ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଉପରେ ଆଲୋଚନା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନରେ (Monsoon session) ସମଗ୍ର ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ (Population Control Bill) ଉପରେ ବିତର୍କ ହେବ । ଜନସଂଖ୍ୟା ବିଲ୍କୁ (Population Bill) ନେଇ ବିଜେପି (BJP) ମଧ୍ୟ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ବାସ୍ତବରେ ବିଜେପି ଏକ ପ୍ରାଇଭେଟ ମେମ୍ବର ବିଲ୍ (Private Member Bill) ପରି ରାଜ୍ୟସଭା ସାଂସଦଙ୍କ ମାଧ୍ୟମରେ ଏହି ବିଲ୍ ଆଗତ କରିବାକୁ ଓ ଏହାକୁ ଆଲୋଚନା କରିବାକୁ ଯୋଜନା କରିଛି ।


COMMERCIAL BREAK
SCROLL TO CONTINUE READING

ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଜେପି ସାଂସଦ ରାକେଶ ସିହ୍ନାଙ୍କ (Rakesh Sinha) ତରଫରୁ ପ୍ରାଇଭେଟ ମେମ୍ବର ବିଲ୍ ଆଗତ ହୋଇସାରିଛି । ଏହି ବିଲ୍ ଦ୍ୱିତୀୟ ସପ୍ତାହର ଶୁକ୍ରବାର ଦିନ ମୌସୁମୀ ଅଧିବେଶନରେ (Monsoon session) ଆଲୋଚନା କରାଯାଇପାରେ । ସୁବ୍ରମଣ୍ୟମ ସ୍ୱାମୀ (Subramanian Swamy) ମଧ୍ୟ ଏହି ପ୍ରସଙ୍ଗରେ ଏକ ପ୍ରାଇଭେଟ ବିଲ୍ ଆଗତ କରି ସାରିଛନ୍ତି ।


ଏହି ସମୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ସୋମବାର କହିଛନ୍ତି ଯେ ଜୁଲାଇ ୧୯ ରୁ ସଂସଦର ମୌସୁମୀ ଅଧିବେଶନରେ କୋଭିଡ ସହ ଜଡିତ ସମସ୍ତ ପ୍ରୋଟୋକଲ ପାଳନ କରାଯିବ । ସେ କହିଛନ୍ତି ଯେ ଯେଉଁମାନେ ଅଧିବେଶନ ସମୟରେ ସଂସଦ ପରିସରରେ ପ୍ରବେଶ କରିବେ ତାହା ପୂର୍ବରୁ RT- PCR ଟେଷ୍ଟ ରିପୋର୍ଟ ଦେବାକୁ କୁହାଯିବ । 


ଅଧିକ ପଢ଼ନ୍ତୁ: ନେପାଳର ସୁପ୍ରିମକୋର୍ଟଙ୍କ ତରଫରୁ କେପି ଅଲିଙ୍କୁ ବଡ଼ ଝଟକା, ଶେର ବାହାଦୂର ହେବେ ପ୍ରଧାନମନ୍ତ୍ରୀ


ସଂସଦ ହାଉସ କମ୍ପ୍ଲେକ୍ସରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିର୍ଲା କହିଛନ୍ତି ଯେ କୋଭିଡ ବିରୋଧରେ ୩୨୩ ସାଂସଦଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବାବେଳେ ୨୩ ଜଣ ସାଂସଦ କିଛି ଡାକ୍ତରୀ କାରଣରୁ ଟିକା ଗ୍ରହଣ କରିପାରିନାହାଁନ୍ତି । ଲୋକସଭାର ବାଚସ୍ପତି କହିଛନ୍ତି ଯେ ଉଭୟ ଗୃହର ବସିବା ସକାଳ ୧୧ ଟାରୁ ଆରମ୍ଭ ହେବ । ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।


ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ଓ ଏହାକୁ ଦୃଷ୍ଟିରେ ରଖି ଏହାର ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ଡ୍ରାଫ୍ଟ ଅନୁଯାୟୀ, ଉତ୍ତରପ୍ରଦେଶରେ ଦୁଇ ଶିଶୁ ନୀତି ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା, ସରକାରୀ ଚାକିରି, ପଦୋନ୍ନତି ଓ କୌଣସି ପ୍ରକାରର ସରକାରୀ ସବସିଡି ପାଇବାକୁ ବାରଣ କରାଯିବ ।


ଅଧିକ ପଢ଼ନ୍ତୁ: 'ବିରାଟ ଏପର୍ଯ୍ୟନ୍ତ ଗୋଟିଏ IPL ଟ୍ରଫି ଜିତି ନାହାଁନ୍ତି, ଆପଣ ICC ଟ୍ରଫି ବିଷୟରେ କହୁଛନ୍ତି'


ଉତ୍ତରପ୍ରଦେଶ ଜନସଂଖ୍ୟା (ନିୟନ୍ତ୍ରଣ, ସ୍ଥିରତା ଓ କଲ୍ୟାଣ) ବିଲ୍ -୨୦୨୧ ର ଡ୍ରାଫ୍ଟ ରାଜ୍ୟ ଆଇନ ଆୟୋଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଆଇନ ଆୟୋଗ ଏହି ବିଲର ଡ୍ରାଫ୍ଟକୁ ଏହାର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରିଛନ୍ତି ଓ ୧୯ ଜୁଲାଇ ପର୍ଯ୍ୟନ୍ତ ଏହା ଉପରେ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି ।