ ମୋଗଲ ଶାସକଙ୍କ ତଥାକଥିତ ବାହାଦୂରୀ ଦେଖାଇଛି ଏନସିଇଆରଟି ପୁସ୍ତକ। ମାତ୍ର ସୋମନାଥ ମନ୍ଦିର ଉପରେ କିଏ ବାରମ୍ବାର ଆକ୍ରମଣ କରିଥିଲା ଏବଂ ମଥୁରା-କାଶୀ ଠାରେ ଥିବା ମନ୍ଦିର କିଏ ଭାଙ୍ଗିଥିଲା ସେ ନେଇ ଏନସିଇଆରଟି ପୁସ୍ତକରେ କୌଣସି ତଥ୍ୟ ନାହିଁ। 

କେବଳ ଏତିକି ନୁହେଁ ଏନସିଇଆରଟି ପୁସ୍ତକରେ ମୋଗଲ ଶାସକ ଆକବରଙ୍କୁ ମହାନ ଦର୍ଶାଯାଇଛି ମାତ୍ର ତାଙ୍କ ବିରୋଧରେ ଜୀବନବ୍ୟାପୀ ସଂଗ୍ରାମ କରିଥିବା ମେୱାଡ଼ ମାହାରାଣା ପ୍ରତାପଙ୍କ ବାବଦରେ କୌଣସି ତଥ୍ୟ ବିସ୍ତାର ରୂପରେ ନାହିଁ। ମୋଗଲ ଶାସନ କାଳରେ ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଶିଖ୍ ଗୁରୁ ତେଗ ବାହାଦୂର, ଗୁରୁ ଗୋବିନ୍ଦ ସିଂହ ଏବଂ ତାଙ୍କର ୪ ପୁତ୍ରଙ୍କୁ ଏନସିଇଆରଟି ଇତିହାସରରୁ ଗାଏବ କରି ଦିଆଯାଇଛି।   

ଏପରି ଅନେକ ପ୍ରଶ୍ନ ଅଛି ଯାହା ତତ୍କାଳୀନ କଂଗ୍ରେସ ସରକାର ଉପରେ ଉଠିଛି। ଏହି ପ୍ରଶ୍ନର ଯୁକ୍ତି ସମ୍ମତ ଉତ୍ତର ଉତ୍ତର କ୍ଷମତାରେ ଥିବା ଦେଇପାରି ନାହିଁ କଂଗ୍ରେସ। ଅନେକ ଶିକ୍ଷାବିତ୍ କହିଛନ୍ତି ଯେ ସନାତନ ସଂସ୍କୃତି ତଥା ଦେଶର ନାୟକଙ୍କୁ ଇତିହାସରୁ ଅଦୃଶ୍ୟ କରିବା ପାଇଁ କଂଗ୍ରେସ ସରକାର ବାମପନ୍ଥୀ ତଥା ଜିହାଦୀ ଚିନ୍ତାଧାରା ଥିବା ଲୋକଙ୍କୁ ଇତିହାସ ଲେଖିବାର କାର୍ଯ୍ୟ ଦେଇଛନ୍ତି। ଯିଏ ସେମାନଙ୍କ ଷଡ଼ଯନ୍ତ୍ର ମାଧ୍ୟମରେ ଇତିହାସ ପୁସ୍ତକକୁ ଏକ ବିଶେଷ ଢଙ୍ଗରେ ରଙ୍ଗାୟିତ କରିଥିଲେ।