Project Cheetah:  ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆଣିଥିବା ଆଠଟି ଚିତାକୁ ଛାଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରୋଜେକ୍ଟ ଚିତାକୁ ମଧ୍ୟ ଉଦଘାଟନ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଜାତୀୟ ପ୍ରସଙ୍ଗକୁ ଦମନ କରିବା ଏବଂ 'ଭାରତ ଯୋଡା ଯାତ୍ରା'ରୁ ନଜର ହଟାଇବା ପାଇଁ ଏସବୁ ପ୍ରହସନ କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। 


COMMERCIAL BREAK
SCROLL TO CONTINUE READING

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି ଯେ ଶାସନରେ ନିରନ୍ତରତାକୁ ପ୍ରଧାନମନ୍ତ୍ରୀ କ୍ୱଚିତ୍ ଗ୍ରହଣ କରନ୍ତି। ଚିତା ପ୍ରୋଜେକ୍ଟ ପାଇଁ ୨୫ ଏପ୍ରିଲ ୨୦୧୦ରେ କେପଟାଉନ୍ ଗସ୍ତ ବିଷୟରେ ଉଲ୍ଲେଖ ନ କରିବା ହେଉଛି ଏହାର ସଦ୍ୟତମ ଉଦାହରଣ। ଆଜି ପ୍ରଧାନମନ୍ତ୍ରୀ ଏକ ଅନାବଶ୍ୟକ ସ୍ଥିତି ସୃଷ୍ଟି କରିଛନ୍ତି। ଜାତୀୟ ପ୍ରସଙ୍ଗକୁ ଚାପି ଦେବା ଏବଂ ଭାରତ ଯୋଡୋ କାର୍ଯ୍ୟକ୍ରମରୁ ନଜର ହଟାଇବା ପାଇଁ ବିଜେପିର ଏକ ପ୍ରୟାସ ବୋଲି ସେ କରିଛନ୍ତି। ସେହିପରି କଂଗ୍ରେସ ଆହୁରି ମଧ୍ୟ କହିଥିଲେ କି ଆମର ବାଘ ବର୍ତ୍ତମାନ ଭାରତ ଯୋଡ଼ୋ ପଦଯାତ୍ରାରେ ଦେଶ ବୁଲୁଛନ୍ତି। ଯେଉଁଥିପାଇଁ ବିଜେପି ଆମର ବାଘକୁ ଡରିଛି। ସେପଟେ ସେ ବିଦେଶରୁ ବାଘ ଆଣି ଭାରତର ଜଙ୍ଗଲରେ ଛାଡ଼ିଛି ବୋଲି ସେ କହିଥିଲେ। 


୨୦୦୯-୧୧ ମସିହାରେ ଯେତେବେଳେ ବାଘଙ୍କୁ ପ୍ରଥମେ ପାନ୍ନା ଏବଂ ସରିସ୍କାକୁ ସ୍ଥାନାନ୍ତର କରାଯାଇଥିଲା, ସେତେବେଳେ ଅନେକ ଲୋକ ଆଶଙ୍କା ପ୍ରକାଶ କରିଥିଲେ। ସେମାନେ ଭୁଲ୍ ପ୍ରମାଣିତ ହୋଇଥିଲେ। ଚିତା ପ୍ରୋଜେକ୍ଟରେ ମଧ୍ୟ ସମାନ ପୂର୍ବାନୁମାନ କରାଯାଉଛି। ଏଥିରେ ସମ୍ପୃକ୍ତ ଅଭିଜ୍ଞ ଅଧିକାରୀମାନେ ବହୁତ ଭଲ। ଏହି ପ୍ରକଳ୍ପ ପାଇଁ ମୁଁ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି! 


ପ୍ରଧାନମନ୍ତ୍ରୀ ମୋଦି ଶନିବାର ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ (କେଏନପି)ରେ ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ନାମ୍ବିଆରୁ ଆଣିଥିବା ଚିତାକୁ ଛାଡ଼ିଛନ୍ତି। ଏହି ଅବସରରେ ମୋଦି ତାଙ୍କ କ୍ୟାମେରାରେ ଚିତାଙ୍କର କିଛି ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭାରତରେ ବିଲୁପ୍ତ ହେବାର ଘୋଷଣା ହେବାର ସାତ ଦଶନ୍ଧି ପରେ ଦେଶବ୍ୟାପୀ ପୁନଃ ନିର୍ମାଣ ପ୍ରକଳ୍ପର ଅଂଶ ଭାବରେ ନାମ୍ବିଆର ଆଠଟି ଚିତା ଶନିବାର ସକାଳେ କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିଥିଲେ। ପ୍ରଥମେ ସେମାନଙ୍କୁ ସ୍ୱତନ୍ତ୍ର ବିମାନ ଦ୍ୱାରା ଗ୍ୱାଲିଅର ବିମାନବନ୍ଦରକୁ ଏବଂ ପରେ ହେଲିକପ୍ଟର ଯୋଗେ ଶୋପୁର ଜିଲ୍ଲାରେ ଅବସ୍ଥିତ କେଏନପିକୁ ଅଣାଯାଇଥିଲା।


ସୂଚନାଯୋଗ୍ୟ  ନାମ୍ବିଆରୁ ୮ ଚିତାବାଘଙ୍କୁ ନେଇ ଆଜି ଭାରତ ପହଞ୍ଚିଛି ସ୍ୱତନ୍ତ୍ର କାର୍ଗୋ ବିମାନ। ଏହି ବାଘଙ୍କୁ ଧରି ଆସିଥିବା ଏହି ବିମାନ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଥିବା ଭାରତୀୟ ବାୟୁସେନା ବିମାନ ବନ୍ଦରରେ ଅବତରଣ କରିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏମାନଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବେ। କୁନୋ ପାଲପୁର ରାଷ୍ଟ୍ରୀୟ ଉଦ୍ୟାନରେ ଏହି ଚିତାଙ୍କୁ ସ୍ୱାଗତ କରିବେ ମୋଦି। 


ସେପଟେ ଚିତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ଖାଦ୍ୟ ଦେବା ପାଇଁ ଜଙ୍ଗଲୀ ଜନ୍ତୁଙ୍କୁ ଜଙ୍ଗଲରେ ଛଡ଼ାଯାଇଛି। ଏହା ସହିତ ସ୍ଥାନୀୟ ଲୋକଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। 


ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କର ୭୨ତମ ଜନ୍ମଦିନ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆଜି ୧୦ କିମି ବିଶିଷ୍ଟ ଏକ ଜଙ୍ଗଲରେ ଛଡ଼ାଯିବ। ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି କି ଭାରତ ସେହି ଦେଶ ମାନଙ୍କ ମଧ୍ୟରୁ ଗୋଟିଏ ଯିଏ ଭୁଲ ସୁଧାରିବାରେ ବିଶ୍ୱାସ ରଖିଥାଏ। ଅତ୍ୟାଧିକ ଶିକାର କାରଣରୁ ଦେଶରୁ ଚିତା ବିଲୁପ୍ତ ହୋଇଯାଇଥିଲା। ଆମେ ପୁଣିଥରେ ଏହାକୁ ଦେଶକୁ ଆଣିବାକୁ ନିଷ୍ପତ୍ତି ନେଇଛୁ। 


ସୂଚନାଯୋଗ୍ୟ ନାମ୍ବିଆର ରାଜଧାନୀ ଓ୍ୱିଣ୍ଡହୋକରୁ ବୋଇଂ ୭୪୭-୪୦୦ ବିମାନରେ ୮ଟି ଚିତାବାଘଙ୍କୁ ଭାରତ ଅଣାଯାଇଛି। ଆଜି ସକାଳେ ଗ୍ୱାଲିୟରରେ ଥିବା ବାୟୁସେନା ବିମାନଘାଟିରେ ବାଘକୁ ଆଣି ଅବତରଣ କରିଛି। ତେବେ ବାଘଙ୍କୁ ଚିନୁକ ହେଲିକପ୍ଟର ଜରିଆରେ କୁନୋ ଅଭୟାରଣ୍ୟକୁ ନିଆଯିବ। ଅଭୟାରଣ୍ୟର ୧୮ କିମି ଭିତରକୁ ୫ଟି ହେଲିକପ୍ଟର ପ୍ରସ୍ତୁତ କରାଯାଇଛି। ଭୁପେନ୍ଦ୍ର ଯାଦବ କହିଛନ୍ତି କି ମୋଦି ତିନିଟି ଚିତାଙ୍କୁ ୫୦ ଗୁଣା ୩୦ ମିଟର ପରିଧି ବିଶିଷ୍ଟ ଏକ ସ୍ଥାନରେ ଛାଡ଼ିବେ। ସେଠାରେ ବାଘ ଗୁଡ଼ିକ ଏକ ମାସ ପର୍ଯ୍ୟନ୍ତ ରହିବେ। ଅନ୍ୟ ୫ଟି ବାଘଙ୍କୁ ଜଙ୍ଗଲ ଅଧିକାରୀ ମାନେ ଜଙ୍ଗଲ ମଧ୍ୟରେ ଛାଡ଼ିବେ।