ନେପାଳର ସୁପ୍ରିମକୋର୍ଟଙ୍କ ତରଫରୁ କେପି ଓଲିଙ୍କୁ ବଡ଼ ଝଟକା, ଶେର ବାହାଦୂର ହେବେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha940687

ନେପାଳର ସୁପ୍ରିମକୋର୍ଟଙ୍କ ତରଫରୁ କେପି ଓଲିଙ୍କୁ ବଡ଼ ଝଟକା, ଶେର ବାହାଦୂର ହେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ (KP Sharma Oli) ସୁପାରିଶ କ୍ରମେ ରାଷ୍ଟ୍ରପତି ଭଣ୍ଡାରୀ ପାଞ୍ଚ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେ' ୨୨ ତାରିଖରେ ସଂସଦର ନିମ୍ନ ଗୃହକୁ ଭଙ୍ଗ କରିଛନ୍ତି । ରାଷ୍ଟ୍ରପତି ୧୨ ଓ ୧୯ ନଭେମ୍ବରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ଘୋଷଣା କରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ୩୦ ଟି ଆବେଦନ କରାଯାଇଥିଲା ।

 

(ଫାଇଲ ଫଟୋ)

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି (KP Sharma Oli) ସୁପ୍ରିମକୋର୍ଟଙ୍କ (Supreme Court) ତରଫରୁ ଏକ ବଡ ଝଟକା ମିଳିଛି । କେପି ଶର୍ମା ଅଲିଙ୍କୁ ପଦରୁ ହଟାଇ ଓ ଶେର ବାହାଦୂର ଦେଓବାଙ୍କୁ  (Sher Bahadur Deuba) ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲଗାତାର ଦ୍ୱିତୀୟ ଥର ପାଇଁ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପୃଥକ କରିଛନ୍ତି ।

ମେ' ୨୨ ତାରିଖରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ (KP Sharma Oli) ସୁପାରିଶ କ୍ରମେ ରାଷ୍ଟ୍ରପତି ଭଣ୍ଡାରୀ ପାଞ୍ଚ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦର ନିମ୍ନ ଗୃହକୁ ଭଙ୍ଗ କରିଛନ୍ତି । ରାଷ୍ଟ୍ରପତି ୧୨ ଓ ୧୯ ନଭେମ୍ବରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବାକୁ ଘୋଷଣା କରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ (Supreme Court) ୩୦ ଟି ଆବେଦନ କରାଯାଇଥିଲା । ଯାହା ଉପରେ ଆଜି ନିଷ୍ପତ୍ତି ନିଆଯାଇଛି ।

ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଆବେଦନ ପ୍ରସଙ୍ଗରେ ସଂସଦକୁ ପୁନଃ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଶେର ବାହାଦୂର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନେପାଳର ବିରୋଧୀ ଦଳର ମିଳିତ ମଞ୍ଚ ପକ୍ଷରୁ ନେପାଳର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ନେପାଳ ସଂସଦର ପୁନରୁଦ୍ଧାର ପାଇଁ ଦାବି କରାଯାଇଥିଲା । ଏଥିସହ ବିରୋଧୀ ଦଳର ନେତା ଶେର ବାହାଦୂର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବା ଉଚିତ ।

ଅଧିକ ପଢ଼ନ୍ତୁ: 'ବିରାଟ ଏପର୍ଯ୍ୟନ୍ତ ଗୋଟିଏ IPL ଟ୍ରଫି ଜିତି ନାହାଁନ୍ତି, ଆପଣ ICC ଟ୍ରଫି ବିଷୟରେ କହୁଛନ୍ତି'

କେପି ଶର୍ମା ଓଲି ବର୍ତ୍ତମାନ ନେପାଳରେ ଏକ ସଂଖ୍ୟାଲଘୁ ସରକାର ଚଳାଉଛନ୍ତି, କାରଣ ସେ ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ ଟ୍ରଷ୍ଟ ଭୋଟ୍ ହରାଇଛନ୍ତି । ସୁପ୍ରିମକୋର୍ଟ ନେପାଳ ସଂସଦର ଏକ ଅଧିବେଶନ ଡାକିଛନ୍ତି ଓ ଶେର ବାହାଦୁର ଦେଓବାଙ୍କୁ ଜୁଲାଇ ୨୦ ତାରିଖ ସୁଦ୍ଧା ବହୁମତ ପ୍ରମାଣ କରିବାକୁ କହିଛନ୍ତି ।

ଅଧିକ ପଢ଼ନ୍ତୁ: ନିଜ ଡ୍ରେସ୍ ପାଇଁ ଟ୍ରୋଲ ହେଉଛନ୍ତି ଆଲିଆ ଭଟ୍ଟ, ୟୁଜର୍ସ କହିଲେ 'କ'ଣ ଦେଖାଇବାକୁ ଚାହୁଁଛ'

କିଏ ଏହି ଶେର୍ ବାହାଦୂର ଦେଓବା ?
ଶେର ବାହାଦୁର ଦେଓବା ନେପାଳର ଜଣେ ବରିଷ୍ଠ ବିରୋଧୀ ନେତା । ସେ ୨୦୧୭ ମସିହାରେ ନେପାଳର ୪୦ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ୧୯୯୫ ରୁ ୧୯୯୭ ପର୍ଯ୍ୟନ୍ତ ନେପାଳର ପ୍ରଧାନମନ୍ତ୍ରୀ, ପରେ ୨୦୦୧ ରୁ ୨୦୦୨ ଓ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ନେପାଳୀ କଂଗ୍ରେସର ସଭାପତି ଅଛନ୍ତି ।