ଓଡିଶା ଗସ୍ତରେ ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡାକଡି
Advertisement
Article Detail0/zeeodisha/odisha869588

ଓଡିଶା ଗସ୍ତରେ ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡାକଡି

ରବିବାର ଦିନ ୧୧ଟା ସମୟରେ ରାଉରକେଲା ଏନଆଇଟିର ୧୮ତମ ସମାଵର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି।

ଓଡିଶା ଗସ୍ତରେ ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବେ ରାଷ୍ଟ୍ରପତି। ଭୁବନେଶ୍ବର ଠାରେ  ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯିବେ। ସେଠାରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ସକାଳେ ରାଉରକେଲା ଅଭିମୁଖେ ବାହାରି ସ୍ଥାନୀୟ ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। 

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରାଯାଇଛି। ଏନେଇ କମିଶନରେଟ୍ ପୋଲିସ (Commissionrate Police) ପକ୍ଷରୁ କାରକେଡ୍ ରିହର୍ସାଲ (Carcade Rehearsal) କରାଯାଇଛି। ପ୍ରାୟ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ସୁରକ୍ଷା ପାଇଁ ମୁତୟନ କରାଯାଇଛି। ସେପଟେ ଇସ୍ପାତ ନଗରୀ ରାଉରକେଲା ମଧ୍ୟ ମହାମହିମଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହୋଇଉଠିଛି।  

ବିମାନବନ୍ଦରରୁ ଏୟାରପୋର୍ଟ ଟ୍ରାଫିକ, କ୍ୟାପିଟାଲ ହସ୍ପିଟାଲ ଏବଂ ଏଜି ଛକ ଦେଇ ସୁଦୃଢ ସୁରକ୍ଷା ବଳୟ ମଧ୍ୟରେ ରାଜଭବନରେ ପହଞ୍ଚିବେ ମହାମହିମ। ରାଷ୍ଟ୍ରପତିଙ୍କ କାରକେଡ ଆସିବା ବେଳେ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତକୁ ବନ୍ଦ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ବଛାବଛା ୧୦୦ ଜଣ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୩୦ପ୍ଲାଟୁନ ଫୋର୍ସ ସହ ହୋମ୍‌ଗାର୍ଡଙ୍କୁ ମଧ୍ୟ ମୁତୟନ କରାଯାଇଛି।

Also Read: ଆସନ୍ତା ସୋମବାର ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ସ୍ୱାଗତ ପାଇଁ ପ୍ରସ୍ତୁତ ପ୍ରଶାସନ

 

ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏହା ସହ ୮ ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୧୨ ଜଣ ଏସିପି, ଡିଏସ୍‌ପି ଏବଂ ୧୭ ଜଣ ଆଇଆଇସି ସୁରକ୍ଷା ଦାୟିତ୍ୱରେ ରହିବେ। ସୋମବାର ସକାଳେ ରାଉରକେଲାସ୍ଥିତ ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ବାହାରିବେ ରାଷ୍ଟ୍ରପତି। ସେଠାରେ କାର୍ଯ୍ୟକ୍ରମ ସରିବା ପରେ ପୁଣି ଭୁବନେଶ୍ବର ଫେରିବେ ମହାମହିମ। ଆସନ୍ତା ୨୨ ତାରିଖ ସୋମବାର ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ କୋଣାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ପୋଲିସ କମିଶନର (Police Commissioner) ସୌମେନ୍ଦ୍ର ପ୍ରିୟଦର୍ଶୀ (Soumendra Priyadarshi)।   

ସ୍ଥିରୀକୃତ କାର୍ଯ୍ୟକ୍ରମ ମୁତାବକ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୬ଟା ୧୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି। ରବିବାର ଦିନ ୧୧ଟା ସମୟରେ ରାଉରକେଲା ଏନଆଇଟିର (Rourkela NIT) ୧୮ତମ ସମାଵର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି। ସେଠାରେ ଏକଘଣ୍ଟାର କାର୍ଯ୍ୟକ୍ରମ ପରେ ମଧ୍ୟାନ୍ନ ୧୨ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରାଉରକେଲା ହାଉସ (Rourkela House) ଠାରେ ଅବସ୍ଥାନ କରି ମଧ୍ୟାନ୍ନ ଭୋଜନ କରିବା ସହ କିଛି ମାଣ୍ୟଗଣ୍ୟ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Also Read: ଜାଣନ୍ତୁ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତି ଦାନ କଲେ କେତେ ଟଙ୍କା?

 

ସେ ଦିନ ୩ଟା ୪୫ମିନିଟରୁ ସାଢେ ୪ଟା ମଧ୍ୟରେ ରାଷ୍ଟ୍ରପତି ବହୁ ପ୍ରତୀକ୍ଷିତ ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ (IGH Super Speciality Hospital) ଲୋକାର୍ପଣ କରିବେ। ଇସ୍ପାତ ନଗରୀ ରାଉରକେଲାରେ (Steel City Rourkela) ପ୍ରଶାସନ, NIT ଏବଂ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି।  

ଭାରତର ପଞ୍ଚମ ରାଷ୍ଟ୍ରପତି ଭାବେ ରାଉରକେଲା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ପୂର୍ବରୁ ୧୯୫୯ ମସିହାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦ ରାଉରକେଲା ଗସ୍ତରେ ଆସି ଦେଶର ସର୍ବପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନାର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ ଉଦ୍ଘାଟନ କରିଥିଲେ। ଏହା ପରେ ୧୯୬୯ ମସିହାରେ ଦେଶର ତୃତୀୟ ରାଷ୍ଟ୍ରପତି ଜାକୀର ହୁସେନ ଏବଂ ୧୯୮୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ନିଲମ ସଞ୍ଜୀବ ରେଡ୍ଡୀ ରାଉରକେଲା ଗସ୍ତରେ ଆସିଛନ୍ତି। ଏହା ପରେ ୨୦୦୩ ମସିହାରେ ରାଉରକେଲା ଆସିଥିଲେ ରାଷ୍ଟ୍ରପତି ଅବଦୁଲ କଲାମ। ଦୀର୍ଘ ୧୮ ବର୍ଷ ପରେ ପଞ୍ଚମ ରାଷ୍ଟ୍ରପତି ଭାବେ ରାଉରକେଲା ଗସ୍ତରେ ଆସୁଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଇସ୍ପାତ ନଗରୀ ବାସିନ୍ଦା।