କ୍ଷମତା ବିସ୍ତାରକୁ ନେଇ ମୁହାଁମୁହଁ ଓଲି-ପ୍ରଚଣ୍ଡ; ଭାଙ୍ଗିଯାଇପାରେ ନେପାଳ କମ୍ୟୁନିଷ୍ଟ ପାର୍ଟି
Advertisement
Article Detail0/zeeodisha/odisha779127

କ୍ଷମତା ବିସ୍ତାରକୁ ନେଇ ମୁହାଁମୁହଁ ଓଲି-ପ୍ରଚଣ୍ଡ; ଭାଙ୍ଗିଯାଇପାରେ ନେପାଳ କମ୍ୟୁନିଷ୍ଟ ପାର୍ଟି

ଏନସିପିରେ ରହିଥିବା ଦଳୀୟ ମତଭେଦ ଏବେ ସାମ୍ନାକୁ ଦେଖାଦେଇଛି। 

କ୍ଷମତା ବିସ୍ତାରକୁ ନେଇ ମୁହାଁମୁହଁ ଓଲି-ପ୍ରଚଣ୍ଡ; ଭାଙ୍ଗିଯାଇପାରେ ନେପାଳ କମ୍ୟୁନିଷ୍ଟ ପାର୍ଟି

କାଠମାଣ୍ଡୁ: ଭାରତ (India) ସହ ଶତ୍ରୁତା ଏବଂ ଚୀନ (China) ସହିତ ସମ୍ପର୍କ ଅତି ଘନିଷ୍ଠ କରିବାକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ (Nepal Prime Minister) କେପି ଶର୍ମା ଓଲି (KP Sharma Oli)। ଅନ୍ୟପଟେ ଦେଶରେ କ୍ଷମତାସୀନ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି-ଏନସିପି (Nepal Communist Party-NCP) ଦଳରେ ଉପସ୍ଥିତି ଜାହିର କରିବାକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବର୍ତ୍ତମାନ ଓଲି ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏନସିପି ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ପ୍ରଚଣ୍ଡ (Pushp Kamal Dahal Prachanda)। 

ନିକଟରେ ଶାସକ ଦଳର ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ଉଭୟଙ୍କ ମଧ୍ୟରେ ବିବାଦ ପୁଣି ଥରେ ମୁଣ୍ଡଟେକିଛି। ଏପିରିକି ଏନସିପିରେ ରହିଥିବା ଦଳୀୟ ମତଭେଦ ଏବେ ସାମ୍ନାକୁ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଓଲି ଦଳରେ ବିଭାଜନ ହେବାନେଇ ଇସାରା ଦେଇ ସାରିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଲି ଏବଂ ଶାସକ ଦଳର କାର୍ଯ୍ୟକାରୀ ସଭାପତି ପ୍ରାଚଣ୍ଡା ଶକ୍ତି ବଣ୍ଟନ ଚୁକ୍ତିନାମା ଅନୁଯାୟୀ ସେପ୍ଟେମ୍ବରରେ ସେମାନଙ୍କର ମତଭେଦ ସମାଧାନ କରିଥିଲେ। ପାର୍ଟିରେ ଅନେକ ମାସ ଧରି ଚାଲିଥିବା ବିବାଦ ଶେଷ ହୋଇଯାଇଥିଲା, କିନ୍ତୁ ଏବେ ପୁଣି ଥରେ ଏହି ବିବାଦ ଗଭୀର ହେବାରେ ଲାଗିଛି।

ଏନସିପିର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ଶନିବାର ଦଳର କାର୍ଯ୍ୟକାରିଣୀ ସଭାପତି ପ୍ରଚଣ୍ଡଙ୍କୁ ଭେଟିବା ପରେ ଓଲି ଦଳରେ ବିଭାଜନ ହେବା ନେଇ ଜଣାଇଛନ୍ତି। ପ୍ରାୟ ଦୁଇ ସପ୍ତାହ ବ୍ୟବଧାନ ପରେ ପ୍ରଚଣ୍ଡ-ଓଲି ପରସ୍ପରକୁ ଭେଟିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଓଲି ପ୍ରଚାଣ୍ଡଙ୍କୁ କହିଛନ୍ତି ଯଦି ଆମେ ଏକାଠି ଚାଲିପାରିବା ନାହିଁ ତାହେଲେ ଆମେ ନିଜ ନିଜ ପଥରେ ଯିବା ଆବଶ୍ୟକ।

ନେପାଳ ପ୍ରଧାନମନ୍ତ୍ରୀ ଓଲି ଦଳର ସଭାପତି ପ୍ରଚଣ୍ଡଙ୍କ ବିନା ଅନୁମତିରେ କ୍ୟାବିନେଟକୁ ପୁନନିର୍ମାଣ କରିଥିଲେ। ସେବେଠାରୁ କ୍ୟାବିନେଟ୍, ରାଷ୍ଟ୍ରଦୂତ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ନିଯୁକ୍ତିକୁ ନେଇ ଓଲି ଏବଂ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲିଥିବା ଆହୁରି ତେଜିବାରେ ଲାଗିଛି। ବର୍ତ୍ତମାନ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି ଖଣ୍ଡ ବିଖଣ୍ଡିତ ହୋଇଯିବା ନେଇ ସମ୍ଭାବନା ସୃଷ୍ଟି ହେଲାଣି। ଦୁଇ ନେତାଙ୍କ ପୂର୍ବରୁ ଅନେକ ପ୍ରସଙ୍ଗରେ ମତଭେଦ ରହିଛି।