Delhi Una Vande Bharat Express: ଗୁରୁବାର ଦେଶକୁ ମିଳିଛି ଚତୁର୍ଥ ବନ୍ଦେ ଭାରତ ଟ୍ରେନ। ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏହାକୁ ସବୁଜ ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଟ୍ରେନ ଦିଲ୍ଲୀ ଠାରୁ ଉନା ମାର୍ଗରେ ଚଳାଚଳ କରିବ। ରେଳ ଧାରଣାରେ ଏହି ଟ୍ରେନ ଘଣ୍ଟାପ୍ରତି ୧୩୦ କିମି ବେଗରେ ଦୌଡ଼ିବ। ଦିଲ୍ଲୀ-ଉନା ମଧ୍ୟରେ ଚଳାଚଳ କରୁଥିବା ଏହି ଏକ ଏକ୍ସପ୍ରେସ ହେଉଛି ଦେଶର ଚତୁର୍ଥ ବନ୍ଦେ ଭାରତ ଟ୍ରେନ। ଯିଏ ୫ ଘଣ୍ଟାରେ ନିଜର ଯାତ୍ରା ପୂରଣ କରିବ।  


COMMERCIAL BREAK
SCROLL TO CONTINUE READING

ବନ୍ଦେ ଭାରତ ଟ୍ରେନ ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ (Railway Minister Ashwini Vaishnaw) ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରତିକ୍ରିୟା ରଖି  ଦେଶର ରେଳମନ୍ତ୍ରୀ କହିଛନ୍ତି ଯେ ନୂଆ ଭାରତ ବର୍ତ୍ତମାନ ନୂଆ ଗତିରେ ଅଗ୍ରଗତି କରୁଛି।



ଏହି ଟ୍ରେନ୍ ହିମାଚଳ ପ୍ରଦେଶ ଅମ୍ବ ଅନ୍ଦୌରା ଠାରୁ ନୂଆଦିଲ୍ଲୀ ରେଳ ଷ୍ଟେସନ (New Delhi Railway Station) ପର୍ଯ୍ୟନ୍ତ ଚଳାଚଳ କରିବ। ଏହାର ବୈଶିଷ୍ଟ୍ୟ କ'ଣ ରହିଛି ସେ ବାବଦରେ ଜଣାଇଛନ୍ତି ରେଳବାଇ ଅଧିକାରୀ। ଏନେଇ କୁହାଯାଇଛି ନୂତନ ବନ୍ଦେ ଭାରତ ଟ୍ରେନ୍ ପୂର୍ବ ଟ୍ରେନ୍ ଅପେକ୍ଷା ଅଧିକ ଉନ୍ନତ ଏବଂ ହାଲୁକା। ଅଳ୍ପ ସମୟ ମଧ୍ୟରେ ଦ୍ରୁତ ବେଗରେ ରେଳ ଧାରଣାରେ ଦୌଡ଼ିବାକୁ ସକ୍ଷମ।


Also Read: Indian Railway: ଦେଶକୁ ମିଳିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ଏହି ମାର୍ଗରେ ଦୌଡ଼ିବ ଟ୍ରେନ


ବୁଧବାର ବ୍ୟତୀତ ସପ୍ତାହର ସମସ୍ତ ଦିନରେ ସେବା ଯୋଗାଇବ ଦିଲ୍ଲୀ-ଉନା ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନ ଅମ୍ବାଲା, ଚଣ୍ଡିଗଡ଼, ଆନନ୍ଦପୁର ସାହିବ ଏବଂ ଉନା ଠାରେ ଅଟକି ରହିବ। ଏହା ମାତ୍ର ୫୨ ସେକେଣ୍ଡରେ ୧୦୦ କିଲୋମିଟର ବେଗ ଧରିବାକୁ ସକ୍ଷମ। ଏହି ଟ୍ରେନ ଏହି ଅଞ୍ଚଳରେ ରହିଥିବା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ। ଯାତ୍ରୀଙ୍କୁ ଏକ ଆରାମଦାୟକ ଏବଂ ଦ୍ରୁତଗାମୀ ଯାତ୍ରା ପ୍ରଦାନ କରିବ। 



ପ୍ରାୟ ୫ ଘଣ୍ଟାା ମଧ୍ୟରେ ଆପଣ ନୂଆଦିଲ୍ଲୀ ଠାରୁ ଉନା କିମ୍ବା ଉନା ଠାରୁ ଜାତୀୟ ରାଜଧାନୀ ପର୍ଯ୍ୟନ୍ତ ଯାତ୍ରା ଶେଷ କରିବେ। ଏହା ଦ୍ୱାରା ଚଣ୍ଡିଗଡ଼ ଯାତ୍ରା ବର୍ତ୍ତମାନ ୩ ଘଣ୍ଟାରୁ କମ ସମୟ ମଧ୍ୟରେ ଶେଷ ହେବ। ଏହି ଟ୍ରେନ୍ ମଧ୍ୟାନ୍ନ ଗୋଟାଏ ସମୟରେ ଅମ୍ବ ଅନ୍ଦୌରା ଛାଡି ସନ୍ଧ୍ୟା ୬ଟା ୨୫ ମିନିଟ ସମୟରେ ଦିଲ୍ଲୀରେ ପହଞ୍ଚିବ। ସେହିପରି ସକାଳ ୫ଟା ୫୦ ମିନିଟ ସମୟରେ ଦିଲ୍ଲୀ ଛାଡି ଦିନ ୧୧ଟା ୫ ମିନିଟ ସମୟରେ ଅମ୍ବ ଅନ୍ଦୌରା ଠାରେ ପହଞ୍ଚିବ।


Also Read: Himachal Pradesh Election: ନିର୍ବାଚନ ବିଗୁଲ ଫୁଙ୍କିଲେ ମୋଦି, ସରଗରମ ହିମାଚଳ ପ୍ରଦେଶ ରାଜନୀତି


ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) । ହେଲେ ନିର୍ବାଚନ ପୂର୍ବରୁ ରାଜ୍ୟକୁ ଏକ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଅକ୍ଟୋବର ୧୩ ତାରିଖ ଗୁରୁବାର ହିମାଚଳ ଗସ୍ତରେ ଆସି ଉନା ଜିଲ୍ଲାରେ (Una District) ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ସେଠାରେ ଅମ୍ବ ଅନ୍ଦୌରା ରେଳ ଷ୍ଟେସନ (Amb Andaura Railway Station) ଠାରେ ବନ୍ଦେ ଭାରତ ଟ୍ରେନ (Vande Bharat Train) କୁ ସବୁଜ ପତାକା ଦେଖାଇ ପ୍ରସ୍ଥାନ କରାଇଛନ୍ତି।