ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର!
Advertisement

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର!

ପୂର୍ବାଞ୍ଚଳ ରେଳୱେ ଟ୍ୱିଟ୍ କରି କହିଛି ଯେ ଆସନ୍ତାକାଲି ଠାରୁ 63503 ବର୍ଦ୍ଧମାନ-ହାଟିଆ ମେମୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ।

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ (Indian Railways) ଚଳିତ ବର୍ଷ ଜାନୁୟାରୀ ୬ରୁ ଅର୍ଥାତ ଆଜିଠାରୁ ଅନେକ ଟ୍ରେନ୍ ଚଳାଇବାକୁ ଯାଉଛି । ସାରା ଦେଶରେ ବ୍ୟାପିଥିବା ମହାମାରୀ ମଧ୍ୟରେ ରେଳବାଇ ମାର୍ଚ୍ଚ ୨୨ରୁ ଅନେକ ଟ୍ରେନ ସଞ୍ଚାଳନ ବନ୍ଦ କରିଦେଇଥିଲା, ଯାହାକୁ ଆଜିଠାରୁ ଚାଲୁ କରିଦେଇଛି । ଏଥିରେ କିଛି ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ସାମିଲ ରହିଛି । ଏହା ବ୍ୟତୀତ ଗୋରଖପୁରରୁ ମୌଲାନି ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । କାସଗଞ୍ଜରୁ କାନପୁର ମଧ୍ୟରେ କିଛି ଟ୍ରେନ୍ ମଧ୍ୟ ଚଳାଚଳ କରିବ । ଆସନ୍ତୁ ଆପଣଙ୍କୁ କହୁଛୁ ସମ୍ପୂର୍ଣ୍ଣ ତାଲିକା ବିଷୟରେ-

ଅଧିକ ପଢ଼ନ୍ତୁ:-ଚୀନର କାର୍ଯ୍ୟକଳାପକୁ ନେଇ ନିରାଶ WHO

ପୂର୍ବ ରେଳୱେ କରିଛି ଟ୍ୱିଟ୍

>> ପୂର୍ବାଞ୍ଚଳ ରେଳୱେ ଟ୍ୱିଟ୍ କରି କହିଛି ଯେ ଆସନ୍ତାକାଲି ଠାରୁ 63503 ବର୍ଦ୍ଧମାନ-ହାଟିଆ ମେମୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ।

>> ଟ୍ରେନ୍ 63598/63597 ଆସାନସୋଲ-ରାଞ୍ଚି-ଆସାନସୋଲ ମେମୁ ପାସେଞ୍ଜର ଜାନୁଆରୀ ୬ରୁ କାର୍ଯ୍ୟ ଆରମ୍ଭ କରିବ ।

>> ଟ୍ରେନ୍ 63596/56595 ଆସାନସୋଲ-ବୋକାରୋ ଷ୍ଟିଲ ସିଟି-ଆସାନସୋଲ ମେମୁ ପାସେଞ୍ଜର ଆସନ୍ତାକାଲି ଠାରୁ ଆରମ୍ଭ ହେବ ।

 

ଉତ୍ତର-ପୂର୍ବ ରେଳବାଇ ଦେଇଥିବା ସୂଚନା ବ୍ୟତୀତ ଉତ୍ତର-ପୂର୍ବ ରେଳୱେ କହିଛି ଯେ ଜାନୁଆରୀ ୬ରେ ଅର୍ଥାତ୍ ଆଜି ଠାରୁ 05009/05010 ଗୋରଖପୁର-ମୌଲାନି-ଗୋରଖପୁର ଏକ୍ସପ୍ରେସ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ୍ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଚାଲିବ ।

ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି?

ଜାନୁୟାରୀ ୩୧ ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ୍ 

ରେଳବାଇ ଜାନୁଆରୀ ୬ରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଟ୍ରେନ୍ ନମ୍ବର 05046 ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନ୍ ଲକ୍ଷ୍ନୌରୁ କାଠଗୋଡାମ ପର୍ଯ୍ୟନ୍ତ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ରବିବାରରେ ଚାଲିବ ।

ଅଧିକ ପଢ଼ନ୍ତୁ:-ମମତା ବାନାର୍ଜୀଙ୍କୁ ଲାଗିଲା ବଡ଼ ଝଟକା, ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ

ବାତିଲ କିମ୍ବା ଆଂଶିକ ବାତିଲ ହୋଇଥିବା ଟ୍ରେନ୍ 

>> ଟ୍ରେନ୍ ନମ୍ବର 05612 ଅମୃତସର-ଦରଭଙ୍ଗା ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ଆସନ୍ତାକାଲି ଜାନୁଆରୀ ୬ରେ ବାତିଲ ହେବ ।

>> ଟ୍ରେନ ନମ୍ବର 02716 ଅମୃତସର-ନନ୍ଦେଡ ଏକ୍ସପ୍ରେସ ଆସନ୍ତା ଜାନୁଆରୀ ୬ରେ ନୂଆଦିଲ୍ଲୀରୁ ଖୋଲିବ ।

>> ଟ୍ରେନ୍ ନମ୍ବର 09025 ବାନ୍ଦ୍ରା ଟର୍ମିନାସ୍-ଅମୃତସର ଏକ୍ସପ୍ରେସ ଜାନୁଆରୀ ୬ରେ ଚଣ୍ଡିଗଡ଼ରୁ ଖୋଲିବ । ସାଧାରଣତଃ ଏହି ଟ୍ରେନ୍ ଅମୃତସରରୁ ଖୋଲିଥାଏ ।