ଆଜି ସକାଳ ୧୦ଟାରେ ଦେଶକୁ ସମ୍ବୋଧନ କରିବେ ପିଏମ ମୋଦି, PMO ଦେଲା ସୂଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୋଭିଡ ବିରୋଧୀ ଟିକାକରଣ ଅନ୍ତର୍ଗତ ଭାରତ ୧୦୦ କୋଟି ଡୋଜ ଅତିକ୍ରମ କରିଥିବାରୁ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଆଜି (ଶୁକ୍ରବାର) ସକାଳ ୧୦ଟାରେ ଦେଶକୁ ସମ୍ବୋଧନ କରିବେ । PMO ଏ ବିଷୟରେ ସୂଚନା ଦେଇଛି । ପ୍ରଧାନମନ୍ତ୍ରୀ ଦେଶକୁ ଦେଇଥିବା ସମ୍ୱୋଧନରେ ୧୦୦ କୋଟି କୋରୋନା ଟିକା ଡୋଜ (COVID-19 Vaccine Dose) ବିଷୟରେ କହିପାରନ୍ତି ବୋଲି ମନେ କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ ଗୁରୁବାର ଭାରତ ୧୦୦ କୋଟି ଟିକା ଡୋଜର ଐତିହାସିକ ଆକଳନ ଅତିକ୍ରମ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୋଭିଡ ବିରୋଧୀ ଟିକାକରଣ ଅନ୍ତର୍ଗତ ଭାରତ ୧୦୦ କୋଟି ଡୋଜ ଅତିକ୍ରମ କରିଥିବାରୁ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଦେଶ ପାଖରେ ବର୍ତ୍ତମାନ ଗତ ୧୦୦ ବର୍ଷର ସର୍ବବୃହତ ବିଶ୍ୱ ମହାମାରୀକୁ ମୁକାବିଲା କରିବା ପାଇଁ ଏକ ଶକ୍ତିଶାଳୀ 'ସୁରକ୍ଷା କବଚ' ରହିଛି ।
ଟିକାକରଣର ଏହି ସଫଳତାକୁ ଭାରତୀୟ ବିଜ୍ଞାନ, ଉଦ୍ୟୋଗ ଏବଂ ୧୩୦ କୋଟି ଭାରତୀୟଙ୍କ ସାମୂହିକ ଭାବନା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଗୁରୁବାର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏଠାରେ ସେ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ ଯୋଦ୍ଧା ଏବଂ ଟିକା ନେବାକୁ ଆସିଥିବା ହିତାଧିକାରୀଙ୍କ ସହ କଥା ହୋଇଥିଲେ ।
ସେ କହିଛନ୍ତି, ଗତ ୧୦୦ ବର୍ଷର ସବୁଠାରୁ ବଡ଼ ବୈଶ୍ୱିକ ମହାମାରୀର ମୁକାବିଲା ପାଇଁ ଦେଶ ପାଖରେ ବର୍ତ୍ତମାନ ୧୦୦ କୋଟି ଟିକା ଡୋଜର ଏକ ମଜଭୁତ 'ସୁରକ୍ଷା କବଚ' ରହିଛି । ଏହା ହେଉଛି ଭାରତର ପ୍ରତ୍ୟେକ ନାଗରିକଙ୍କ ସଫଳତା ।
ଏହା ବି ପଢ଼ନ୍ତୁ:-ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ
ଏହା ବି ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା
ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ
ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ