କାଠମାଣ୍ଡୁ: ଦଳ ଏବଂ ସରକାରରେ ପ୍ରଭାବ ବିସ୍ତାର କରିବାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ (Nepal Prime Minister) କେପି ଶର୍ମା ଓଲି (KP Sharma Oli) ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶାସକ ନେପାଳ କଂଗ୍ରେସ ପାର୍ଟି-ଏନସିପି (Nepal Communist Party-NCP) ମୁଖ୍ୟ ପୁଷ୍ପ କମଲ ଦହଲ ପ୍ରଚଣ୍ଡ (Puspa Kamal Dahal Prachand) ମଧ୍ୟରେ ଚାଲିଥିବା ସଂଘର୍ଷ ଦେଶକୁ ଗୃହଯୁଦ୍ଧ ଆଡକୁ ଠେଲିଦେଲାଣି।  


COMMERCIAL BREAK
SCROLL TO CONTINUE READING

ଗତ ରବିବାର (ଡିସେମ୍ବର ୨୦,୨୦୨୦) ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ଓଲି। ବୁଧବାର (ଡିସେମ୍ବର ୨୩, ୨୦୨୦) ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ତାଙ୍କୁ ଏନସିପି ମୁଖ୍ୟ ପଦରୁ ହଟାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓଲିଙ୍କୁ ନିଜ ଦଳ ମଧ୍ୟରୁ ବିରୋଧ କରାଯାଉଥିଲା। ଦଳ ଏବଂ ସରକାରକୁ ଏକପାଖିଆ ଢଙ୍ଗରେ ଚଳାଉଥିବା ଅଭିଯୋଗ ହୋଇଥିଲା। ୨୦୧୮ରେ ନେପାଳ କମ୍ୟୁନିଷ୍ଟ ପାର୍ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ଏକୀକରଣ ପରେ କେପି ଓଲି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ମିଳିତ ଦଳର ସହ ଅଧ୍ୟକ୍ଷ ହୋଇଥିଲେ।



ମଙ୍ଗଳବାର ପ୍ରଚଣ୍ଡଙ୍କ ନେତୃତ୍ୱାଧିନ ଗୋଷ୍ଠୀର ବୈଠକ ପରେ ଶାସକ ଏନସିପି ମୁଖ୍ୟ ଦାୟିତ୍ୱରେ ଓଲିଙ୍କୁ ହଟାଇବାକୁ ଘୋଷଣା। ଏହା ପୂର୍ବରୁ ଓଲି ଦଳ ଉପରେ ନିଜର ପ୍ରଭାବ ବିସ୍ତାର କରିବା ଲାଗି ୧୧୯୯ ସଦସ୍ୟ ବିଶିଷ୍ଟ କମିଟି ଗଠନ କରି ଏକ ଦଳୀୟ ସଭାର ଆୟୋଜନ କରିଥିଲେ। ପ୍ରଚଣ୍ଡ ଗୋଷ୍ଠୀ ଦ୍ୱାରା ଆୟୋଜିତ ହୋଇଥିବା କେନ୍ଦ୍ରୀୟ ସମିତି ବୈଠକରେ ସର୍ବସମ୍ମତିକ୍ରମେ ଏନସିପିର ବରିଷ୍ଠ ନେତା ମାଧବ କୁମାର ନେପାଳଙ୍କୁ ଦଳର ଦ୍ୱିତୀୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଅନ୍ୟପେଟ ପ୍ରଚଣ୍ଡ ପୂର୍ବ ଭଳି ଦଳର ପ୍ରଥମ ସଭାପତି ଦାୟିତ୍ୱରେ ଅଛନ୍ତି। 


Also Read: ନେପାଳ ରାଜନୀତି: ଟଳମଳ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଗାଦି


 


 



ଏନେଇ କେନ୍ଦ୍ରୀୟ ସମିତି ସଦସ୍ୟ ରେଖା ଶର୍ମା କହିଛନ୍ତି ଦଳୀୟ ନିୟମ ଅନୁସାରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଆଗାମୀ ଦିନରେ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରିବେ। ଦଳ ବିରୋଧି କାର୍ଯ୍ୟରେ ସମ୍ପୃକ୍ତ ରହିବା କାରଣରୁ କେପି ଶର୍ମା ଓଲିଙ୍କୁ ହଟାଯାଇଛି। ଦୀର୍ଘ ଦିନ ଧରି ଦଳ ଏବଂ ସରକାରରେ କ୍ଷମତା ବିସ୍ତାର କରିବାକୁ ନେଇ ଓଲି-ପ୍ରଚଣ୍ଡ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜାରି ରହିଥିଲା।   


 Alos Read: ନେପାଳ ସରକାରଙ୍କ ବଡ଼ ନିଷ୍ପତ୍ତି, ଦେଶର ସମସ୍ତ ରାଜ୍ୟପାଳକୁ କରାଗଲା ଗାଦିଚ୍ୟୁତ


ଏହା ପୂର୍ବରୁ ଓଲି ତାଙ୍କ ସରକାରୀ ବାସଭବନରେ ଦଳର କେନ୍ଦ୍ରୀୟ କମିଟିର ଘନିଷ୍ଠ ସଦସ୍ୟଙ୍କ ସହ ଆଲୋଚନା ବେଳେ ନୂତନ କମିଟି ଘୋଷଣା କରିଥିଲେ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚକମା ଦେବା ସହ  ରବିବାର  ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ। ଏହାକୁ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଅନୁମୋଦନ କରିଥିଲେ।