ନୂଆଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକର ସାଣ୍ଟୋ ଡୋମିଙ୍ଗୋରେ ବୁଧବାର ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ବିମାନ ବନ୍ଦରରେ ଜରୁରୀ ଅବତରଣ କରିବା ବେଳେ ଜେଟ୍ ବିମାନ କ୍ରାସ ହୋଇଥିଲା। ଏହି ଦୁର୍ଘଟଣାରେ ପୁଏର୍ତୋ ରିକାନର ଫ୍ଲୋ ଲା ମୁଭି  ମ୍ୟୁଜିକ୍ ନିର୍ମାତା ଓ ତାଙ୍କ ପରିବାର ସମେତ ସମସ୍ତ ନଅ ଜଣଙ୍କର ମୃତ୍ୟୁ ଘଟିଛି।


COMMERCIAL BREAK
SCROLL TO CONTINUE READING

Helidosa Aviation Group ଏକ ବିବୃତ୍ତିରେ କହିଛି ଯେ, ଲାସ୍ ଆମେରିକୀୟ ବିମାନବନ୍ଦରରେ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ କ୍ରିୟୁ ସଦସ୍ୟ ଏବଂ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଡୋମିନିକାନ୍ ଏବଂ ଛଅ ଆମେରିକୀୟ ନାଗରିକ ଅଛନ୍ତି। ବିମାନଟି ମିଆମି ଅଭିମୁଖେ ଯାତ୍ରା କରିଥିଲା।ହେଲିଡୋସା ପାଇଁ ଏହି ଦୁର୍ଘଟଣା ବହୁତ ଯନ୍ତ୍ରଣା ଏବଂ ଦୁଃଖଦାୟକ ବୋଲି କମ୍ପାନୀ କହିଛି। ଦୁର୍ଘଟଣାର କାରଣ ଜଣାପଡିନାହିଁ।


Also Read: ଆଖି ବୁଜିଲେ Tamil Nadu Chopper Crashର ଏକମାତ୍ର ସର୍ଭାଇବର


Gulfstream IV aircraft ବିମାନରେ Jose Angel Hernandez (୩୮) ଓ Debbie Von Marie Jimenez Garcia (୩୧) ଥିଲେ।  Hernandez ଫ୍ଲୋ ଲା ମୁଭି ମ୍ୟୁଜିକ୍ ତିଆରି କରୁଥିବା ବେଳେ ତାଙ୍କ ପତ୍ନୀ Jimenez Garcia ତାର ପ୍ରଯୋଜନା କରୁଥିଲେ। ଏହି ଦୁର୍ଘଟଣାରେ Hernandez ଓ Garciaଙ୍କ ସହ ତାଙ୍କ ପୁଅ Jayden Hernandez (୪) ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣାକୁ ନେଇ ଡୋମିନିକାନ୍ ରିପବ୍ଲିକରେ ଶେକର ଛାୟା ଖେଳିଯାଇଛି।