ନୂଆଦିଲ୍ଲୀ: ଆଜିଠୁ ଦେଶବ୍ୟାପୀ କୋରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ AIIMSରେ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ତେବେ ତାଙ୍କର ଏହି ଟିକାକରଣକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ସେ, ଟିକାକରଣ ବେଳେ ମଧ୍ୟ ନିର୍ବାଚନୀ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

କୋରୋନା ଟିକାକରଣ (Corona Vaccination) ନେଇ BJP ସରକାରକୁ ଟାର୍ଗେଟ କରୁଥିବା ବିରୋଧିଙ୍କ ମୁହଁକୁ ଚୁପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) । ପ୍ରଧାନମନ୍ତ୍ରୀ କାହିଁକି କୋରୋନା ଟିକା (Covid 19 Vaccine) ନେଉ ନାହାନ୍ତି?  ଟିକା କଣ ସୁରକ୍ଷିତ? ଏଭଳି ଅନେକ ପ୍ରଶ୍ନକୁ ଆଜି ପ୍ରଧାନମନ୍ତ୍ରୀ ମୋଦି ରସାତଳକୁ ପଠାଇ ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ସେ ଦିଲ୍ଲୀ AIIMSରେ ନିଜକୁ ଟିକାକରଣ କରାଇଛନ୍ତି। ସୁରକ୍ଷାକୁ ନେଇ ଅନେକ ଲୋକ ସନ୍ଦେହ କରୁଥିବା ଭାରତ ବାୟୋଟେକର Covaxin ଟିକା ମୋଦିଙ୍କୁ ଦିଆଯାଇଛି।


Also Read: ପିଏମ ମୋଦି ନେଲେ କୋରୋନା ଟିକା


ତେବେ ମୋଦିଙ୍କ ବେଶଭୁଷା ଓ ଟିକାକରଣ ପ୍ରକ୍ରିୟାକୁ ନେଇ ଏବେ ରାଜନୀତି (Politics) ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ କୋରୋନା ଟିକାକରଣ ବେଳେ ମଧ୍ୟ ନିର୍ବାଚନ ପ୍ରଚାର କରୁଥିବା ବିରୋଧିମାନେ ଅଭିଯୋଗ କରିଛନ୍ତି। AIIMSରେ ଟିକା ନେଲା ବେଳେ ମୋଦି ବେକରେ ଏକ ଆସାମୀ ଗାମୁଛା (Assamese Gamucha) ପିନ୍ଧିଥିଲେ। ତାଙ୍କୁ ଟିକା ଦେଇଥିବା ନର୍ସ ପୁଦୁଚେରୀର ସିଷ୍ଟର ପି. ନିବେଦା। ସେଠାରେ କେରଳର ଅନ୍ୟଜଣେ ନର୍ସ ରୋସାମା ଅଲି ଉପସ୍ଥିତ ଥିଲେ।


ଆଉ କିଛି ସପ୍ତାହ ପରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ (Assembly Election 2021) ହେବ। ଆଉ ମୋଦିଙ୍କ ଟିକାକରଣ ବେଳେ ସେହି ନିର୍ବାଚନ ହେବାକୁ ଥିବା ୩ଟି ଅଞ୍ଚଳ ଯଥା- ପୁଦୁଚେରୀ, କେରଳ ଓ ଆସାମର ନାମ ଉଠୁଛି। ସାଙ୍କେତିକ ଭାବେ ସେହି ଅଞ୍ଚଳଗୁଡିକର ଗାମୁଛା ଓ ନର୍ସଙ୍କୁ ବ୍ୟବହାର କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ମଧ୍ୟ ଟିକା ନେବା ସଙ୍ଗେ ସଙ୍ଗେ ନର୍ସ ଓ ଡାକ୍ତରଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କର ଏହି ଫଟୋ ଅନ୍ୟମାନଙ୍କୁ ମଧ୍ୟ କୋରୋନା ଟିକା ନେବାକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି।