ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଜବାବ ଦେଲେ ପିଏମ ମୋଦି
ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ (Petrol-Diesel Price) ବୃଦ୍ଧି ଘଟୁଛି । ଏହାସହ ସାଧାରଣ ଜନତାଙ୍କ ଉପରେ ବୋଝ ମଧ୍ୟ ବଢ଼ି ବଢ଼ି ଚାଲିଛି । ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ମୂଲ୍ୟ (Petrol Price) ୧୦୦ ଟଙ୍କା ଅତିକ୍ରମ କରିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) କହିଛନ୍ତି ଯେ ଯଦି ପୂର୍ବ ସରକାରଗୁଡ଼ିକ ଶକ୍
ଚେନ୍ନାଇ: ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ (Petrol-Diesel Price) ବୃଦ୍ଧି ଘଟୁଛି । ଏହାସହ ସାଧାରଣ ଜନତାଙ୍କ ଉପରେ ବୋଝ ମଧ୍ୟ ବଢ଼ି ବଢ଼ି ଚାଲିଛି । ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ମୂଲ୍ୟ (Petrol Price) ୧୦୦ ଟଙ୍କା ଅତିକ୍ରମ କରିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) କହିଛନ୍ତି ଯେ ଯଦି ପୂର୍ବ ସରକାରଗୁଡ଼ିକ ଶକ୍ତି ଆମଦାନୀର ନିର୍ଭରଶୀଳତା ଉପରେ ଧ୍ୟାନ ଦେଇଥାନ୍ତେ ତେବେ ମଧ୍ୟବିତ୍ତଙ୍କୁ ସେପରି ଅସୁବିଧା ହୋଇ ନଥାନ୍ତା । ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ବିଷୟରେ ଉଲ୍ଲେଖ ନକରି ସେ କହିଛନ୍ତି ଯେ, ୨୦୧୯-୨୦ରେ ଭାରତ ଘରୋଇ ଚାହିଦା ପୂରଣ ପାଇଁ ୮୫ ପ୍ରତିଶତ ତୈଳ ଓ ୫୩ ପ୍ରତିଶତ ଗ୍ୟାସ ଆମଦାନୀ କରିଛି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସର ବୃହତ ବିଜୟ
ପିଏମ ମୋଦି ( PM Modi) ତାମିଲନାଡୁର ଏନ୍ନୋର-ଥିରୁଭଲ୍ଲୁର-ବେଙ୍ଗାଲୁରୁ-ପୁଡୁଚେରୀ-ନାଗାପଟ୍ଟିନାମ-ମଦୁରାଇ-ତୁତିକୋରିନ ପ୍ରାକୃତିକ ଗ୍ୟାସ ପାଇପ ଲାଇନର ରାମନାଥପୁରମ୍-ଥୁଥୁକୁଡି କ୍ଷେତ୍ରର ଉଦଘାଟନ କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଆମଦାନୀ ଉପରେ ଏତେ ନିର୍ଭରଶୀଳ ହେବା ଉଚିତ କି? ମୁଁ କାହାକୁ ସମାଲୋଚନା କରିବାକୁ ଚାହେଁ ନାହିଁ କିନ୍ତୁ ମୁଁ ନିଶ୍ଚୟ କହିବି ଯେ ଯଦି ଆମେ ଏହି ବିଷୟ ପ୍ରତି ଧ୍ୟାନ ଦେଇଥା’ନ୍ତେ, ତେବେ ଆମର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭାର ବହନ କରିବାକୁ ପଡ଼ିନଥାନ୍ତା । ସ୍ୱଚ୍ଛ ଓ ସବୁଜ ଶକ୍ତିର ଉତ୍ସ ଦିଗରେ କାର୍ଯ୍ୟ କରିବା ଏବଂ ଶକ୍ତି ନିର୍ଭରଶୀଳତା ହ୍ରାସ କରିବା ଆମର ସାମୂହିକ କର୍ତ୍ତବ୍ୟ ।
ଅଧିକ ପଢ଼ନ୍ତୁ:-ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦିଆଯିବ ଫାଶୀ, ବକ୍ସରରୁ ଆସିବ ରଶି
ଆଜି ଦେଶରେ ପେଟ୍ରୋଲର ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ଟଙ୍କା ଅତିକ୍ରମ କରିଛି । ରାଜସ୍ଥାନରେ ପେଟ୍ରୋଲର ମୂଲ୍ୟ ଶତକ ପୂରଣ କରିନେଇଥିବାବେଳେ ମଧ୍ୟପ୍ରଦେଶରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଦେଶରେ ଇନ୍ଧନ ମୂଲ୍ୟ ଅନ୍ତର୍ଜାତୀୟ ଦର ଉପରେ ନିର୍ଭର କରେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମଧ୍ୟବିତ୍ତ ଶ୍ରେଣୀର ଅସୁବିଧା ପ୍ରତି ତାଙ୍କ ସରକାର ସମ୍ବେଦନଶୀଳ ଏବଂ କୃଷକ ଓ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ବର୍ତ୍ତମାନ ଇଥାନଲ ଉପରେ ଧ୍ୟାନ ଦେଉଛି । ସେ କହିଛନ୍ତି ଯେ ଆଖୁରୁ ବାହାର କରାଯାଇଥିବା ଇଥାନଲ ଆମଦାନୀ ହ୍ରାସ କରିବାରେ ସହାୟକ ହେବ ଏବଂ ଚାଷୀଙ୍କୁ ଆୟର ବିକଳ୍ପ ମଧ୍ୟ ଦେବ ।