Indian Railway: ଦେଶକୁ ମିଳିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ଏହି ମାର୍ଗରେ ଦୌଡ଼ିବ ଟ୍ରେନ
Advertisement

Indian Railway: ଦେଶକୁ ମିଳିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ଏହି ମାର୍ଗରେ ଦୌଡ଼ିବ ଟ୍ରେନ

Vande Barat Express: ଅମ୍ବ ଅନ୍ଦୌରା ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଟ୍ରେନ କୁ ସବୁଜ ପତାକା ଦେଖାଇ ପ୍ରସ୍ଥାନ କରାଇବେ ପ୍ରଧାନମନ୍ତ୍ରୀ। 

 Indian Railway: ଦେଶକୁ ମିଳିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ଏହି ମାର୍ଗରେ ଦୌଡ଼ିବ ଟ୍ରେନ

Vande Barat Train: ଗୁରୁବାର ଦେଶକୁ ମିଳିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଟ୍ରେନ। ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଗୁରୁବାର ଏହାକୁ ସବୁଜ ଦେଖାଇ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଟ୍ରେନ ଦିଲ୍ଲୀ ଏବଂ ଉନା ମଧ୍ୟରେ ରହିଥିବା ଅମ୍ବ ଅନ୍ଦୌରା ରେଳ ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ବୁଧବାର ବ୍ୟତୀତ ସପ୍ତାହର ସମସ୍ତ ଦିନରେ ସେବା ଯୋଗାଇବ ବନ୍ଦେ ଭାରତ ଏକ୍ସପ୍ରେସ। 

ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) । ହେଲେ ନିର୍ବାଚନ ପୂର୍ବରୁ ରାଜ୍ୟକୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଅକ୍ଟୋବର ୧୩ ତାରିଖ ଗୁରୁବାର ହିମାଚଳ ଗସ୍ତରେ ଆସି ଉନା ଜିଲ୍ଲାରେ (Una District) ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରେ ଅମ୍ବ ଅନ୍ଦୌରା ରେଳ ଷ୍ଟେସନ (Amb Andaura Railway Station) ଠାରେ ବନ୍ଦେ ଭାରତ ଟ୍ରେନ (Vande Bharat Train) କୁ ସବୁଜ ପତାକା ଦେଖାଇ ପ୍ରସ୍ଥାନ କରାଇବେ। 

Also Read: Indinn Railway: ପୁଣି ଚର୍ଚ୍ଚାକୁ ଆସିଲା ବନ୍ଦେ ଭାରତ ଟ୍ରେନ, ଜାଣନ୍ତୁ କାରଣ

ଦିଲ୍ଲୀ ଠାରୁ ଉନ୍ନା ଅମ୍ବ ଅନ୍ଦୌରା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ (Delhi Una Vande Bharat Express) ଅମ୍ବାଲା (Ambala), ଚଣ୍ଡିଗଡ଼ (Chandigarh) ଏବଂ ଆନନ୍ଦପୁର ସାହିବ (Anandpur Sahib) ଠାରେ ଅଟକି ରହିବ। ସାଢେ ପାଞ୍ଚ ଘଣ୍ଟା ମଧ୍ୟରେ ଏହି ଟ୍ରେନ ଏହାର ଯାତ୍ରା ଶେଷ କରିବ। ଏହି ଟ୍ରେନ୍ ମଧ୍ୟାନ୍ନ ଗୋଟାଏ ସମୟରେ ଅମ୍ବ ଅନ୍ଦୌରା ଛାଡି ସନ୍ଧ୍ୟା ୬ଟା ୨୫ ମିନିଟ ସମୟରେ ଦିଲ୍ଲୀରେ ପହଞ୍ଚିବ। ସେହିପରି ସକାଳ ୫ଟା ୫୦ ମିନିଟ ସମୟରେ ଦିଲ୍ଲୀ ଛାଡି ଦିନ ୧୧ଟା ୫ ମିନିଟ ସମୟରେ ଅମ୍ବ ଅନ୍ଦୌରା ଠାରେ ପହଞ୍ଚିବ।

କେବଳ ହିମାଚଳ ପ୍ରଦେଶ ନୁହେଁ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) । ହେଲେ ଏହା ପୂର୍ବରୁ ଗୃହ ରାଜ୍ୟକୁ ଏକ ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହା ହେଉଛି ଦେଶରେ ତୃତୀୟ ବନ୍ଦେ ଭାରତ ଟ୍ରେନ। ଏହି ଟ୍ରେନ୍ ଗାନ୍ଧିନଗର ଠାରୁ ମୁମ୍ବାଇ (Gandhinagar Mumbai Vande Bharat Train) ମଧ୍ୟରେ ଚଳାଚଳ କରୁଛି। 

Also Read: Himachal Pradesh Election: ନିର୍ବାଚନ ବିଗୁଲ ଫୁଙ୍କିଲେ ମୋଦି, ସରଗରମ ହିମାଚଳ ପ୍ରଦେଶ ରାଜନୀତି

 

ଗୁରୁବାର ହିମାଚଳ ପ୍ରଦେଶ ଗସ୍ତରେ ଆସି ପ୍ରାୟ ୭୯୮୧ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ବନ୍ଦେ ଭାରତ ଟ୍ରେନ ଉଦଘାଟନ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଉନା ଜିଲ୍ଲାର ହରୋଲି ଠାରେ ନିର୍ମାଣ ହେବାକୁ ଥିବା ବ୍ଲକ ଡ୍ରଗ୍ ପାର୍କର ଆଧାରଶିଳା ରଖିବେ। ଏହା ବ୍ୟତୀତ ଉନା-ହମିରପୁର ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ବ୍ୟତୀତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ର ମଧ୍ୟ ଉଦଘାଟନ କରିବେ।