ପିଏମ ମୋଦି କାହିଁକି ବଢାଇଛନ୍ତି ଦାଢ଼ି, କାରଣ କହିଲେ ୟୁପିର ମନ୍ତ୍ରୀ
Advertisement

ପିଏମ ମୋଦି କାହିଁକି ବଢାଇଛନ୍ତି ଦାଢ଼ି, କାରଣ କହିଲେ ୟୁପିର ମନ୍ତ୍ରୀ

ଉତ୍ତରପ୍ରଦେଶ ଗ୍ରାମ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂ ଓରଫ ମୋତି ସିଂ (Uttar Pradesh Village Development Minister Rajendra Pratap Singh) ଏକ ନିଜସ୍ୱ କାର୍ଯ୍ୟକ୍ରମରେ ଫିରୋଜାବାଦରେ ପହଞ୍ଚି ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ବଙ୍ଗଳା ନିର୍ବାଚନ (West Bengal Polls) ରେ ​​ରବିନ୍ଦ୍ରନାଥ ଟାଗୋରଙ୍କ କାୟା ଓ ଛାୟା ମୋଦିଜୀଙ୍କ ରୂପରେ ଦେଖାଯାଉଛି ।

ପିଏମ ମୋଦି କାହିଁକି ବଢାଇଛନ୍ତି ଦାଢ଼ି, କାରଣ କହିଲେ ୟୁପିର ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଦାଢ଼ି (Beard) ସୋସିଆଲ ମିଡିଆ (Social Media) ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥିବା ବେଳେ ରାଜନୈତିକ ମହଳରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦାଢ଼ି ଚର୍ଚ୍ଚାର ବିଷୟ ପାଲଟିଛି । ଲୋକଙ୍କ ମଧ୍ୟରେ ଏକ ସହଜ କୌତୁହଳ ରହିଛି ଯେ କ'ଣ କାରଣ ରହିଛି ଯେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଲକଡାଉନ (Lockdown) ପରେ ହିଁ ନିଜ ଚେହେରା ବଦଳାଇ ନେଇଛନ୍ତି । ଆଉ ଦାଢ଼ି ଏତେ ବଢ଼ାଇନେଇଛନ୍ତି । ଅନେକ ଲୋକ ପ୍ରଧାନମନ୍ତ୍ରୀଙ୍କ ଦାଢ଼ିକୁ ରବୀନ୍ଦ୍ରନାଥ ଟାଗୋର (Rabindranath Tagore) ଙ୍କ ସହ ଯୋଡି ଦେଖନ୍ତି ଓ ବଙ୍ଗଳା ନିର୍ବାଚନ ସହିତ ଏହାକୁ ଲିଙ୍କ କରିଦିଅନ୍ତି । କିଛି ଲୋକ ଏହା ଉପରେ କଟାକ୍ଷ କରୁଥିବାର ମଧ୍ୟ ଦେଖାଯାଏ । ବର୍ତ୍ତମାନ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଜବାବ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଲମ୍ବା ଦାଢ଼ି କାହିଁକି ରଖିଛନ୍ତି?

ଅଧିକ ପଢ଼ନ୍ତୁ:-ପୁଣି ଆତଙ୍କ ସୃଷ୍ଟି କଲାଣି ନୂଆ କୋରୋନା ଭୂତାଣୁ, ଏହି ଦେଶର ସବୁଠାରୁ ବଡ଼ ସହରରେ ଲାଗିଲା ଲକଡାଉନ

ଉତ୍ତରପ୍ରଦେଶ ଗ୍ରାମ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂ ଓରଫ ମୋତି ସିଂ (Uttar Pradesh Village Development Minister Rajendra Pratap Singh) ଏକ ନିଜସ୍ୱ କାର୍ଯ୍ୟକ୍ରମରେ ଫିରୋଜାବାଦରେ ପହଞ୍ଚି ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ବଙ୍ଗଳା ନିର୍ବାଚନ (West Bengal Polls) ରେ ​​ରବିନ୍ଦ୍ରନାଥ ଟାଗୋରଙ୍କ କାୟା ଓ ଛାୟା ମୋଦିଜୀଙ୍କ ରୂପରେ ଦେଖାଯାଉଛି ।

ଅଧିକ ପଢ଼ନ୍ତୁ:-ପିଏମ କିସାନ ସମ୍ମାନ ନିଧି: ଏହି କାଗଜ ବିନା ମିଳିବ ନାହିଁ ୬୦୦୦ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ଯେତେବେଳେ ତାଙ୍କୁ ପଚରାଗଲା, "ଭାରତୀୟ ଜନତା ପାର୍ଟି (BJP) ଆଶଙ୍କା ବ୍ୟକ୍ତ କରିଛି ଯେ ବଙ୍ଗଳାରେ ହିଂସାତ୍ମକ ନିର୍ବାଚନ ହେବ?" ​​ରାଜେନ୍ଦ୍ର ପ୍ରତାପ ସିଂ କହିଛନ୍ତି ଯେ, "ଦେଖନ୍ତୁ ବଙ୍ଗଳାର ଇତିହାସ ହିଂସା ସହ ଜଡିତ ଅଛି । ତାହା କମ୍ୟୁନିଷ୍ଟ ପାର୍ଟି ରହିଥିବା ବେଳେ ହେଉ କିମ୍ୱା ମମତା ଦିଦିଙ୍କ ସମୟରେ ହେଉ, ଆମେ ତ ଅଜାତଶତ୍ରୁ ଥିବା ଦଳ । ଆମର ପ୍ରଧାନମନ୍ତ୍ରୀ ହେଉଛନ୍ତି ଅଜାତଶତ୍ରୁ ।"

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ ନିୟମରେ କ'ଣ ପରିବର୍ତ୍ତନ କରିଛି EPFO

ରାଜେନ୍ଦ୍ର ପ୍ରତାପ ସିଂ ଆହୁରି କହିଛନ୍ତି ଯେ, "ରବିନ୍ଦ୍ରନାଥ ଟାଗୋରଙ୍କ କାୟା ଓ ଛାୟା ଏବେ ମୋଦିଜୀଙ୍କ ପ୍ରସ୍ତୁତିକରଣରେ ଦେଖିବାକୁ ମିଳୁଛି । ଆପଣ ଦେଖିବେ ପଶ୍ଚିମବଙ୍ଗର ଗଣତନ୍ତ୍ରର ଇତିହାସ ମୋଦିଜୀଙ୍କ ପ୍ରତି ବିଶ୍ୱାସରେ ପରିବର୍ତ୍ତନ ହେବାକୁ ଯାଉଛି । ଅହିଂସା ମାଧ୍ୟମରେ ବଙ୍ଗଳା ନିର୍ବାଚନ ଭାରତୀୟ ଜନତା ପାର୍ଟି ସପକ୍ଷରେ ହେବ । ଯେଉଁଦିନ ଫଳାଫଳ ଆସିବ, ତାହାର ଦ୍ୱିତୀୟ ଦିନରେ ମୋଦିଜୀଙ୍କ ଆଶୀର୍ବାଦରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବିଜେପିର ପଦ୍ମ ହାତରେ ନେଇ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ତ ଆପଣଙ୍କ ପ୍ରଶ୍ନର ଉତ୍ତର ମିଳିଯିବ ।"