ମୋଗଲ ଶାସନ କାଳ ଠାରୁ ଆରମ୍ଭ ହୋଇ ଦେଶ ସ୍ୱାଧିନ ହେବା ପରେ ମଧ୍ୟ ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇନାହିଁ।
Trending Photos
ଚଣ୍ଡିଗଡ଼: ଧର୍ମକୁ ଅପମାନିତ କରିବା ଅଭିଯୋଗରେ ରାଜ୍ୟରେ ଘଟୁଥିବା ଧାର୍ମିକ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାରେ ରହିଛି ଶିଖ ସଂଖ୍ୟାବହୁଳ ରାଜ୍ୟ ପଞ୍ଜାବ। ପ୍ରଥମେ ରାଜ୍ୟର ଅମୃତସର ଆଉ ଏବେ କାପୁରଥାଲା ଜିଲ୍ଲାରେ ଘଟିଯାଛଛି ଏଭଳି ଘଟଣା। ଧର୍ମକୁ ଅପମାନିତ କରିବା ଘଟଣାକୁ ଏଠାରେ ବେଅଦବୀ ବୋଲି କୁହାଯାଇଥାଏ। ବାରମ୍ବାର ଏଭଳି ମାମଲା ସାମ୍ନାକୁ ଆସିବା ପରେ ବିଗତ ୬ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା।
ଶିଖ ଧର୍ମରେ (Sikhism) ବେଅଦବୀ ମାମଲା (Sacrilege in Sikhism) ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଶିଖ ଧର୍ମଗ୍ରନ୍ଥ (Sikh Scriptures) ଶ୍ରୀ ଗୁରୁ ଗ୍ରନ୍ଥ ସାହିବ (Guru Granth Sahib) ସଂକଳନ ହୋଇଥିଲା। ଏହାକୁ ଶିଖଙ୍କ ପଞ୍ଚମ ଧର୍ମଗୁରୁ (Fifth Sikh Guru) ଗୁରୁ ଅର୍ଜନ୍ ଦେବ ଜୀ (Guru Arjan Dev JI) ସଂକଳନ କରିଥିଲେ। ଗୁରୁଗ୍ରନ୍ଥ ସାହିବର ମୂଳ ଶବ୍ଦକୁ ବଦଳାଇବା କିମ୍ବା ଏହି ପବିତ୍ର ପୁସ୍ତକକୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଇବା କାର୍ଯ୍ୟକୁ ବେଅଦବୀ ବୋଲି କୁହାଯାଏ।
ଯଦି ଆମେ ଐତିହାସିକ ଘଟଣାକୁ ଅଧ୍ୟୟନ କରିବ ତାହେଲେ ଏହା ସାମ୍ନାକୁ ଆସିଥାଏ ଯେ ଗୁରୁ ଗ୍ରନ୍ଥ ସାହିବ ସହ ବେଅଦବୀ ଆରମ୍ଭରୁ ଏକ ବଡ ଅପରାଧ। ଶିଖଙ୍କ ସପ୍ତମ ଧର୍ମଗୁରୁ (Seventh Sikh Guru) ଗୁରୁ ହର ରାୟ (Guru Har Rai) ତାଙ୍କ ପୁଅ ରାମ ରାୟଙ୍କୁ ବହିଷ୍କାର କରିଥିଲେ, ଯିଏକି ତାଙ୍କ ପିତାଙ୍କ ଉତ୍ତରାଧିକାରୀ ହେବା ପାଇଁ ଦାବିଦାର ଥିଲେ। ହେଲେ ସେତେବେଳର ମୋଗଲ ଶାସକ ଔରଙ୍ଗଜେବକୁ ଖୁସି କରିବା ପାଇଁ ରାମ ରାୟ ଗୁରୁ ଗ୍ରନ୍ଥ ସାହିବର କିଛି ବାକ୍ୟକୁ ବଦଳାଇ ଏଥିରେ ବ୍ୟବହୃତ ଶବ୍ଦକୁ ପରିବର୍ତ୍ତନ କରିଦେଇଥିଲେ। ଶିଖ ଧର୍ମର ଏହି ପବିତ୍ର ଧାର୍ମିକ ପୁସ୍ତକରେ କୌଣସି ପ୍ରକାର ପରିବର୍ତ୍ତନ କରିବା ପ୍ରଥମ ଘଟଣା ନୁହେଁ। ଏପରି ଅନେକ ଉଦାହରଣ ମିଳିଛି।
କୁହାଯାଏ ଯେ ଗୁରୁ ଗ୍ରନ୍ଥ ସାହିବକୁ ଶାରୀରିକ ଭାବେ କ୍ଷତି ପହଞ୍ଚାଇବାର ଚିନ୍ତାଧାରାକୁ ସଂସ୍ଥାଗତ କରିବାର କାର୍ଯ୍ୟ ଲଖପତ ରାୟଙ୍କ ଦ୍ୱାରା କରାଯାଇଥିଲା। ଯିଏକି ମୋଗଲ କାଳରେ ଲାହୋରର ଦିୱାନ୍ ଥିଲେ। ସେ 'ଗୁଡ' ଶବ୍ଦ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କାରଣ 'ଗୁରୁ' ଶବ୍ଦ ସହିତ ଅନେକ ଦୃଷ୍ଟିକୋଣରୁ ମେଳ ଖାଉଥିଲା। ଶିଖ ଧର୍ମର ବିଶେଷଜ୍ଞଙ୍କ ଅନୁଯାୟୀ, ଗୁରୁ ଗ୍ରନ୍ଥ ସାହିବର ସମସ୍ତ ନକଲକୁ ନଷ୍ଟ କରିବାକୁ ଲଖପତ ରାୟ ନିର୍ଦ୍ଦେଶ ଦେଇଥିଲା। ଏହା ପରେ ଅନେକ ଶିଖ ସେମାନଙ୍କ ପବିତ୍ର ଧର୍ମଗ୍ରନ୍ଥକୁ ବଞ୍ଚାଇବାକୁ ଚେଷ୍ଟା କରି ନିଜକୁ ବଳିଦାନ ଦେଇଥିଲେ।
Also Read: କାପୁରଥାଲା ଠାରେ ହେଲା ଅମୃତସର ଘଟଣାର ପୁନରାବୃତ୍ତି; ଧର୍ମଗ୍ରନ୍ଥକୁ ଅପମାନ କରିବା ଅଭିଯୋଗରେ ଯୁବକଙ୍କୁ ପିଟି ହତ୍ୟା
ପଞ୍ଜାବର ଲୋକପ୍ରିୟ ଐତିହାସିକ ଗଣ୍ଡା ସିଂ ତାଙ୍କର ଏକ ଗବେଷଣା ପତ୍ରରେ ହିନ୍ଦୁ-ଶିଖ ଧର୍ମ ମଧ୍ୟରେ ବେଅଦବୀ ମାମଲାକୁ ନେଇ ସୃଷ୍ଟି ହୋଇଥିବା ତିକ୍ତତା ବାବଦରେ ଉଲ୍ଲେଖ କରିଛନ୍ତି। ସେ ଉନବିଂଶ ଶତାବ୍ଦୀରେ ଘଟିଥିବା ଘଟଣାର ଉଲ୍ଲେଖ କରିଥିଲେ। ଯେଉଁଥିରେ ଆର୍ଯ୍ୟ ସମାଜର ଗୁରୁ ପଞ୍ଜାବରେ ଆୟୋଜିତ ହେଉଥିବା ସାର୍ବଜନୀନ ବୈଠକରେ ଗୁରୁ ଗ୍ରନ୍ଥ ସାହିବକୁ ଏକ ସାଧାରଣ ପୁସ୍ତକ ପରି ଟେବୁଲ ଉପରେ ରଖି ଦେଉଥିଲେ। ଏହା ବ୍ୟତୀତ ପଞ୍ଜାବରେ ଖ୍ରୀଷ୍ଟିଆନ ମିଶନାରୀ ଏବଂ ଆର୍ଯ୍ୟ ସମାଜ ଦ୍ୱାରା ଚାଲିଥିବା କାର୍ଯ୍ୟକଳାପ ମଧ୍ୟ ଶିଖଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ଏହି କାରଣରୁ 'ସିଂହ ସଭା ଆନ୍ଦୋଳନ' ଆରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ଶିଖ ଧାରଣା ଏବଂ ନୀତି ରକ୍ଷା କରିବା ଥିଲା। ପରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (Shiromani Gurdwara Parbandhak Committee) ଏସଜିପି (SGPC) ଗଠନ କରାଯାଇଥିଲା।
ଶିଖ ଏବଂ ନିରଙ୍କାରୀ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ବିବାଦ ଗୁରୁ ଗ୍ରନ୍ଥ ସାହିବ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ଡେରା ସଚ୍ଚା ସୌଦା ଗୁରୁ ଗ୍ରନ୍ଥ ସାହିବରେ ବ୍ୟବହୃତ ଶବ୍ଦକୁ ପରିବର୍ତ୍ତନ କରିଥିବା ନେଇ ଅଭିଯୋଗ ହୋଇଛି।
ମୋଗଲ ଶାସନ କାଳ ଠାରୁ ଆରମ୍ଭ ହୋଇ ଦେଶ ସ୍ୱାଧିନ ହେବା ପରେ ମଧ୍ୟ ବେଅଦବୀ ଘଟଣା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇନାହିଁ। ଅନେକ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅନେକ ଘଟଣା ସାମ୍ନାକୁ ଆସିସାରିଛି। ଯାହା ମଧ୍ୟରେ ରହିଛି ୧୯୮୪ ମସିହାରେ ଘଟିଥିବା ଘଟଣା। କୁହାଯାଉଛି ଏହି ସମୟରେ କ୍ଷମତାସୀନ କଂଗ୍ରେସ ଶିଖ ସମ୍ପ୍ରଦାୟର ଆକ୍ରୋଶର ଶୀକାର ହୋଇଥିଲା। ଗତ ୨୦୧୫ ବର୍ଷରେ ପଞ୍ଜାବର ଫରିଦକୋଟ ସ୍ଥିତ ବୁର୍ଜ ଜବାହର ସିଂହୱାଲା ଠାରେ ହୋଇଥିବା ବେଅଦବୀ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଶିଖଙ୍କ ମଧ୍ୟରେ ଉତ୍ତେଜନା ବଢିଯାଇଥିଲା।
Also Read: ସ୍ୱର୍ଣ୍ଣ ମନ୍ଦିରରେ ଧର୍ମଗ୍ରନ୍ଥକୁ ଅପମାନ କରିବା ଅଭିଯୋଗ; ଜଣଙ୍କୁ ପିଟିପିଟି ହତ୍ୟା
ସେହି ସମାନବର୍ଷ ବୁର୍ଜ ଜବାହର ସିଂହୱାଲା ଗ୍ରାମ ଠାରୁ ୪ କିମି ଦୂରରେ ବଙ୍ଗାରୀ ଗ୍ରାମର ଲୋକଙ୍କ ଘର କାନ୍ଥରେ ଗୁରୁ ଗ୍ରନ୍ଥ ସାହିବ ବିରୁଦ୍ଧରେ ବିବାଦୀୟ କଥା ଲେଖାଯାଇଥିଲା। ଏନେଇ ମାମଲା ଦାଏର କରାଯିବା ସହ ଏ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ରାଜ୍ୟରେ ଶିରୋମଣି ଅକାଳୀ ଦଳ (Shiromani Akali Dal) ଏସଏଡି (SAD) ସରକାର ଶାସନ କରୁଥିଲା। ପରେ ଏ ଘଟଣାର ତଦନ୍ତ ଏସଏଡି ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ। ମାତ୍ର ଏହାର କୌଣସି ସଫଳତା ମିଳିନଥିଲା। ଗତ ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2017) ଏହା ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। ଯାହାର ପରିଣାମ ଅକାଳୀ ଦଳ ଭୋଗିବା ସହ ସରକାର ଗାଦିଚ୍ୟୁତ ହୋଇଥିଲା। ବର୍ତ୍ତମାନ ରାଜ୍ୟର ୨ ଜିଲ୍ଲାରେ ଘଟିଥିବା ଏହି ବେଅଦବୀ ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ରାଜ୍ୟରେ କ୍ଷମତାସୀନ କଂଗ୍ରେସ (Congress) ସରକାର।