ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସକାଳେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅସୁସ୍ଥ ହୋଇଛନ୍ତି ୭୫ ବର୍ଷୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ (Ramnath Kovind)। ସକାଳେ ଛାତି ଯନ୍ତ୍ରଣା (Chest Pain) ପରେ ତାଙ୍କୁ ଆର୍ମୀ ହସ୍ପିଟାଲ (Army Hospital) ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ରୁଟିନ ଚେକଅପ୍ ଚାଲିଥିବା ବେଳେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସେପଟେ ଦେଶର ନେତା-ମନ୍ତ୍ରୀମାନେ ତଥା ଦେଶବାସୀ ରାଷ୍ଟ୍ରପତିଙ୍କ ଅଶୁ ଆରୋଗ୍ୟ କାମନା କରିଛନ୍ତି।


Also Read: ଓଡିଶା ଗସ୍ତରେ ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡାକଡି


ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଷ୍ଟ୍ରପତି କୋବିନ୍ଦ (President Kovind) ୩ ଦିନଆ ଓଡିଶାଗସ୍ତରେ ଆସିଥିଲେ। ଏହି ଗସ୍ତବେଳେ ସେ ରାଉରକେଲା NIT ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ପୁରୀ ଯାଇ ସପରିବାର ମହାପ୍ରଭୁ (Lord Jagannaath) ଙ୍କୁ ଦର୍ଶନ କରିଥିଲେ।