ପିଏମ ମୋଦି ନେଲେ କୋରୋନା ଟିକା
Advertisement

ପିଏମ ମୋଦି ନେଲେ କୋରୋନା ଟିକା

ଏହା ସହ ପ୍ରଧାନମନ୍ତ୍ରୀ ମୋଦି ଟିକା ଉପରେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଏବଂ ଲୋକଙ୍କୁ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳ କରିବାକୁ ନିବେଦନ କରିଛନ୍ତି ।

ପିଏମ ମୋଦି ନେଲେ କୋରୋନା ଟିକା

ନୂଆଦିଲ୍ଲୀ: କୋରୋନା ଟିକା (Coronavirus Vaccine) ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) । ଆଜି ଅର୍ଥାତ ସୋମବାର ସେ ଦିଲ୍ଲୀର AIIMS ରେ କୋରୋନା ଟିକା ଲଗାଇଛନ୍ତି । ଏହା ତାଙ୍କର କୋରୋନା ଟିକାର ପ୍ରଥମ ଡୋଜ୍ ଥିଲା ।

ଏହା ସହ ପ୍ରଧାନମନ୍ତ୍ରୀ ମୋଦି ଟିକା ଉପରେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଏବଂ ଲୋକଙ୍କୁ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳ କରିବାକୁ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ମୋର COVID-19 ଟିକାର ପ୍ରଥମ ଡୋଜ୍ AIIMS ରେ ଲଗାଇଛି । ଆମର ଡାକ୍ତର ଓ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବନାହିଁ । ସେମାନେ କୋରୋନା ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ ଦୃଢ଼ କରିବା ପାଇଁ ଶୀଘ୍ର କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଆବେଦନ କରି କହିଛନ୍ତି ଯେ ଯେଉଁମାନେ ଟିକା ନେବାକୁ ଯୋଗ୍ୟ ଅଟନ୍ତି ମୁଁ ସେମାନଙ୍କୁ ନିବେଦନ କରୁଛି, ଟିକା ଲଗାନ୍ତୁ ଏବଂ ଭାରତକୁ COVID-19 ମୁକ୍ତ କରିବାକୁ ଏକାଠି ହୁଅନ୍ତୁ ।