ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀ (Pranab Mukherjee) ତାଙ୍କ ପୁସ୍ତକ 'ଦ ପ୍ରେସିଡେଣ୍ଟଶିୟଲ ଇୟର୍ସ' (The Presidential Years) ରେ ରାଷ୍ଟ୍ରପତି ପଦରେ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ସହ ତାଙ୍କର ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ମୋଦି ସରକାରରେ ବୈଦେଶିକ ସମ୍ପର୍କ ବିଷୟରେ ଉଲ୍ଲେଖ କରି ମୁଖାର୍ଜୀ କହିଛନ୍ତି ଯେ ଭାରତ-ପାକିସ୍ତାନ ସମ୍ପର୍କରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାହୋରରେ ରହିବା ଅନାବଶ୍ୟକ ଥିଲା । ଗତ ବର୍ଷ ମୃତ୍ୟୁ ପୂର୍ବରୁ ସେ ଏହି ପୁସ୍ତକ ଲେଖିଥିଲେ । ମଙ୍ଗଳବାର ଏହି ପୁସ୍ତକ ବଜାରକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ଫାଇରିଂରେ ଜଣେ ମହିଳା ମୃତ


'ଦ ପ୍ରେସିଡେଣ୍ଟଶିୟଲ ଇୟର୍ସ' (The Presidential Years) ପ୍ରଣବ ମୁଖାର୍ଜୀ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୮, ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିବା ପୂର୍ବରୁ ତାଙ୍କ ସହ ଆଲୋଚନା କରିନାହାଁନ୍ତି, କିନ୍ତୁ ଏହା ତାଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ । କାରଣ ଏପରି ଘୋଷଣା ପାଇଁ ଏକ ଜରୁରୀକାଳୀନ ପରିସ୍ଥିତି ଆବଶ୍ୟକ ଥିଲା । ୨୦୧୪-୧୭ରେ ମୋଦି ସରକାର ପ୍ରଥମ କାର୍ଯ୍ୟକାଳରେ ସଂସଦକୁ ସୁରୁଖୁରୁରେ ଚଳାଇବାରେ ବିଫଳ ହୋଇଥିଲେ ଏବଂ ଏହାର କାରଣ ହେଉଛି ଅହଂକାର ଏବଂ ଅପାରଗତା । ଏଥି ସହିତ ସଂସଦର କାର୍ଯ୍ୟବାହୀ ସଠିକ୍ ଭାବରେ  ନ ଚାଲିବା ପାଇଁ ସେ ବିରୋଧୀଙ୍କୁ ମଧ୍ୟ ଦାୟୀ କରିଛନ୍ତି ।


ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର!


ପୂର୍ବତନ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ଯେ ୨୦୧୪ ଲୋକସଭା ନିର୍ବାଚନର ଭୋଟ ଗଣନା ଦିନ ସେ ତାଙ୍କ ସହାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତି ଅଧ ଘଣ୍ଟାରେ ଟ୍ରେଣ୍ଡ ବିଷୟରେ ଜଣାଉ । ସେ ଲେଖିଛନ୍ତି ଯେ ଫଳାଫଳରୁ ଏହି ବିଷୟରେ ଆଶ୍ୱସ୍ତି ମିଳିଥିଲା ଯେ ନିର୍ଣ୍ଣାୟକ ଜନାଦେଶ ଆସିଛି, କିନ୍ତୁ କୌଣସି ସମୟରେ ମୋର ନିଜ ଦଳ କଂଗ୍ରେସର ପ୍ରଦର୍ଶନରୁ ନିରାଶ ହୋଇଛି ।


ସେ ପୁସ୍ତକରେ ଲେଖିଛନ୍ତି ଯେ, କଂଗ୍ରେସ କେବଳ ୪୪ଟି ଆସନ ଜିତିଛି ବୋଲି ବିଶ୍ୱାସ କରିବା କଷ୍ଟସାଧ୍ୟ ଥିଲା । କଂଗ୍ରେସ ହେଉଛି ଏକ ଜାତୀୟ ସଂସ୍ଥା ଯାହା ଲୋକଙ୍କ ଜୀବନ ସହିତ ଜଡିତ । ଏହାର ଭବିଷ୍ୟତ ସର୍ବଦା ପ୍ରତ୍ୟେକ ଚିନ୍ତାଧାରା ପାଇଁ ଚିନ୍ତା କରିବାର ବିଷୟ ହୋଇଥାଏ ।


ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି?


ତେବେ ଏହି ପୁସ୍ତକରେ ମୁଖାର୍ଜୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସଂସଦକୁ ସୁରୁଖୁରୁରେ ଚଳାଇ ନ ଥିବାରୁ ଏନଡିଏ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି ଯେ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଚାଲିଥିବା ତିକ୍ତ ବିତର୍କ ପାଇଁ ମୁଁ ସରକାରଙ୍କ ଅହଂକାର ଏବଂ ପରିସ୍ଥିତିକୁ ସମ୍ଭାଳିବାରେ ଅସମର୍ଥକୁ ଦାୟୀ କରିବି । କିନ୍ତୁ ବିରୋଧୀ ମଧ୍ୟ ଦାୟିତ୍ୱରୁ ରକ୍ଷା ପାଇପାରିବେ ନାହିଁ । ସେ ମଧ୍ୟ ଦାୟିତ୍ୱହୀନ ଆଚରଣ କରିଥିଲେ ।