ରାମ ମନ୍ଦିରକୁ ଅବୈଧ ଦଖଲ କରାଯାଇ ସେଠାରେ ଖ୍ରୀଷ୍ଟିଆନ ପ୍ରାର୍ଥନା ଆୟୋଜନ କରିବା ନେଇ ହୋଇଛି ଅଭିଯୋଗ।
Trending Photos
ବିଶାଖାପଟ୍ଟନମ: ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମ ଜିଲ୍ଲାର ଗଙ୍ଗାବରମ ଠାରେ ଅବସ୍ଥିତ ରାମ ମନ୍ଦିରକୁ ଅବୈଧ ଦଖଲ କରାଯାଇଥିବା ନେଇ ଆସିଛି ଖବର। ଏହି ମାମଲା ଉଠାଇ ବିଜେପି ଏହାକୁ ଏକ ଅସ୍ୱୀକାର୍ଯ୍ୟ ଅପମାନ ବୋଲି ଦର୍ଶାଇଛି। ଏହି ଘଟଣାରେ ଜଡ଼ିତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଦଳ। ଆନ୍ଧ୍ର ପ୍ରଦେଶ ବିଜେପି ପ୍ରଭାରୀ ସୁନୀଲ ଦେଓଧର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଏକ ମନ୍ଦିର ସମ୍ମୁଖରେ ଖ୍ରୀଷ୍ଟିଆନ ପ୍ରାର୍ଥନା କରାଯାଉଥିବା ଦେଖିବାକୁ ମିଳିଛି।
ମନ୍ଦିର ସମ୍ମୁଖରେ ଖ୍ରୀଷ୍ଟିଆନ ପ୍ରାର୍ଥନା କରାଯିବା ଘଟଣାରେ ଟ୍ୱିଟ କରି ଆନ୍ଧ୍ର ପ୍ରଦେଶ ବିଜେପି ପ୍ରଭାରୀ ସୁନୀଲ ଦେଓଧର କହିଛନ୍ତି, "ଅସ୍ୱୀକାର୍ଯ୍ୟ ଅପମାନ! ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଧର୍ମାନ୍ତରଣ ଏଜେଣ୍ଡାକୁ ଆଗକୁ ବଢାଇ, ଚର୍ଚ୍ଚ ସୀମା ପାର କରି ଗଙ୍ଗାବରମ ସ୍ଥିତ ରାମ ମନ୍ଦିରକୁ ଜଣେ ଖ୍ରୀଷ୍ଟ୍ରୀୟ ପାଦ୍ରୀଙ୍କ ଦ୍ୱାରା ବେଆଇନ ଭାବରେ ଦଖଲ କରାଯାଇଥିଲା ଏବଂ ଏଠାରେ ଖ୍ରୀଷ୍ଟିଆନ ପ୍ରାର୍ଥନା ଆୟୋଜନ କରାଯାଇଥିଲା। ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍। ହିନ୍ଦୁ ସମ୍ପ୍ରଦାୟ ଏହି ଘଟଣାରେ ସ୍ୱର ଉଠାଉ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ରାମ ମନ୍ଦିର ତାଲା ପଡିଥିବାର ଦେଖାଯାଉଛି ଏବଂ ଅନେକ ଲୋକ ଏହାର ପରିସରରେ ଏକାଠି ହୋଇ ପ୍ରାର୍ଥନା କରୁଛନ୍ତି। ବିଜେପି ନେତାଙ୍କ ଏହି ଭିଡିଓ ସେୟାର କରି ଏହାକୁ ପ୍ରଭୁ ରାମଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି। ବିଜେପି ନେତା କହିଛନ୍ତି ଯେ ରାମ ମନ୍ଦିରରେ ଖ୍ରୀଷ୍ଟିଆନ ଧର୍ମଗୁରୁଙ୍କ ଦ୍ୱାରା ଧର୍ମିକ ପ୍ରାର୍ଥନା କରାଯାଉଛି।
Unacceptable Humiliation!
Pushing conversion agenda of CM @ysjagan, Limit is crossed by Church With illegally occupying #RamMandir in #Gangavaram by a Pastor & conducting Christian Prayer in it.
All culprits must immediately be arrested.Hindus! Raise voice as #RamInsultedInAP! pic.twitter.com/Cmx3Mp6trU
— Sunil Deodhar (@Sunil_Deodhar) April 1, 2022
କେବଳ ଏତିକିରେ ସୀମିତ ରହିନାହିଁ ସେମାନଙ୍କ କାର୍ଯ୍ୟ। ଗତ ବର୍ଷ ଦେଶ ବିଭାଜନ କରିବା ଭଳି ବୟାନ ଦେଇ ବିବାଦୀୟ ହୋଇପଡିଥିଲେ ବାଇବେଲ ଓପନ ୟୁନିଭରସିଟି ଇଣ୍ଟରନେସନାଲ (Bible Open University International) ବିଓୟୁଆଇ (BOUI) ଉପନିର୍ଦ୍ଦେଶକ ପାଷ୍ଟର ଉପେନ୍ଦ୍ର ରାଓ (Pastor Upendra Rao)। ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଯେଉଁଥିରେ ସେ କହୁଥିଲେ, "ଭାରତକୁ ଦୁଇ ଭାଗରେ ବାଣ୍ଟି ଦିଅ, ଗୋଟିଏ ଭାଗ ଖ୍ରୀଷ୍ଟିଆନଙ୍କୁ ଦିଅ"।
ଭାଇରାଲ ଭିଡିଓରେ ପାଷ୍ଟର କହୁଛନ୍ତି ଆମେ ଆମର ନେତା ପିଡି ସୁନ୍ଦର ରାଓଙ୍କ ନେତୃତ୍ୱରେ ଅଖିଳ ଭାରତୀୟ ପ୍ରକୃତ ଖ୍ରୀଷ୍ଟିଆନ ପରିଷଦ (All India True Christian Council) ଏଆଇଟିସିସି (AITCC) ପକ୍ଷରୁ ଦାବି କରୁଛୁ "ଭାରତକୁ ଦୁଇ ଭାଗରେ ବଣ୍ଟାଯାଉ ଏବଂ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବା ପାଇଁ ଖ୍ରୀଷ୍ଟିଆନଙ୍କୁ ଏହାର ଅର୍ଦ୍ଧେକ ଦିଆଯାଉ। "
ଏସସି/ଏସଟି ଅଧିକାର ମଞ୍ଚ (SC/ST Rights Forum) ନାମକ ଏକ ସଙ୍ଗଠନ ପକ୍ଷରୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଯେଉଁଥିରେ ପାଷ୍ଟର ଉପେନ୍ଦ୍ର ରାଓ କହୁଛନ୍ତି ଦେଶ ବିଭାଜିତ ହେବା ପରେ ଆମେ ଆପଣଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବୁ ନାହିଁ।
Also Read: ଭାରତକୁ ଦୁଇ ଭାଗରେ ବାଣ୍ଟି ଦିଅ, ଗୋଟିଏ ଭାଗ ଖ୍ରୀଷ୍ଟିଆନଙ୍କୁ ଦିଅ: ପାଷ୍ଟର ଉପେନ୍ଦ୍ର ରାଓ
ବିଭିନ୍ନ ଧାର୍ମିକ ସଙ୍ଗଠନ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତରେ ବେଆଇନ ଧର୍ମାନ୍ତରଣ ଭଳି କାର୍ଯ୍ୟ କରାଯାଉଛି। ଯାହାର ଉଦାହରଣ ହେଉଛି ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, କେରଳ ଭଳି ଦକ୍ଷିଣ ଭାରତୀୟ ରାଜ୍ୟ। ଏଠାରେ ମିଶନାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗରିବ ଶ୍ରେଣୀର ଲୋକଙ୍କ ଧର୍ମାନ୍ତରଣ କରିବା ଭଳି କାର୍ଯ୍ୟ କରାଯାଇଥାଏ। ଏଭଳି ବେଆଇନ କାର୍ଯ୍ୟରେ ଜଡିତ ଥିବା ଅଭିଯୋଗରେ ପୋଲିସ ୩ ପାଦ୍ରୀଙ୍କ ବିରୁଦ୍ଧରେ ମାମଲା ଦାଏର କରିଥିଲା।
ଏହି ପାଦ୍ରୀ ଛୋଟ ପିଲାଙ୍କ ଫଟୋ ପୋଷ୍ଟ କରି ସେମାନଙ୍କୁ ଅନାଥ ବୋଲି ଦର୍ଶାଇବା ସହ ସେମାନଙ୍କୁ ସାହାଯ୍ୟ କରିବା ନାମରେ ଅନ୍ୟ ଲୋକଙ୍କ ଠାରୁ ସହାୟତା ଗ୍ରହଣ କରୁଥିଲେ। ବେଆଇନ ଧର୍ମାନ୍ତରଣ ଭଳି କାର୍ଯ୍ୟରେ ନିୟୋଜିତ ଥିବା ଏଭଳି ଏକ ରାକେଟର ଖୁଲାସା କରିଥିଲେ ଆନ୍ଧ୍ର ପ୍ରଦେଶ କୃଷ୍ଣା ଜିଲ୍ଲାର ଥୁକ୍କୁଲୁର ଗ୍ରାମର ଲୋକ। ଏ ଘଟଣାରେ ପୋଲିସ ଜଣେ ପାଦ୍ରୀଙ୍କୁ ହେପାଜତରେ ରଖିଥିବା ବେଳେ ବାକି ୩ ପାଦ୍ରୀ ଫେରାର ହୋଇଯାଇଥିଲେ।