ନେପାଳ ରାଜନୀତି: ଟଳମଳ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଗାଦି
Advertisement

ନେପାଳ ରାଜନୀତି: ଟଳମଳ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଗାଦି

ନେପାଳରେ ଦେଖା ଯାଇଥିବା ରାଜନୈତିକ ସଂକଟ କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗାଦି ଟଳମଳ ହୋଇପଡିଛି।    

ନେପାଳ ରାଜନୀତି: ଟଳମଳ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଗାଦି

କାଠମାଣ୍ଡୁ: ନେପାଳରେ ଜାରି ରହିଥିବା ରାଜନୈତିକ ସଂକଟ କାରଣରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗାଦି ପ୍ରାୟ ଟଳମଳ ଅବସ୍ଥାରେ ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଦେଶରେ କ୍ଷମତାସୀନ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି-ଏନସିପି (Nepal Communist Party-NCP) ବୈଠକ ଯାହା ସୋମବାର (ଜୁଲାଇ ୬,୨୦୨୦) ଦିନ ୧୧ଟା ବେଳେ ଅନୁଷ୍ଠିତ ହେବାର ଥିଲା ତାହାକୁ ବାତିଲ କରାଯାଇଛି ।  

ଏପରିକି ଆସନ୍ତା ୮ ତାରିଖ ବୁଧବାର ମଧ୍ୟରେ କୌଣସି ଦଳୀୟ ବୈଠକ ଆୟୋଜିତ ହେବାର ନାହଁ ବୋଲି ଏନସିପି ପକ୍ଷରୁ ଜଣାଇ ଦିଆଯାଇଛି। ଗତ ସପ୍ତାହ ସମେତ ସୋମବାର ହେବାକୁ ଥିବା ଷ୍ଟାଡିଂ କମିଟି ବୈଠକ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ  ସ୍ଥଗିତ ରହିଛି ।            

ଭାରତ ସହ ସୀମା ବିବାଦ ହେବା ପରେ ନେପାଳର ରାଜନୈତିକ ଆକାଶରେ  ବିପଦର କଳାବାଦଲ ମାଡି ଆସିଛି। ଚୀନ ହାତର କାଟକଣ୍ଢେଇ ପାଲଟିଥିବା ଏହି ଦେଶରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ଏବେ ନିଜ ଘରେ ବିବାଦୀୟ ହୋଇପଡିଛନ୍ତି। ଏପରିକି ଶାସକ ଏନସିପିରେ ଦଳୀୟ ସଂଘର୍ଷ ଏତେ ମାତ୍ରାରେ ବଢିଯାଇଛି ପ୍ରଧାନମନ୍ତ୍ରୀ ପ୍ରାୟ ଟଳମଳ ଅବସ୍ଥାରେ ରହିଛି। କେପି ଶର୍ମା ଓଲିଙ୍କ ଇସ୍ତଫାକୁ ନେଇ ବର୍ତ୍ତମାନ ସସପେନ୍ସ ଆରମ୍ଭ ହୋଇଯାଇଛି । 

ନେପାଳ ଭାରତ ପାଇଁ ଦେଶ ଏବଂ ପଡ଼ୋଶୀ ନୁହେଁ। ଉଭୟ ଦେଶ ମଧ୍ୟରେ ଆତ୍ମିକ ଏବଂ ଆଧ୍ୟାତ୍ମିକ ସମ୍ପର୍କ ରହିଆସିଛି। ଭାରତ-ନେପାଳ ସମ୍ବନ୍ଧ ହେଉଛି ରୋଟି-ବେଟି ସହ ଜଡିତ। ହେଲେ ବର୍ତ୍ତମାନ ଉଭୟ ଦେଶର ବନ୍ଧୁତ୍ୱ, ଚୀନର ଷଡଯନ୍ତ୍ର କାରଣରୁ ପ୍ରଭାବିତ ହୋଇଛି । ଦେଶରେ ଚୀନର ଉପସ୍ଥିତି ବୃଦ୍ଧି ପାଇବା କାରଣରୁ, ଭାରତରେ ବିରୁଦ୍ଧରେ ବିଷ ଓଗାଳିବାରେ ଲାଗିପଡିଛି ନେପାଳ ।