ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆଜି ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ବିରୋଧରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ଧାରଣାରେ ବସିଛନ୍ତି। ସେଠାକାର ସ୍ଥାନୀୟ ବିମାନ ବନ୍ଦରରେ ତାଙ୍କୁ ନେବା ପାଇଁ ଆସିଥିବା ତାଙ୍କର ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାକୁ ବିରୋଧ କରି ପ୍ରାୟ ଦେଢ଼ ଘଣ୍ଟା ଯାଏ ସେଠାରେ ଧାରଣା ବସି ରହିଥିଲେ। 


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ନୌ ବିମାନବନ୍ଦରର ହାଇ ସିକ୍ୟୁରିଟି ଜୋନ୍‌ (High Security Zone) ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ପ୍ରହ୍ଲାଦ ମୋଦିଙ୍କ (Prahallad Modi) ସମର୍ଥକ ପ୍ରବେଶ କରିଥିଲେ। ଏଥିପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା। କିଛି ସମୟ ଗିରଫ କରି ରଖାଯିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି। ପ୍ରହ୍ଲାଦ ମୋଦିଙ୍କୁ (Prahlad Modi) ଏୟାରପୋର୍ଟରେ ସ୍ୱାଗତ କରିବା ପାଇଁ ଶହେରୁ ଅଧିକ ଲୋକ ଆସିଥିଲେ। 


Also Read: ଭାରତରୁ ଚୀନକୁ ମିଳିଲା ଆଉ ଏକ ବଡ଼ ଝଟକା


ସେ ଓ ଭୂପିନ୍ଦର ସିଂହ ଇଣ୍ଡିଗୋ ବିମାନ ଯୋଗେ ଅପରାହ୍ନ ୪ଟାରେ ଲକ୍ଷ୍ନୌ ଏୟାରପୋର୍ଟରେ (Lucknow Airport) ପହଞ୍ଚିଥିଲେ। ସେ ଚଳିତ ମାସ ୪ ତାରିଖରେ ସୁଲତାନପୁର, ୫ରେ ଜୌନପୁର, ୬ରେ ପ୍ରତାପଗଡ ଠାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।