'ବିରାଟ ଏପର୍ଯ୍ୟନ୍ତ ଗୋଟିଏ IPL ଟ୍ରଫି ଜିତି ନାହାଁନ୍ତି, ଆପଣ ICC ଟ୍ରଫି ବିଷୟରେ କହୁଛନ୍ତି'
Advertisement
Article Detail0/zeeodisha/odisha940642

'ବିରାଟ ଏପର୍ଯ୍ୟନ୍ତ ଗୋଟିଏ IPL ଟ୍ରଫି ଜିତି ନାହାଁନ୍ତି, ଆପଣ ICC ଟ୍ରଫି ବିଷୟରେ କହୁଛନ୍ତି'

ନ୍ୟୁଜିଲାଣ୍ଡ ଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ (WTC Final) ପରାଜୟ ପରେ ବିରାଟ କୋହଲିଙ୍କ (Virat Kohli) ଅଧିନାୟକତ୍ୱ ନେଇ ବିତର୍କ ଆରମ୍ଭ ହୋଇଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ (Team India) ଯେବେଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ (WTC Final) ହାରିଛି, ସେବେଠାରୁ ବିରାଟ କୋହଲିଙ୍କ (Virat Kohli) ଅଧିନାୟକତ୍ୱକୁ ନେଇ ବିତର୍କ ଆରମ୍ଭ ହୋଇଛି । କେହି କେହି କହୁଛନ୍ତି ଯେ ୩୩ ଟି ବିଜୟ ସହ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ କୋହଲି ଇସ୍ତଫା ଦେଇ ଦେବା ଉଚିତ୍ ଓ ଭାରତୀୟ କ୍ରିକେଟକୁ ବିଭାଜିତ ଅଧିନାୟକତ୍ୱର ଧାରଣା ଗ୍ରହଣ କରିବାକୁ ଅନୁମତି ଦିଆଯିବା ଉଚିତ୍ । ଯେତେବେଳେ ଅଧିକାଂଶ ବିଶେଷଜ୍ଞ ତାଙ୍କୁ ତିନୋଟି ଫର୍ମାଟରେ ଅଧିନାୟକ ଭାବରେ ଦେଖିବାକୁ ଚାହାଁନ୍ତି ।

ପୂର୍ବତନ ଭାରତୀୟ ଅଲରାଉଣ୍ଡର ସୁରେଶ ରାଇନା (Suresh raina) ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । କୋହଲିଙ୍କୁ ଆଉ କିଛି ସମୟ ଦେବା ଆବଶ୍ୟକ ବୋଲି ରାଇନା ବିଶ୍ୱାସ କରନ୍ତି । କୋହଲିଙ୍କ ଅଧିନାୟକତ୍ୱରେ ଭାରତ ତିନିଥର ଆଇସିସି ଟାଇଟଲର ପାଖାପାଖି ପହଞ୍ଚିଛି । ୨୦୧୭ ମାସିହାରେ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ବିଶ୍ୱକପ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚରେ ଭାରତ ଟାଇଟଲରୁ ବଞ୍ଚିତ ହୋଇଛି । ବର୍ତ୍ତମାନ ଦଳ ଆଗରେ ତିନୋଟି ବିଶ୍ୱକପ୍ ଅଛି ।

ଅଧିକ ପଢ଼ନ୍ତୁ: ନିଜ ଡ୍ରେସ୍ ପାଇଁ ଟ୍ରୋଲ ହେଉଛନ୍ତି ଆଲିଆ ଭଟ୍ଟ, ୟୁଜର୍ସ କହିଲେ 'କ'ଣ ଦେଖାଇବାକୁ ଚାହୁଁଛ'

କୋହଲି ଓ ଟିମ୍ ଇଣ୍ଡିଆ ପାଖକୁ ଅତି କମରେ ଆସିବ ଗୋଟିଏ ଆଇସିସି ଟ୍ରଫି
ରାଇନା ନିଶ୍ଚିତ ଯେ କୋହଲି ଓ ଟିମ୍ ଇଣ୍ଡିଆ ପାଖକୁ ଅତି କମରେ ଗୋଟିଏ ଆଇସିସି ଟ୍ରଫି ଆସିବ । ନ୍ୟୁଜ୍ ୨୪ ସ୍ପୋର୍ଟସ୍ ସହିତ କଥାବାର୍ତ୍ତା କରି ରାଇନା କହିଛନ୍ତି ଯେ ମୁଁ ଭାବୁଛି ସେ ହେଉଛନ୍ତି ଏକ ନମ୍ବର ଅଧିନାୟକ । ତାଙ୍କର ରେକର୍ଡଗୁଡିକ ପ୍ରମାଣ କରେ ଯେ ସେ ବହୁତ କିଛି ହାସଲ କରିଛନ୍ତି । 

ରାଇନା ଆହୁରି କହିଛନ୍ତି, "ମୁଁ ଭାବୁଛି ସେ ହେଉଛନ୍ତି ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ । ଆପଣ ଆଇସିସି ଟ୍ରଫି ବିଷୟରେ କହୁଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ଏକ ଆଇପିଏଲ୍ ଟ୍ରଫି ଜିତି ନାହାଁନ୍ତି । ମୁଁ ଭାବୁଛି ତାଙ୍କୁ କିଛି ସମୟ ଦେବା ଆବଶ୍ୟକ । ବର୍ତ୍ତମାନ ୨ ରୁ ୩ ଟି ବିଶ୍ୱକପ୍ ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇଟି ଟି -୨୦ ବିଶ୍ୱକପ୍ ଓ ଗୋଟିଏ ଦିନିକିଆ ବିଶ୍ୱକପ୍ । ଫାଇନାଲରେ ପହଞ୍ଚିବା ସହଜ ନୁହେଁ । ବେଳେବେଳେ ଆପଣ କିଛି ଜିନିଷରୁ ବଞ୍ଚିତ ହୁଅନ୍ତି ।"

ଅଧିକ ପଢ଼ନ୍ତୁ: ଅକ୍ଷୟ କୁମାର 'Raksha Bandhan' ପାଇଁ ବଢ଼ାଇଲେ ୫ କେଜି ଓଜନ, ସେଟରୁ ସାମ୍ନାକୁ ଆସିଲା Photo

'ଖରାପ ବ୍ୟାଟିଂ ଯୋଗୁଁ ହାରିଥିଲା ଭାରତ' 
ରାଇନା ବିଶ୍ୱାସ କରନ୍ତି ଯେ ଖରାପ ପରିସ୍ଥିତି ଯୋଗୁଁ ନୁହେଁ, ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରୁ ହାରିଯାଇଛି । ବାସ୍ତବରେ ବର୍ଷା ଯୋଗୁଁ ଦୁଇ ଦିନ ଧୋଇ ହୋଇଯାଇଥିଲା, ଏହା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ 8 ୱିକେଟରେ ଏହି ମ୍ୟାଚ ଜିତି ନେଇଥିଲା ​​।