SBI ଆରମ୍ଭ କଲା ନୂତନ ATM ସେବା, ଗୋଟିଏ ହ୍ୱାଟସଆପ୍ ମେସେଜରେ ଆପଣଙ୍କ ଘରେ ପହଞ୍ଚି ଯିବ ଟଙ୍କା
Advertisement
Article Detail0/zeeodisha/odisha733748

SBI ଆରମ୍ଭ କଲା ନୂତନ ATM ସେବା, ଗୋଟିଏ ହ୍ୱାଟସଆପ୍ ମେସେଜରେ ଆପଣଙ୍କ ଘରେ ପହଞ୍ଚି ଯିବ ଟଙ୍କା

ଏସବିଆଇର ଲକ୍ଷ୍ନୌ ସର୍କଲର ମୁଖ୍ୟ ଜେନେରାଲ୍ ମ୍ୟାନେଜର ଅଜୟ କୁମାର ଖାନ୍ନା କହିଛନ୍ତି ଯେ, "ଉତ୍ତରପ୍ରଦେଶ(UP)ର ରାଜଧାନୀ ଲକ୍ଷ୍ନୌ(Lucknow)ରୁ ଏସବିଆଇ ଡୋରର୍ଷ୍ଟେପ୍ ଏଟିଏମ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୧୫ରୁ ଲକ୍ଷ୍ନୌରେ ଏହି ସେବା ଆରମ୍ଭ ହୋଇଛି । 

SBI ଆରମ୍ଭ କଲା ନୂତନ ATM ସେବା, ଗୋଟିଏ ହ୍ୱାଟସଆପ୍ ମେସେଜରେ ଆପଣଙ୍କ ଘରେ ପହଞ୍ଚି ଯିବ ଟଙ୍କା

ନୂଆଦିଲ୍ଲୀ: କୋରୋନା ଭାଇରସ୍ ସଙ୍କଟ(Coronavirus Crisis) ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ନୂତନ ଏଟିଏମ୍(ATM) ସେବା ଆରମ୍ଭ କରିଛି । ଏହା ଅଧୀନରେ ଆପଣଙ୍କୁ ଏକ ହ୍ୱାଟସଆପ୍ ମେସେଜ୍ କରିବାକୁ ପଡିବ କିମ୍ବା ଏସବିଆଇକୁ କଲ୍ କରିବାକୁ ପଡିବ । ଯାହା ପରେ ଏକ ମୋବାଇଲ୍ ଏଟିଏମ୍(Mobile ATM) ଆପଣଙ୍କ ଦ୍ୱାରା କୁହାଯାଇଥିବା ସ୍ଥାନରେ ପହଞ୍ଚିବ । ଏସବିଆଇ ଏହାର ନାମ ଡୋରଷ୍ଟେପ୍ ଏଟିଏମ୍ ସେବା(Doorstep ATM Service) ରଖିଛି । ଗ୍ରାହକଙ୍କୁ କୋରୋନା ଭୂତାଣୁରୁ ରକ୍ଷା କରିବା ତଥା ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଏସବିଆଇର ଲକ୍ଷ୍ନୌ ସର୍କଲର ମୁଖ୍ୟ ଜେନେରାଲ୍ ମ୍ୟାନେଜର ଅଜୟ କୁମାର ଖାନ୍ନା କହିଛନ୍ତି ଯେ, "ଉତ୍ତରପ୍ରଦେଶ(UP)ର ରାଜଧାନୀ ଲକ୍ଷ୍ନୌ(Lucknow)ରୁ ଏସବିଆଇ ଡୋରର୍ଷ୍ଟେପ୍ ଏଟିଏମ୍ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୧୫ରୁ ଲକ୍ଷ୍ନୌରେ ଏହି ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ଏସବିଆଇ ଗ୍ରାହକଙ୍କୁ କେବଳ ହ୍ୱାଟସଆପ୍ ମେସେଜ୍ କରିବାକୁ କିମ୍ବା ଆମକୁ କଲ କରିବାକୁ ପଡିବ । ଏହା ପରେ ସମସ୍ତ କାର୍ଯ୍ୟ ଆମର ଦାୟିତ୍ୱ ।"

ଅଧିକ ପଢ଼ନ୍ତୁ:-କୌଣସି କାମ ନ କରିବା ପାଇଁ ଏଠାରେ ମିଳୁଛି ୧.୪୧ ଲକ୍ଷ ଟଙ୍କା, ଜାଣନ୍ତୁ ଏହାର ସର୍ତ୍ତ...

ଏସବିଆଇ ଏଟିଏମରୁ ଟଙ୍କା ବାହାର କରିବାର ନିୟମ ପରିବର୍ତ୍ତନ କରିଛି । ଯାହା ୧ ଜୁଲାଇ ୨୦୨୦ରୁ ଲାଗୁ ହୋଇଛି । ଏସବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ମେଟ୍ରୋ ସିଟିରେ ଥିବା ସେଭିଂ ଆକାଉଣ୍ଟଧାରୀଙ୍କୁ ଏକ ମାସରେ ୮ଟି ମାଗଣା ଟ୍ରାଞ୍ଜେକଶନରୁ ରିହାତି ପ୍ରଦାନ କରିଛି । ଏଥିରୁ ୫ଟି ଟ୍ରାଞ୍ଜେକଶନ ଏସବିଆଇ ଏଟିଏମରୁ ଏବଂ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ୩ଟି ଟ୍ରାଞ୍ଜେକଶନ କରାଯାଇପାରିବ । ଅଣ-ମେଟ୍ରୋ ସହରଗୁଡିକ ପାଇଁ ଏହି ରିହାତିକୁ ୧୦ଟି ଟ୍ରାଞ୍ଜେକଶନ କରାଯାଇଛି । ଏଥିରୁ ୫ଟି ଟ୍ରାଞ୍ଜେକଶନ ଏସବିଆଇ ଏଟିଏମରୁ ଏବଂ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ୫ଟି ଟ୍ରାଞ୍ଜେକଶନ କରାଯାଇପାରିବ ।

ଅଧିକ ପଢ଼ନ୍ତୁ:-କଂଗ୍ରେସରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଜେପିରେ ବଢ଼ୁଛି ଅସନ୍ତୋଷ

ଦେଶର ସର୍ବ ବୃହତ ଋଣଦାତା ଗ୍ରାହକଙ୍କୁ ସେମାନଙ୍କ ଘରର ଦ୍ୱାରରେ ବ୍ୟାଙ୍କିଙ୍ଗ୍ ସେବା(Banking Services) ପ୍ରଦାନ କରନ୍ତି । ବ୍ୟାଙ୍କର ଡୋରଷ୍ଟେପ୍ ଡେଲିଭରୀ ସର୍ଭିସ ଅଧୀନରେ ଗ୍ରାହକଙ୍କ ଘରେ ନଗଦ ପହଞ୍ଚା ଯିବ । ବର୍ତ୍ତମାନ ଏହି ସେବା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ରହିଛି । ଏସବିଆଇ ଗ୍ରାହକମାନେ କେବଳ ନିର୍ଦ୍ଦିଷ୍ଟ ଶାଖାରେ ଉପଲବ୍ଧ ହେବେ । ବ୍ୟାଙ୍କ କେବଳ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବାରେ ଆପଣଙ୍କ ଘରକୁ ନଗଦ ପହଞ୍ଚାଇବ ନାହିଁ । ଏହା ବ୍ୟତୀତ ନଗଦ ପିକଅପ୍, ନଗଦ ଡେଲିଭରୀ, ଚେକ୍ ପିକଅପ୍, ଫର୍ମ-15 ଏଚ୍ ପିକଅପ୍, ଡ୍ରାଫ୍ଟ ଡେଲିଭରୀ ସହିତ ଅନେକ ସେବା ଅନ୍ତର୍ଭୂକ୍ତ କରାଯାଇଛି ।