Punjab Church Attack: ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ କେତେକ ଅସାମାଜିକ ତତ୍ତ୍ୱ ପଞ୍ଜାବ ତରନତାରନ ଜିଲ୍ଲାରେ ଅବସ୍ଥିତ ଏକ ଚର୍ଚ୍ଚ ପରିସରରେ ଭଙ୍ଗାରୁଜା କରିବା ସହ ପ୍ରଭୁ ଯୀଶୁ ଏବଂ ମାତା ମରିୟମଙ୍କ ମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଏନେଇ କୁହାଯାଉଛି ଯେ ୪ ଜଣ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ସେମାନେ ଚର୍ଚ୍ଚ ପରିସରରେ ଭଙ୍ଗାରୁଜା କରିବା ପରେ ଏହାର ପାଦ୍ରୀଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଜଡ଼ିତ ୨ ଜଣ ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ କରାଯାଇଛି। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ ହୋଇଯିବା ସହ ଘଟଣାସ୍ଥଳରେ ପାଟ୍ରୋଲିଂ ବଢାଇ ଦିଆଯାଇଛି। ଚର୍ଚ୍ଚ ଭଙ୍ଗା ଘଟଣାକୁ ନେଇ  ପଞ୍ଜାବ ତରନତାରନ ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। 


COMMERCIAL BREAK
SCROLL TO CONTINUE READING

ପଞ୍ଜାବ ତରନତାରନ ଜିଲ୍ଲାର ପାଟ୍ଟି ଠକୁରପୁର ଗ୍ରାମରେ ଏହି ଘଟଣା ଘଟିଛି। ଏହି ଘଟଣା ସେହି ଦିନ ଘଟିଛି ଯେଉଁଦିନ ଅକାଳ ତଖତ ଜତ୍ଥେତାର ଖ୍ରୀଷ୍ଟିଆନ ମିଶନାରୀଙ୍କ ଦ୍ୱାରା କରାଯାଉଥିବା ଜବରଦସ୍ତ ଧର୍ମାନ୍ତରଣ ବିରୋଧରେ ଏକ ବୟାନ ଜାରି କରା ଯାଇଥିଲା। ଏଭଳି ପରିସ୍ଥିତିରେ ଏହି ଆକ୍ରମଣକୁ ଏହି ବୟାନ ସହ ଯୋଡି ଦେଖାଯାଉଛି। ଏହି ଘଟଣା ଅକଲ ତାଖତ କାର୍ଯ୍ୟବାହାକ ଜତ୍ଥେଦାର ଜ୍ଞାନୀ ହରପ୍ରୀତ ସିଂହଙ୍କ ଦ୍ୱାରା ନିହଙ୍ଗ ନେତା ବାବା ମେଜର ସିଂହ ଏବଂ ତାଙ୍କର ପ୍ରାୟ ୧୫୦ ସମର୍ଥକଙ୍କୁ ସମର୍ଥନ ଘୋଷଣା କରିବା ପରେ ଏହି ଘଟଣା ଘଟିଛି। ଏହାପୂର୍ବରୁ ଜଣ୍ଡିଆଲା ଥାନାରେ ଜଣେ ଖ୍ରୀଷ୍ଟିଆନ ନେତାଙ୍କ ଅଭିଯୋଗ ଅନୁଯାୟୀ ନିହଙ୍ଗ ନେତା ବାବା ମେଜର ସିଂହ ଏବଂ ପ୍ରାୟ ୧୫୦ ସମର୍ଥକଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ପୋଲିସ ଏହି FIR ଆଇପିସି ଧାରା ୨୯୫, ୨୯୬, ୪୨୭, ୧୪୮ ଏବଂ ୧୪୯ ଅନୁଯାୟୀ ପଞ୍ଜୀକୃତ କରିଥିଲା।


Also Read: ମନ୍ଦିର ବନ୍ଦ କରି କରାଗଲା ଇସାଇ ପ୍ରାର୍ଥନା; ପାଦ୍ରୀଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ


ଏହି ପରିପ୍ରେକ୍ଷୀରେ ଅକଲ ତାଖତ କାର୍ଯ୍ୟବାହାକ ଜତ୍ଥେଦାର ଜ୍ଞାନୀ ହରପ୍ରୀତ ସିଂହ ଦାବି କରିଛନ୍ତି ଯେ ବାବା ମେଜର ସିଂହ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ରଦ୍ଦ କରାଯିବା ଆବଶ୍ୟକ। କାରଣ ସେମାନେ କେବଳ ଜବରଦସ୍ତ ଧର୍ମାନ୍ତରଣକୁ ବିରୋଧ କରୁଥିଲେ। ଆଇନ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ଅନୁମତି ଦିଏ ନାହିଁ। ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ ପଞ୍ଜାବର ସୀମାନ୍ତ ଅଞ୍ଚଳରେ ବସବାସ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଜତ୍ଥେଦାର ଜ୍ଞାନୀ ହରପ୍ରୀତ ସିଂହ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିଖ ସମ୍ପ୍ରଦାୟ ସେମାନଙ୍କ ସହ ଛିଡା ହୋଇଥିବାରୁ ପଞ୍ଜାବ ସରକାର ତୁରନ୍ତ ନିହାଙ୍ଗଙ୍କ ବିରୋଧରେ ଦାଏର କରାଯାଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର କରିବା ଆବଶ୍ୟକ। ଆମେ ସେପ୍ଟେମ୍ବର ୫ ତାରିଖରେ ଶ୍ରୀ ଆନନ୍ଦପୁର ସାହିବ ଠାରେ ଏକ ବୈଠକ ଡାକିଛୁ ଏବଂ ଏହି ପ୍ରସଙ୍ଗରେ ଆଲୋଚନା ପରେ ଏକ ନିଷ୍ପତ୍ତି ନିଆଯିବ। ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର ହିନ୍ଦୁଙ୍କୁ ସୀମାନ୍ତ ପଞ୍ଜାବ ଅଞ୍ଚଳରେ ଟାର୍ଗେଟ କରାଯାଉଛି। 


ଚର୍ଚ୍ଚା ଆକ୍ରମଣ ଘଟଣା ବାବଦରେ ଖବର ପାଇବା ମାତ୍ରେ ଏସପି ବିଶାଲଜିତ ସିଂହ, ଡିଏସପି ସତନାମ ସିଂହ ଏବଂ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସେହି ଚର୍ଚ୍ଚ ସୁରକ୍ଷାକର୍ମୀଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହି ଘଟଣା କାରଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।